ଆଡିଲେଡ୍ : ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଦିନିକିଆ (ODI) ସିରିଜରେ ବିରାଟ କୋହଲି (VIRAT KOHLI) ଲଗାତାର ଦୁଇଟି ମ୍ୟାଚରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଥର ପାଇଁ ସେ ଲଗାତାର ୨ଥର ଶୂନରେ ଆଉଟ ହୋଇଛନ୍ତି । ପୁଣି ସର୍ବାଧିକ ଥର ଶୂନରେ ଆଉଟ ହେବାରେ ସେ ଦ୍ବିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ପ୍ରଥମ  ସ୍ଥାନରେ ଜାହିର ଖାଁ ଥିବାବେଳେ ଦ୍ବିତୀୟ ସ୍ଥାନରେ ଇଶାନ୍ତ ଶର୍ମା  ଓ ବିରାଟ କୋହଲି ଅଛନ୍ତି (୪୦ ଥର ଲେଖାଏଁ) ।

Advertisment

କିଏ ପ୍ରଥମ ସ୍ଥାନରେ ?

ଉଭୟ ଜାହିର ଖାଁ ଓ ଇଶାନ୍ତ ଶର୍ମା ବୋଲର ହୋଇଥିବାରୁ ସେମାନେ ଶୂନରେ ଆଉଟ ହେବା କିଛି ବଡ଼ କଥା ନୁହେଁ, କିନ୍ତୁ ବିରାଟଙ୍କ ପରି ମହାନ ବ୍ୟାଟ୍ସମ୍ୟାନ ଏପରି ରେକର୍ଡ କରିବା ଲଜ୍ଜାଜନକ ମନେହୁଏ ।

ଆହୁରି ପଢନ୍ତୁ : Virat kohli again score zero: ଆଡିଲେଡ୍‌ରେ ବି ବିରାଟଙ୍କୁ ମିଳିଲା ଶୂନ, ମଉଳିଲା ପ୍ରଶଂସକଙ୍କ ଆଶା

ବିରାଟଙ୍କ ପାଇଁ ନୈରାଶ୍ୟଜନକ ସିରିଜ୍

୨୩ ଅକ୍ଟୋବର, ୨୦୨୫ ରେ, ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ODIରେ, ବିରାଟ କୋହଲି କେବଳ ଚାରୋଟି ବଲ୍ ସମ୍ମୁଖୀନ ହୋଇ ଡକ୍ ଆଉଟ୍ ହୋଇଥିଲେ। ପର୍ଥରେ ପ୍ରଥମ ODIରେ ମଧ୍ୟ ୮ଟି ବଲ୍ ରେ ଡକ୍ ଆଉଟ୍ ହୋଇଥିଲେ। କୋହଲିଙ୍କ ୧୭ ବର୍ଷର ODI କ୍ୟାରିୟରରେ ଏହା ପ୍ରଥମ ଥର ଯେ ସେ ଲଗାତାର ଦୁଇଟି ମ୍ୟାଚରେ ଡକ୍ ଆଉଟ୍ ହୋଇଛନ୍ତି।

ଆହୁରି ପଢନ୍ତୁ : INDvAUS: ୨ୟ ଦିନିକିଆରେ ଭାରତକୁ ୨ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ