Dead Body Cremated: ଶବ ସଂସ୍କାର ପାଇଁ ଆସିଲେନି ପରିବାରର ଲୋକେ, ଶେଷକୃତ୍ୟ ସମ୍ପର୍ଣ୍ଣ କଲେ ଯୁବବର୍ଗ

ଅସହାୟ ବ୍ୟକ୍ତିଙ୍କର ମୃତ୍ୟୁ ପରେ ଶବକୁ କାନ୍ଧ ଦେବା ପାଇଁ ପରିବାରବର୍ଗଙ୍କ ଠାରୁ ସମସ୍ତେ ପଛ ଘୁଞ୍ଚା ଦେଇଥିଲେ। ଏହି ସମୟରେ ଆଗେଇ ଆସିଥିଲେ ନବରଂଗପୁର ଜିଲ୍ଲା ଗୌଡ଼ସାହି ଅଂଚଳର କିଛି ଯୁବକ।

Jyepore1

Dead Body Cremated by youth members in Jyepore. Photograph: (sambad.in)

ନବରଙ୍ଗପୁର: ସମୟର ପରିଭାଷା ବଦଳିଛି। ସୁଖ ସମୟରେ ସମସ୍ତେ ନିଜର ହେଉଥିବା ବେଳେ ଅବେଳରେ କେହି ନିଜର ହେଉ ନାହାନ୍ତି। ଅସହାୟ ବ୍ୟକ୍ତିଙ୍କର ମୃତ୍ୟୁ ପରେ ଶବକୁ କାନ୍ଧ ଦେବା ପାଇଁ ପରିବାରବର୍ଗଙ୍କ ଠାରୁ ସମସ୍ତେ ପଛ ଘୁଞ୍ଚା ଦେଇଥିଲେ। ଏହି ସମୟରେ ଆଗେଇ ଆସିଥିଲେ ନବରଂଗପୁର ଜିଲ୍ଲା ଗୌଡ଼ସାହି ଅଂଚଳର କିଛି ଯୁବକ। ଶବକୁ କାନ୍ଧ ଦେଇ ସମ୍ମାନର ସହ ଇନ୍ଦ୍ରାବତୀ ଶ୍ମଶାନକୁ ନେଇ ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ। ଏଭଳି କାମ କରି ମାନବିକତାର ପରିଚୟ ଦେଇଛନ୍ତି ଗୌଡ଼ସାହି ଗୋପବନ୍ଧୁ ଯୁବକ ସଂଘର ସୁବାଷ ସାମନ୍ତରାୟ,  ଶଙ୍କର ମହାନ୍ତି, ପି. ପ୍ରଦୀପ, ନିଶିକାନ୍ତ ମହାନ୍ତି, ଏ .ସାଇ କୁମାର ଆଚାରୀ, ଏମ୍ .ମୁରଲୀ, କେ .କ୍ରିଷ୍ଣା, ଭି. ଗଣି।  

ଗତ କିଛି ଦିନ ହେବ ଅସୁସ୍ଥ ଥିବା  କେ. ବାସୁ ଦେବ ରାଓ ଅସହାୟ ଅବସ୍ଥାରେ ଚାଇନାମାର୍କେଟ ଅଂଚଳରେ ପଡ଼ି ରହିଥିଲେ। ତାଙ୍କ ଅବସ୍ଥା ଦେଖି ଗତ ତିନି ଦଳ ତଳେ କେ. କ୍ରୀଷ୍ଣା ଓ ଅନ୍ୟ ଯୁବକମାନେ ଗତ ତିନି ଦିନ ତଳେ ୧୦୮ଆମ୍ବୁଲାନସରେ ନବରଙ୍ଗପୁର ଜିଲ୍ଲାମୁଖ୍ୟଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାସୁଦେବଙ୍କ ମୃତ୍ୟୁ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: Bike Lift Dead Body: ଯାଇପାରିଲା ନାହିଁ ମହାପ୍ରଣାୟ ଗାଡ଼ି, ୬କିମି ବାଇକ୍‌ ବୋହିଲା ଶବ

ଦୀର୍ଘ ଦିନ ଧରି ସେ ଅସହାୟ ଭାବରେ ରହିଆସୁଥିଲେ।  ତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଚାରି କାନ୍ଧ ଦେବା ପାଇଁ  ପରିବାରବର୍ଗ କିମ୍ବା ଅନ୍ୟ କେହି ପ୍ରସ୍ତୁତ ନଥିଲେ। ଏ ଖବର ପାଇ ନବରଙ୍ଗପୁର ସହର ଗୌଡ଼ସାହି ଗୋପବନ୍ଧୁ ଯୁବକ ସଂଘର ସଦସ୍ୟମାନେ ନିଜ ନିଜ ଭିତରେ କିଛି ଅର୍ଥ ସଂଗ୍ରହ କରି କେ ବାସୁଦେବ ରାଓଙ୍କୁ ମରଶରୀରକୁ ଡିଏଚଏଚରୁ ଆଣି ସସମ୍ମାନର ସହ ଇନ୍ଦ୍ରାବତୀ ନଦୀ କୂଳ ଶ୍ମଶାନକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରାଇଥିଲେ।  ଆଜିବି ମାନବିକତା ବଞ୍ଚିଛି ଏହିଯୁବବର୍ଗ ପ୍ରମାଣିତ କରିଥିଲେ।

ଆହୁରି ପଢ଼ନ୍ତୁ: VIRAT KOHLI : ବିରାଟଙ୍କ ନାଁରେ ଅଲୋଡ଼ା ରେକର୍ଡ 

ରିପୋର୍ଟ: ସୁରେଶ ନାଇଡୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe