New Year: ସ୍ମାର୍ଟଫୋନ୍‌-ସୋସିଆଲ ମିଡିଆ ଶେଷ କଲା ପାରଂପରିକ ‘ନୂଆବର୍ଷ ଗ୍ରିଟିଙ୍ଗ୍‌ କାର୍ଡ’ର ଚାହିଦା

Advertisment

ନଥିଲା ନୂଆବର୍ଷ ଆସିବାର ଅନେକ ଦିନ ପୂର୍ବରୁ ସାଙ୍ଗସାଥି, ପରିବାର ଓ ଗୁରୁଜନମାନଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଗ୍ରୀଟିଙ୍ଗ କାର୍ଡ ଏକ ପ୍ରମୁଖ ମାଧ୍ୟମ ଥିଲା। ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ରିଟିଙ୍ଗ କାର୍ଡର ଆବଶ୍ୟକତା ପଡୁଥିଲା।

ନଥିଲା ନୂଆବର୍ଷ ଆସିବାର ଅନେକ ଦିନ ପୂର୍ବରୁ ସାଙ୍ଗସାଥି, ପରିବାର ଓ ଗୁରୁଜନମାନଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଗ୍ରୀଟିଙ୍ଗ କାର୍ଡ ଏକ ପ୍ରମୁଖ ମାଧ୍ୟମ ଥିଲା। ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ରିଟିଙ୍ଗ କାର୍ଡର ଆବଶ୍ୟକତା ପଡୁଥିଲା।

new year

ଝରିଗାଁ (ରମେଶ ପଟ୍ଟନାୟକ): ଦିନଥିଲା ନୂଆବର୍ଷ ଆସିବାର ଅନେକ ଦିନ ପୂର୍ବରୁ ସାଙ୍ଗସାଥି, ପରିବାର ଓ ଗୁରୁଜନମାନଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଗ୍ରୀଟିଙ୍ଗ କାର୍ଡ ଏକ ପ୍ରମୁଖ ମାଧ୍ୟମ ଥିଲା। ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ରିଟିଙ୍ଗ କାର୍ଡର ଆବଶ୍ୟକତା ପଡୁଥିଲା। ବର୍ତ୍ତମାନ ଆଧୁନିକ ଯୁଗରେ ସ୍ମାର୍ଟଫୋନ୍‌ ମୋବାଇଲ ଆସିବା ପରେ ଏବଂ ସମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଯୋଗୁଁ ଗ୍ରିଟିଙ୍ଗ କାର୍ଡର ଯୁଗ ଏକ ପ୍ରକାର ଶେଷ ହୋଇ ଯାଇଛି। ଆଉ ଆଗ ଭଳି ଗ୍ରିଟିଙ୍ଗ କାର୍ଡର ଚାହିଦା ନଥିବା ସହ ଲୋକ ପ୍ରାୟ ଭୁଲି ଯାଇଛନ୍ତି।

ପୂର୍ବରୁ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବ୍ୟବସାୟୀମାନେ ଏକ ସ୍ୱତନ୍ତ୍ର ଷ୍ଟଲ ତିଆରି କରି ଭଳିକି ଭଳି ଗ୍ରିଟିଙ୍ଗ କାର୍ଡର ବ୍ୟବସାୟ କରୁଥିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ବ୍ୟବସାୟୀମାନେ ଲୋକଙ୍କ ଚାହିଦା ଅନୁଯାୟୀ ଓ କିଣି ପାରୁଥିବା ସୁନ୍ଦର ସୁନ୍ଦର ଗ୍ରିଟିଙ୍ଗ କାର୍ଡ ଆଣି ବ୍ୟବସାୟ କରିବା ସହ ଭଲ ଦୁଇ ପଇସା ରୋଜଗାର କରୁଥିଲେ। ବିଶେଷ କରି ଗ୍ରୀଟିଙ୍ଗ ଷ୍ଟଲରେ ଛାତ୍ରଛାତ୍ରୀମାନଙ୍କ ଭିଡ଼ ପରିଲକ୍ଷିତ ହେଉଥିଲା। କିନ୍ତୁ ବର୍ତ୍ତମାନ ଆଉ ଗ୍ରିଟିଙ୍ଗର ଚାହିଦା ନଥିବା ବେଳେ ସ୍ୱତନ୍ତ୍ର ଷ୍ଟଲ ମଧ୍ୟ ଖଲା ଯାଉନାହିଁ। ସେହିପରି ବ୍ୟବସାୟୀମାନଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି।ସେହିପରି କିଛି ଲୋକ ପୋଷ୍ଟ କାର୍ଡ ମାଧ୍ୟମରେ ନୂତନ ବର୍ଷର ଶୁଭେଚ୍ଛା ଜଣାଉଥିଲେ। ତାହା ମଧ୍ୟ ଏବେ ଲୋପ ପାଇଛି। 

ଆହୁରି ପଢ଼ନ୍ତୁ: Demand: ‘୧୫ ଦିନ ମଧ୍ୟରେ ଚାଷୀଙ୍କ ଦାବି ପୂରା ନହେଲେ ଅଧା ନବରଂଗପୁର ବନ୍ଦ’

ବନ୍ଦ ହୋଇଯାଇଛି ବ୍ୟବସାୟ

ଯୁବ ବ୍ୟବସାୟୀ ବୁଲୁ ଗୌଡ଼ଙ୍କ କହିବା ପ୍ରକାରେ ପ୍ରାୟ ୧୫ ବର୍ଷ ହେବ ସେ ଝରିଗାଁ ଠାରେ ଗ୍ରିଟିଙ୍ଗ କାର୍ଡର ବ୍ୟବସାୟ କରି ଆସୁଥିଲେ। ରାୟପୁର ଠାରୁ ଗ୍ରୀଟିଙ୍ଗ କାର୍ଡ କିଣି ଆଣୁଥିଲେ। ନୂଆବର୍ଷରେ ପ୍ରାୟ ୫୦ ହାଜର ଟଙ୍କାର ବ୍ୟବସାୟ କରୁଥିଲେ। ଏବେ ଚାହିଦା ନଥିବା ଯୋଗୁଁ ଆଉ ଗ୍ରିଟିଙ୍ଗ କାର୍ଡ ଆଣୁ ନାହାନ୍ତି। କେହି ମଧ୍ୟ ଦୋକାନକୁ ଆସୁନଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: Stock Market: ବର୍ଷ ଶେଷ ଦିନରେ ଭଲ ସ୍ଥିତି‌ରେ ବନ୍ଦ ହେଲା ସେୟାର୍‌ ବଜାର...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe