Tribal Competition: ଆଦିବାସୀ ବେଶ ପୋଷାକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ସ୍ଥାନୀୟ ହିର୍ଲିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପକ୍ଷରୁ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ଅବସରରେ ସ୍ବତନ୍ତ୍ର ଭାବେ ଆଦିବାସୀ ବେଶ ପୋଷାକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

Eklavya school

Cultural programme preformed by students. Photograph: (sambad.in)

ନବରଙ୍ଗପୁର: ସ୍ଥାନୀୟ ହିର୍ଲିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପକ୍ଷରୁ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ଅବସରରେ ସ୍ବତନ୍ତ୍ର ଭାବେ ଆଦିବାସୀ ବେଶ ପୋଷାକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା (ଟ୍ରାଇବେଲ ଫ୍ୟାସନ୍ ସୋ) ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ତନୁଶ୍ରୀ ଶବର ସଭାପତିତ୍ବ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର , ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ଜୟପ୍ରକାଶ ସାହୁ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ସହ  ଜବାହାର ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଓଡିଶା ଆଦର୍ଶ ଆବାସିକ ବିଦ୍ୟାଳୟ, ପେରେଣ୍ଟସ୍ ପ୍ରାଇଡ଼, ୟୁନିକ ପବ୍ଲିକ ସ୍କୁଲ, ଟେକ୍ନୋ ଗୁରୁକୁଳ, ବାପୁଜୀ ବିଦ୍ୟାଳୟର ମୋଟ ୩୩ ଜଣ  ଛାତ୍ରଛାତ୍ରୀପ୍ରତିଯୋଗୀତାରେ ଭାଗ ନେଇଥିଲେ। ବିଚାରପତି ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ସଂଗୀତ ଶିକ୍ଷୟିତ୍ରୀ ଡ. ଅର୍ପଣ କୁମାରୀ, ନବୋଦୟ ବିଦ୍ୟାଳୟର ସଂଗୀତ ଶିକ୍ଷୟିତ୍ରୀ ସ୍ନେହା ସିଂ ଏବଂ ପିରାମିଲ୍ ଫାଉଣ୍ଡେସନର ଦାମ ଖିଲ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଚୟନ କରିଥିଲେ।

ଆହୁରି ପଢ଼ନ୍ତୁ: Cyber Crime: ସାଇବର ଅପରାଧ: ୨ବର୍ଷରେ ୭୬ଟି ମାମଲା ରୁଜୁ

‘ମଣ୍ଡେଇ’ରେ ସାମିଲ କରିବାକୁ ମତ ପ୍ରକାଶ

ବରିଷ୍ଠ ବିଭାଗରେ ‌‌ଜେଏନଭିର ଡ଼ି କ୍ଳାରିସ୍ ସିଂ ପ୍ରଥମ ଓ  ଖ୍ରୀଷ୍ଟିୟାନ ବୈଦୁଖାଇ ଲାଭ ଦ୍ୱିତୀୟ, କେନ୍ଦ୍ରୀୟ ବିଦ୍ୟାଳୟର ଆକାଂକ୍ଷା ତୃତୀୟ ସ୍ଥାନ ହାସଲ କରିଥିଲେ। କନିଷ୍ଠ ବିଭାଗରେ ପେରେଣ୍ଠସ୍ ପ୍ରାଇଡ୍ ଜଷ୍ଟିନ୍ ଟାକ୍ରୀ ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟର ଚ଼ିନ୍ମୟ କୁମାର ମିର୍ଦ୍ଧା ଦ୍ୱିତୀୟ ଓ ପ୍ରଜ୍ଞା ତୃତୀୟ ସ୍ଥାନ ଅଧିକାର କରିଥିଲେ।କୃତି ପ୍ରତିଯୋଗୀ ମାନଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ପିରାମିଲ୍ ଫାଉଣ୍ଡେସନର  ସମସ୍ତ କର୍ମଚାରୀ ଏହି ସଭାରେ ଯୋଗ ଦେଇଥିଲେ। ଏକଲବ୍ୟର ଅଧ୍ୟକ୍ଷା ଶୁଭାସିନି ସାହୁଙ୍କ ଉଦ୍ୟମରେ ନିଆରା ଭାବେ ପ୍ରଥମ କରି ଏଭଳି ପାରମ୍ପରିକ ବେଶପୋଷାକ, ଚାଳିଚଳଣୀକୁ ନେଇ ପ୍ରତିଯୋଗିତା କରାଯାଇଛି। ନିଜ ପରମ୍ପରା, ସଂସ୍କୃତି, ଐତିହ୍ୟକୁ ପିଲାଙ୍କ ମଧ୍ୟରେ ଛାପ ଛାଡ଼ିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଛି ବୋଲି କହିଛନ୍ତି ଅଧ୍ୟକ୍ଷା। ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମକୁ ସ୍ବାଗତ କରିବା ସହ ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନ‌ରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ‘ମଣ୍ଡେଇ’ରେ ସାମିଲ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: Dacoits Plan Fail: ସଶସ୍ତ୍ର ଡକାୟତି ପାଇଁ ଯୋଜନା ଫେଲ୍‌: ବନ୍ଧାହେଲେ ୫ ଡାକୟତ

ରିପୋର୍ଟ: ସୁରେଶ ନାଇଡୁ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe