Representational image of Dog. (File photo)
ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଗମ୍ଭାରିଗୁଡ଼ା ଗାଁରେ ପୁଣି ଥରେ ବୁଲା କୁକୁର ଆତଙ୍କ ଖେଳାଇଛି। ଗତକାଲି ଗାଁର ଦୁଇ ଜଣ ମହିଳାଙ୍କୁ ଆକ୍ରମଣ କରିଛି। ପ୍ରଥମେ ମଦନା ସାହୁ ଖାଇ ସାରି ବାସନ ଧୋଉଥିବା ବେଳେ ପଛରୁ ଆସି ପିଚାରେ କମୁଡ଼ିଥିଲା। ତା ପରେ ରମଣୀ ସାହୁଙ୍କ ମୁହଁକୁ ଏଇଭଳି ଅତର୍କିତ ଆକ୍ରମଣ କରିଛି ଯେ ତାଙ୍କର ଉପର ଓଠ ଦୁଇଫାଳ ହୋଇ ଝୁଲି ରହିଛି।
ଆହୁରି ପଢ଼ନ୍ତୁ: Prison Escape: ସୋର ଜେଲ୍ରୁ ଖସିଗଲା କଏଦୀ
ଦେଖଣାହାରୀମାନେ ଏହାକୁ ଭାଲୁ ଆକ୍ରମଣରୁ ମଧ୍ୟ ଅଧିକ ନୃଶଂସ ବୋଲି କହିଛନ୍ତି। ଘଟଣାର ଭୟାବହତାକୁ ଦେଖି ଶ୍ରୀମତୀ ସାହୁଙ୍କୁ ପ୍ରଥମେ ଧର୍ମଗଡ଼ ଏବଂ ପରେ ଭବାନିପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଟିଏ ଦିନରେ କୁକୁର ଆକ୍ରମଣର ଦୁଇଟି ଘଟଣା ପରେ ଗମ୍ଭାରିଗୁଡା ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି।
ଆହୁରି ପଢ଼ନ୍ତୁ: Delhi Air Pollution ମଜା ସାଜିଲା ସଜା: ବାଣ ଫୁଟାରୁ ବାୟୁ ପ୍ରଦୂଷଣ, ସମସ୍ତେ ଖୁଁ ଖାଁ... ଦିଲ୍ଲୀ ପରେ ଲାହୋର ୨ୟ ପ୍ରଦୂଷିତ ସହର
ସୂଚନା ଥାଉ କି ଗତବର୍ଷ କୁକୁର କାମୁଡ଼ାରେ ଗ୍ରାମର ରୁଦ୍ର ନାରାୟଣ ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଗୁରୁତର ଆହତ ହୋଇଥିଲେ।
Nabarangpur
Follow Us