Students Read on Tree: ଆକ୍ରମଣ ଭୟରେ ବିଦ୍ୟାଳୟ ବାହାରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ

ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜମି ବିବାଦ ପରେ ଛାତ୍ରଛାତ୍ରୀ ଭୟଭୀତ ହୋଇ ବାହାରେ ପାଠ ପଢ଼ିଛନ୍ତି। ଏହାକୁ ନେଇ ଗ୍ରାମବାସୀ ଥାନାର ଦ୍ଵାରସ୍ଥ ହୋଇଛନ୍ତି।

students

Students reading outside of school in Chandahandi block of Nabarangpur district. Photograph: (sambad.in)

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜମି ବିବାଦ ପରେ ଛାତ୍ରଛାତ୍ରୀ ଭୟଭୀତ ହୋଇ ବାହାରେ ପାଠ ପଢ଼ିଛନ୍ତି। ଏହାକୁ ନେଇ ଗ୍ରାମବାସୀ ଥାନାର ଦ୍ଵାରସ୍ଥ ହୋଇଛନ୍ତି।

ସରକାରୀ ଜାଗାକୁ ଜବରଦଖଲ

କେନ୍ଦୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରକାରୀ ଜମିରେ ୧୯୬୨ ମସିହାରୂ ଅବସ୍ଥିତ ରହିଛି। ଘଣ୍ଟିଗୁଡା ଗ୍ରାମର ନୂଆ ମାଝୀ ଓ ତାଙ୍କ ସ୍ତ୍ରୀ ରୁକ୍ମଣୀ ମାଝୀ ବିଦ୍ୟାଳୟ ହୋଇଥିବା ସମ୍ପୂର୍ଣ୍ଣ ଜାଗା ଆମର ବୋଲି କହି ବର୍ଷେ ତଳେ ବିଦ୍ୟାଳୟ ସମ୍ମୁଖ ସରକାରୀ ଜାଗାରେ ଜବରଦସ୍ତ ଏକ ଘର ତିଆରି କରି ରହିଆସୁଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବିଦ୍ୟାଳୟ ପରିଚାଳନା କମିଟି ତଥା ଗ୍ରାମବାସୀ ତାଙ୍କୁ ବହୁବାର ବୁଝାସୁଝା ପରେ ମଧ୍ୟ ସେ ନିଜ ଜିଦରେ ଅଟଳ ରହି କାହାକଥା ଶୁଣୁ ନାହାନ୍ତି। ବହୁ ସମୟରେ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏହାର ସ୍ଥାୟୀ ସମାଧାନ ପାଇଁ ଚନ୍ଦାହାଣ୍ଡି ତହସିଲଦାର ଓ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ସେ ଗୁରତ୍ୱ ଦେଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

ଆହୁରି ପଢ଼ନ୍ତୁ: Bike Lift Dead Body: ଯାଇପାରିଲା ନାହିଁ ମହାପ୍ରଣାୟ ଗାଡ଼ି, ୬କିମି ବାଇକ୍‌ ବୋହିଲା ଶବ

କୁରାଢ଼ୀ ଧରି ଆକ୍ରମଣ

ଗୁରୁବାର ଦିନ ବିଦ୍ୟାଳୟ ଖୋଲିବା ପରେ ଅତର୍କିତ ଭାବେ ନୂଆ ମାଝୀ ଓ ତାଙ୍କ ପତ୍ନୀ ରୁକ୍ମଣୀ ମାଝୀ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଢେଲା ପଥର ଫିଙ୍ଗି କୁରାଢ଼ୀ କୋଦାଳ ଧରି ଆକ୍ରମଣ କରିଥିଲେ। ଏହା ଦେଖି ସମସ୍ତେ ଭୟଭୀତ ହୋଇ ଗ୍ରାମବାସୀଙ୍କ ଆଶ୍ରୟ ନେଇଥିଲେ। ନିରୁପାୟ ହୋଇ ଛାତ୍ରଛାତ୍ରୀ ଗାଁ ମଝିରେ ଥିବା ମଣ୍ଡପ ତଳେ ପାଠ ପଢିଥିବା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: No Reels in Train Tracks: ଟ୍ରେନ୍ ଟ୍ରାକ୍ ନୁହେଁ ରିଲ୍ସର ପ୍ଲାଟଫର୍ମ… ସେଲ୍‌ଫି କି ଭିଡ଼ିଓ କରୁଥିଲେ ସାବଧାନ ! ଗଣିବାକୁ ପଡ଼ିବ ତଣ୍ଡ, ଯିବାକୁ ବି ପଡିପାରେ ଜେଲ

ଚିନ୍ତାରେ ଅଭିଭାବକ

ଏନେଇ ଗ୍ରାମବାସୀ ଚନ୍ଦାହାଣ୍ଡି ଥାନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଏହାସହ ଚନ୍ଦାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଲିଖିତ ଅବଗତ କରିଛନ୍ତି। ଆଜିର ଘଟଣା ପରେ ଅତିରିକ୍ତ ତହସିଲଦାର ସୁମିତ କୁମାର ମଣ୍ଡଳ ଗ୍ରାମକୁ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। ଅଭିଯୋଗ ପରେ ପୁଲିସ ଗ୍ରାମକୁ ଯାଇ ତଦନ୍ତ କରି ନୂଆ ମାଝୀ ଓ ତାଙ୍କ ପତ୍ନୀ ରୁକ୍ମଣୀ ମାଝୀଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି। ଅନ୍ୟପଟେ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ସମାଧାନ ନହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କିଭଳି ଓ କେଉଁଠି ପାଠ ପଢିବେ ବୋଲି ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe