Paddy: ଧାନମଣ୍ଡିରେ ସୁଧୁରୁନି ଅବ୍ୟବସ୍ଥା!

Advertisment

ମୋତେ ଯେତେ‌ ମାଟିବୁ ମାଟ୍ ମୁଁ ସେହି ଦରପଢ଼ା କାଠ। ଏହି ସ୍ଥିତିରେ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାର ମଣ୍ଡି ଅବସ୍ଥା। ରାଜ୍ୟ ସରକାର ଯେତେ ସଜାଡିବାକୁ ଚେଷ୍ଟା କରିବା ସହ ଜିଲ୍ଲାପାଳ ବାରମ୍ବାର ସମୀକ୍ଷା କରି ତାଗିଦ୍ କରୁଥିଲେ ସୁଦ୍ଧା ଅବ୍ୟବସ୍ଥା ସୁଧାରିବା ନାଁ ନେଉନି।

ମୋତେ ଯେତେ‌ ମାଟିବୁ ମାଟ୍ ମୁଁ ସେହି ଦରପଢ଼ା କାଠ। ଏହି ସ୍ଥିତିରେ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାର ମଣ୍ଡି ଅବସ୍ଥା। ରାଜ୍ୟ ସରକାର ଯେତେ ସଜାଡିବାକୁ ଚେଷ୍ଟା କରିବା ସହ ଜିଲ୍ଲାପାଳ ବାରମ୍ବାର ସମୀକ୍ଷା କରି ତାଗିଦ୍ କରୁଥିଲେ ସୁଦ୍ଧା ଅବ୍ୟବସ୍ଥା ସୁଧାରିବା ନାଁ ନେଉନି।

ngp-mandi

ନବରଙ୍ଗପୁର (ସୁରେଶ ନାଇଡୁ): ମୋତେ ଯେତେ‌ ମାଟିବୁ ମାଟ୍ ମୁଁ ସେହି ଦରପଢ଼ା କାଠ। ଏହି ସ୍ଥିତିରେ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାର ମଣ୍ଡି ଅବସ୍ଥା। ରାଜ୍ୟ ସରକାର ଯେତେ ସଜାଡିବାକୁ ଚେଷ୍ଟା କରିବା ସହ ଜିଲ୍ଲାପାଳ ବାରମ୍ବାର ସମୀକ୍ଷା କରି ତାଗିଦ୍ କରୁଥିଲେ ସୁଦ୍ଧା ଅବ୍ୟବସ୍ଥା ସୁଧାରିବା ନାଁ ନେଉନି। ଆଜି ବି ମିଲର୍ସଙ୍କ ଟାର୍ଗେଟ, ମଣ୍ଡି ଟାର୍ଗେଟ ଅଚାନକ ସରିଯାଉଛି। ଏଭଳି ସମସ୍ୟା ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକର କୋଇଲିମୁଣ୍ଡା ମଣ୍ଡିରେ ସାଂସଦ ଇଂ. ବଳଭଦ୍ର ମାଝୀ ୧୦୦କୁଇଣ୍ଟାଲ ଧାନ ଦୀର୍ଘ ମାସକ ହେବ ପଡ଼ି ରହିଛି। ମାସକ ତଳେ ତାଙ୍କ ଟୋକନ୍ ରହିଥିଲା।‌ ତାଙ୍କ ଧାନ ନେଇକି ଯାଇଥିଲେ।

ତେବେ ଚନ୍ଦାହାଣ୍ଡିରେ ଥିବା ମିଲର୍ସଙ୍କ ଟାର୍ଗେଟ ସରି ଯାଇଥିବାରୁ ସେ ଆଉ ସେଠାରୁ ଧାନ ଉଠାଇ ନାହାନ୍ତି। ଏପରି ତାଙ୍କ ଧାନ ଗତ ମାସକ ହେବ ମଣ୍ଡିରେ ପଡି ରହିଥିଲା। ନୂଆ ଟୋକନ୍ ଆସିବା ପରେ  ପୁଣି ସେ ଆଇସ୍କାନ କରିଥିଲେ। ଆଜି ସେ ନବରଙ୍ଗପୁର ଆସି ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି ଓ ମିଲ ମାଲିକ ସଂଘ ସଭାପତି କାହ୍ନୁ ଦାଶଙ୍କ ସହ ଆଲୋଚନା କରି ତୁରନ୍ତ ଚନ୍ଦାହାଣ୍ଡି ବ୍ଲକ ସହ ଜିଲ୍ଲାର ଅନ୍ୟ ସବୁ ବ୍ଲକରୁ ତୁରନ୍ତ ଧାନ ଉଠାଇବାର ବ୍ୟବସ୍ଥା କରିବାକୁ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: Hockey: ବେଲ୍‌ଜିୟମ୍‌ଠାରୁ ୨-୪ ଗୋଲ୍‌ରେ ପରାସ୍ତ

ଜିଲ୍ଲାରେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରି ବିଭିନ୍ନ ପର୍ଯ୍ୟାୟ ଯାଂଚ ପରେ କଟି ୫୦୬,୬୯ଜଣ ବିକ୍ରି କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଜିଲ୍ଲାରେ ଦୁଇ ପର୍ଯ୍ୟାୟରେ ୨୦ଲକ୍ଷ ୮୮ହଜାର କ୍ବିଣ୍ଟାଲ ଧାନ କିଣାଯିବା ଲକ୍ଷ୍ୟ ମିଳିଛି। ଏପର୍ଯ୍ୟନ୍ତ ୬୧,୦୭୫ ଟୋକନ୍ ଚାଷୀଙ୍କୁ ମିଳିଛି। ମିଲର୍ସଙ୍କୁ ୧୯ଲକ୍ଷ ୮୨ହଜାର ୯୭୫କୁଇଣ୍ଟାଲ ଧାନ ଉଠାଇବାକୁ ମାସ୍  ଓ ସାସ୍ ଦିଆସରିଛି।   ବର୍ତ୍ତମାନ ସୁଦ୍ଧା ୫୮ଟି ମଣ୍ଡିରେ ୧୭ଲକ୍ଷ ୭୩ ହଜାର୪୭୪ କୁଇଣ୍ଟାଲ ଧାନ  ୩୪,୫୭୭ଜଣ ଚାଷୀଙ୍କ ଠାରୁ ଧାନ କିଣାଯାଇଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି। ବିଭିନ୍ନ ମଣ୍ଡିରୁ କିଣାଯାଇଥିବା ଧାନରୁ ୧୬ଲକ୍ଷ୧୮ହଜାର  ୫୯୦୩କୁଇଣ୍ଟାଲ ଉଠିଥିବା ବେଳେ ବଳକା ୧ଲକ୍ଷ୫୪ହଜାର ୮୮୩.୨୪ କ୍ବିଣ୍ଟାଲ ଧାନ ଉଠିପାରନି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି।

ମିଲର୍ସମାନେ ୧୫ଲକ୍ଷ ୪୩ହଜାର ୮୦୮କ୍ବିଣ୍ଟାଲ ଧାନ ଗ୍ରହଣ କରିବା ସହ ମାସ୍ ଓ ସାସ୍ ମିଳିବା ସହ ସରକାରୀ ଭାବେ ଅନୁମୋଦନ ହୋଇସାରିଛି। ୨୭ହଜାର ୦୬୩ଜଣ ଚାଷୀଙ୍କୁ ଏହାରି ମଧ୍ୟରେ ୩୧୧.୧୯୭କୋଟି ଟଙ୍କା ଦିଆସରିଛି। ପୂର୍ବରୁ ଜାନୁଆରୀ ୧୩ରେ ଧାନ ବିକ୍ରି ପାଇଁ ଟ‌ୋକନ୍ ରହିଥିଲା। ତାହା ଲ୍ୟାପସ୍ ହେବା ପରେ ନୂଆ ଟୋକନରେ ଧାନ ବିକ୍ରି ପାଇଁ ଆଇସ୍କାନ କରିଛି। ତେବେ ତାହାକୁ ନେଇ ଆଲୋଚନା ହେବା ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛନ୍ତି ସାଂସଦ। ତାଙ୍କ ସ୍ବାସ୍ଥ୍ୟଭଲ ନଥିବାରୁ ସେ ମଣ୍ଡି ଯାଇ ପାରିନଥିଲେ। ଜଣାଇବା ପରେ କ୍ରୟକାରୀ ସଂସ୍ଥା ଆଇସ୍କାନ କରିଛନ୍ତି। ସବୁ ଚାଷୀଙ୍କ ଧାନ ଆସନ୍ତା ମାର୍ଚ୍ଚ ଯାଏଁ କିଣାଯିବ ବୋଲି କହିଛନ୍ତି ସାଂସଦ। ଅପରପକ୍ଷରେ ଜିଲ୍ଲାର ଚନ୍ଦାହାଣ୍ଡି, ରାଇଘର, ବଡଆମ୍ବଡା ଭଳି ମଣ୍ଡିରୁ ଧାନ ଉଠିପାରିନଥିବା ସୂଚନା ମିଳିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe