Pongal: ପୋଙ୍ଗଲ ପାଇଁ ଉତ୍ସବମୁଖର ନବରଙ୍ଗପୁର

Advertisment

ଆଉ ଦିନକ ପରେ ତେଲୁଗୁ ସଂପ୍ରଦାୟର ସବୁଠୁ ବଡ ପର୍ବ ମକର ସଂକ୍ରାନ୍ତି ତଥା ପୋଙ୍ଗଲ। ଏଥିପାଇଁ ଉତ୍ସବମୁଖର ନବରଙ୍ଗପୁର ସହର। ଏହି ଅବସରରେ ଗତକାଲି ମଧ୍ୟରାତ୍ରିରୁ ଭୋଗୀ ଉତ୍ସବ ପାଳନ କରାଯାଇଛି।

ଆଉ ଦିନକ ପରେ ତେଲୁଗୁ ସଂପ୍ରଦାୟର ସବୁଠୁ ବଡ ପର୍ବ ମକର ସଂକ୍ରାନ୍ତି ତଥା ପୋଙ୍ଗଲ। ଏଥିପାଇଁ ଉତ୍ସବମୁଖର ନବରଙ୍ଗପୁର ସହର। ଏହି ଅବସରରେ ଗତକାଲି ମଧ୍ୟରାତ୍ରିରୁ ଭୋଗୀ ଉତ୍ସବ ପାଳନ କରାଯାଇଛି।

ngp-bhogi (1)

ନବରଙ୍ଗପୁର: ଆଉ ଦିନକ ପରେ ତେଲୁଗୁ ସଂପ୍ରଦାୟର ସବୁଠୁ ବଡ ପର୍ବ ମକର ସଂକ୍ରାନ୍ତି ତଥା ପୋଙ୍ଗଲ। ଏଥିପାଇଁ ଉତ୍ସବମୁଖର ନବରଙ୍ଗପୁର ସହର। ଏହି ଅବସରରେ ଗତକାଲି ମଧ୍ୟରାତ୍ରିରୁ ଭୋଗୀ ଉତ୍ସବ ପାଳନ କରାଯାଇଛି। ସହରର ବିଭିନ୍ନ ସାହିରେ ଭୋଗି ଜାଳିବା ସହ ନାଚଗୀତରେ ମସଗୁଲ ହୋଇଛନ୍ତି ସମସ୍ତେ। ଆସନ୍ତାକାଲି ପରଂପରା ଅନୁଯାୟୀ ଘରେ ପୂଜାର୍ଚ୍ଚନା କରିବା ସହ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି।

ତେଲୁଗୁ ଭାଷାଭାଷୀ ସହ ଦକ୍ଷିଣ ଭାରତର ଲୋକମାନେ ଏହି ପର୍ବକୁ ଧୂମଧାମରେ ପାଳନ କରୁଛନ୍ତି। ୪ଦିନ ଧରି ପାଳନ ହେବ ପୋଙ୍ଗଲ ପର୍ବ। ପ୍ରଥମ ଦିନ ଭୋଗୀ, ଦ୍ୱିତୀୟ ଦିନ ମକର ସଂକ୍ରାନ୍ତି(ପୋଙ୍ଗାଲ), ତୃତୀୟ ଦିନ କାନୁଗୁ ଓ ଶେଷଦିନ ମୁକାନୁଗୁ ପାଳନ କରାଯାଏ। ପୋଙ୍ଗଲ ପୂର୍ବରୁ ହେଇଥାଏ ସ୍ବତନ୍ତ୍ର ବ୍ୟବସ୍ଥା। ପ୍ରଥମ ରାତିରେ କାଷ୍ଠ ଦହନ ଓ ପରଦିନ ଇଷ୍ଟଦେବଙ୍କୁ ହୁଏ ସ୍ବତନ୍ତ୍ର ପୂଜାର୍ଚ୍ଚନା। ଏହି ପର୍ବ ଆରମ୍ଭରୁ ଘରକୁ ଲିପାପୋଛା, ରଂଗ ଦିଆଯାଇ ଘର ସମ୍ମୁଖରେ ଝୋଟି ପକାଇଥାନ୍ତି।

ଆହୁରି ପଢ଼ନ୍ତୁ: Abu Musa: ଭିକ ନୁହେଁ, ହିନ୍ଦୁମାନଙ୍କ ଗଳା କାଟିଲେ ସ୍ବାଧୀନତା ମିଳିବ : ଆତଙ୍କବାଦୀ ଅବୁ ମୁସା

ପୋଙ୍ଗଲ ପରଂପରା

ନୂଆବର୍ଷର ଆଗମନ ପରି ଏହି ଦିନଠାରୁ ପୁରଣା ପ୍ରତିଜ୍ଞାକୁ ଛାଡିଥାନ୍ତି। ପ୍ରଥମଦିନର ରାତିରେ ହିଁ ଲୋକମାନେ କାଠ ସ˚ଗ୍ରହ କରି ସେଥିରେ ନିଆଁ ଲଗାଇଥାନ୍ତି। ତାହାକୁ ଭୋଗି ରୂପରେ ପାଳନ କରନ୍ତି। ବର୍ଷା ହେବାଦ୍ବାରା ଭଲ ଫସଲ ଅମଳ ପାଇଁ ଭଗବାନ ଇନ୍ଦ୍ରଦେବଙ୍କୁ ପୂଜାର୍ଚ୍ଚନ କରାଯାଇଥାଏ।  ପୋଙ୍ଗଲରେ ନୂତନ ଚାଉଳରେ ଆଖୁ, ନଡିଆ ଓ କଦଳୀ ପକାଇ ଖିରୀ ପ୍ରସ୍ତୁତ କରାଯାଇଥାଏ। ଏହାସହ ବିଭିନ୍ନ ପ୍ରକାର ପିଠାପଣା ସହ ଫଳ ଆଣି ଭଗବାନ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ। ଏହିଦିନ ପରିବାର ସମସ୍ତେ ନୂତନ ପୋଷାକ ପରିଧାନ କରିଥାନ୍ତି।  ଗୋରୁମାନେ ପୂର୍ବେ ଜମି ଚାଷକରାଯାଉଥିବା ଯୋଗୁଁ  ଏହିଦିନ ଗାଇଗୋରୁଙ୍କୁ ପୂଜା କରାଯାଏ। ଗତ କାଲି ରାତିରେ ସ୍ଥାନୀୟ ଚାଇନାମାର୍କେଟ, ତେଲୁଗୁସାହି, ସୌରାସାହି,ଦଶହରାପଦା ସହ ସହରର ବିଭିନ୍ନ ଅଞ୍ଚଳରେ ଭୋଗୀ ମହା ସମାରୋହରେ ପାଳିତ ହୋଇଯାଇଛି। ସହରରେ ବିଭିନ୍ନ ସାହି‌ରେ  ପରମ୍ପରା ଅନୁଯାୟୀ ଗୁଡି ଉଡାଇବାର ଦେଖାଯାଇଥିଲା। ଆଜି ତେଲୁଗୁ କଲଚରାଲ ଆସୋସିଏସନ୍ ଦ୍ବାରା ଆରସିଡି ହାଇସ୍କୁଲ ପଡିଆ ପରିସରରେ  ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଚାମ୍ବର ଅଫ କମର୍ସ ଓ ମିଲର୍ସ ଆସୋସିଅସନ୍ ସହଯୋଗ କରିଥିଲେ। ଏଥିରେ  ବିଶାଖାପାଟଣାରୁ ଏକ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନୀତ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ,ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, କଂଗ୍ରେସ ନେତା ମୁନ୍ନା ତ୍ରିପାଠୀ, ପୌରଅଧ୍ୟକ୍ଷ କୁନୁ ନାୟକ, ଚାମ୍ବରର ସଭାପତି କାହ୍ନୁ ଦାଶ ପ୍ରମୁଖ ଯୋଗ ଦେଇଥିଲେ।  ଅପରପକ୍ଷରେ ଆଜି ସବୁ ମନ୍ଦିରରେ ମକରସଂକ୍ରାନ୍ତି ପାଳନ କରାଯିବା ସହ ମକରଚାଉଳ ପୂଜା କରାଯାଇ ପ୍ରସାଦ ଭାବେ ବିତରଣ କରାଯାଇଥିଲା। ସବୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭୀଡ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: Football: ଆଇ-ଲିଗ୍ ଓ ଆଇଏସ୍‌ଏଲ୍‌ ପାଇଁ ଏଆଇଏଫ୍‌ଏଫ୍‌ର ୨୧ବର୍ଷୀୟା ନସ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe