ରାଇଘର: ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ ଅନ୍ତର୍ଗତ ଗରିଆବନ୍ଧରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟl ଜଙ୍ଗଲରେ ରହିଆସୁଥିବା ମହିଳା ମାଓବାଦୀମା‌ନେ ପୁଲିସ ନିକଟରେ ଆତ୍ମସମର୍ପଣ ପରେ ଏବେ ନିର୍ଭୟରେ ଦୀପାବଳି ପାଳନ କରିଛନ୍ତି। ଦୀପାବଳି ପାଳନ କରିବା ପୂର୍ବରୁ ସେମାନେ ବଜାରରୁ ଜିନିଷପତ୍ର କିଣିଛନ୍ତି।

Advertisment

ଆହୁରି ପଢ଼ନ୍ତୁ: Maoists Surrender: ପୁଣି ହେବ ବଡ଼ଧରଣର ଆତ୍ମସମର୍ପଣ, କମ୍ରେଡଙ୍କୁ ଚିଠି!

ମୁଖ୍ୟସ୍ରୋତରେ ଫେରିବା ପରେ ଏହି ଦୀପାବଳି ପର୍ବ ସେମାନଙ୍କ ପାଇଁ ପ୍ରଥମ ଓ ଆନନ୍ଦପୂର୍ଣ୍ଣl ପ୍ରତି ବର୍ଷ ଠାରୁ ଚଳିତ ବର୍ଷ ଏହି ଦୀପାବଳି ଗାରିଆବନ୍ଧ ଜିଲ୍ଲା ପାଇଁ ବିଶେଷ ଗୁରୁତ୍ୱ ରଖିଛି। ଏହା ପ୍ରଥମ ଦୀପାବଳିରେ ହିଂସାର ପଥରୁ ବିଚ୍ୟୁତ ହୋଇଥିବା କିଛି ମାଓବାଦୀ ମୁଖ୍ୟଧାରାକୁ ଫେରି ସ୍ୱାଧୀନତାର ଆଲୋକରେ ଏହି ପର୍ବ ପାଳନ କରୁଛନ୍ତି। ଏଥିରେ ପୂର୍ବତନ ନକ୍ସଲନେତ୍ରୀ ଜାନସୀ, ଜଙ୍କି, ବୈଜନ୍ତୀ, ମଞ୍ଜୁଳା ଏବଂ ମୈନା ସାମିଲ ଅଛନ୍ତି, ଯେଉଁମାନଙ୍କ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା।

ଆହୁରି ପଢ଼ନ୍ତୁ: Uddhav targeted Govt.on diwali: ସରକାରଙ୍କ ଅବସ୍ଥା ନରକାସୁର ଭଳି କରିବାକୁ କହିଲେ ଉଦ୍ଧବ

ଦିନେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଥିବା ଜାନସୀ ଏବଂ ଜଙ୍କିଙ୍କୁ ସାଧାରଣ ମହିଳାଙ୍କ ପରି ଗାରିଆବନ୍ଧ ବଜାରରେ ଦୀପାବଳି ଅବସରରେ ପୋଷାକ କିଣୁଥିବା ଦେଖାଯାଇଥିଲା। ଏହି ଦୁଇଜଣଙ୍କ ଶହ ଅନେକ ପୁରୁଷ ଏବଂ ମହିଳା ନକ୍ସଲ ସରକାରଙ୍କ ଆତ୍ମସମର୍ପଣ କରି ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ହିଂସାର ପଥ ଛାଡ଼ିଛନ୍ତି। ସମାଜର ମୁଖ୍ୟସ୍ରୋତକୁ ଫେରିବା ପରେ ଏହା ଏମାନଙ୍କ ପାଇଁ ପ୍ରଥମ ଦୀପାବଳି। 

ସୂଚନାଯୋଗ୍ୟ, ନିକଟରେ ଦୁଇ ଶହରୁ ଅଧିକ ମାଓବାଦୀ ହିଂସା ଛାଡ଼ି ସମାଜର ମୁଖ୍ୟ ଧାରାରେ ଯୋଡ଼ି ହୋଇଛନ୍ତି। ମାଓନେତା ରୂପେଶ ଜଂଗଲରେ ରହିଯାଇଥିବା ଅନ୍ୟ ମାଓବାଦୀମାନଙ୍କୁ ମଧ୍ୟ ତୁରନ୍ତ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ପ୍ରଥମ କରି ପରିବାର ସହ ଦୀପାବଳି ପାଳନ କରିଛନ୍ତି। ଦୀପାବଳି ପାଳନ କରି ସେମାନେ ବହୁତ ଖୁସି ବୋଲି କହିଛନ୍ତି। ବହୁ ମାଓବାଦୀଙ୍କ ପରିବାର ଚାଷୀ ଶ୍ରେଣୀର ହୋଇଥିବାରୁ ସେମାନେ ଚାଷ ଉପରେ ବିଶେଷ ଗୁରୁତ୍ବ ଦେବେ ବୋଲି କହିଥିଲେ। ଆଗକୁ ମଧ୍ୟ ବହୁ ନକ୍ସଲ ନିଜର ହତିଆର ପୁଲିସ ନିକଟରେ ରଖିବେ ବୋଲି ଜଣାପଡିଛି। ଦୁର୍ଦାନ୍ତ ହିଡମା ମଧ୍ୟ ଦୀପାବଳି ଆତ୍ମସମର୍ପଣ କରିବା ନେଇ ସୂଚନା ମିଳିଛି। ଯଦି ଏହା ସତ ହୁଏ ତେବେ ନକ୍ସଲ ସଂଗଠନ ସଂପୂର୍ଣ୍ଣ ମୂଳପୋଛ ହେଲା ବୋଲି କୁହାଯାଇପାରିବ।

maoists | Nabarangpur

ରିପୋର୍ଟ: ଦେବେନ୍ଦ୍ର ମିଶ୍ର