ନୂଆଦିଲ୍ଲୀ: ଆଡିଲେଡ୍‌ରେ ବି ବିରାଟଙ୍କୁ ମିଳିଲା ଶୂନ। ମଉଳିଲା ପ୍ରଶଂସକଙ୍କ ଆଶା। ବର୍ଷା ପ୍ରଭାବିତ ପର୍ଥ ଦିନିକିଆକୁ ୭ ୱିକେଟ୍‌ରେ ହାରିବା ପରେ ଭାରତୀୟ କ୍ରିକେଟ୍ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ଆଜି ଅଷ୍ଟ୍ରେଲିଆକୁ ଭେଟିଛି। ପର୍ଥ ଦିନିକିଆରେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଶୂନରେ ଆଉଟ ହୋଇଥିବା ବେଳେ ଆଡିଲେଡରେ ଭଲ ପ୍ରଦର୍ଶନ କରିବେ ବୋଲି ପ୍ରଶଂସକଙ୍କ ଆଶା ରହିଥିଲା। ହେଲେ ଏବେ ଆଡିଲେଡରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ବିରାଟ କୌଣସି ରନ୍ ନକରି ଆଉଟ୍ ହୋଇଛନ୍ତି। କୋହଲିଙ୍କୁ ଅଷ୍ଟ୍ରେଲିଆଦ୍ରୁତ ବୋଲର ଜାଭିୟର ବାର୍ଟଲେଟ୍ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ।

Advertisment

ସପ୍ତମ ଓଭରରେ ଆଉଟ ହେଲେ ବିରାଟ

ସୂଚନା ମୁତାବକ, ଭାରତୀୟ ଇନିଂସର ସପ୍ତମ ଓଭରରେ ବିରାଟ କୋହଲି ଆଉଟ୍ ହୋଇଥିଲେ। ସପ୍ତମ ଓଭରରେ ବାର୍ଟଲେଟଙ୍କ ପଞ୍ଚମ ବଲ୍ ଭିତରକୁ ସ୍ୱିଙ୍ଗ୍ ହୋଇ ଆସିଥିଥିଲା। କୋହଲି କ୍ରିଜ୍‌ରେ ଧରାପଡ଼ିଥିଲେ, ଏବଂ ବ୍ୟାଟ୍ ସ୍ପର୍ଶ କରିବା ପୂର୍ବରୁ ବଲ୍ ତାଙ୍କ ପ୍ୟାଡ୍‌ରେ ବାଜିଥିଲା। ବଲ ଟ୍ରାକର ଦେଖାଇଲା ଯେ, ବଲଟି ମଧ୍ୟମ ଷ୍ଟମ୍ପରେ ବାଜିଥିଲା।

ଆହୁରି ପଢ଼ନ୍ତୁ: Consequences of coastal erosion and human activities: ସମୁଦ୍ର ଆଁରେ ଉପକୂଳ ଓଡ଼ିଶା, କମୁଛି କଙ୍କଡ଼ା ସଂଖ୍ୟା

ଅମ୍ପାୟାର ସାମ୍ ନୋଗାଜସ୍କି ବିନା ଦ୍ୱିଧାରେ ତାଙ୍କ ଆଙ୍ଗୁଠି ଉଠାଇ କୋହଲି ଆଉଟ ହୋଇଥିବା ଜଣାଇଲେ। ଏହା ପରେ ଷ୍ଟ‌ାଡିୟମରେ ଉପସ୍ଥିତ ଥିବା ଭ‌ାରତୀୟ ଦର୍ଶକ ନିରାଶ ହୋଇଯାଇଥିଲେ। ବିରାଟ କୋହଲି ଲଗାତାର ଦ୍ୱିତୀୟ ମ୍ୟାଚ୍‌ରେ ଶୂନରେ ଆଉଟ୍ ହୋଇଛନ୍ତି। ସେ ପର୍ଥ ଦିନିକିଆରେ ମଧ୍ୟ ସ୍କୋର କରିପାରି ନଥିଲେ। କୋହଲିଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଏହା ପ୍ରଥମ ଥର ଘଟିଛି, ଯେଉଁଠି ସେ ଲଗାତାର ଦୁଇଟି ଇନିଂସରେ ଶୂନରେ ଆଉଟ୍ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: Encounter in Delhi: ଦିଲ୍ଲୀରେ ବଡଧରଣର ଏନକାଉଣ୍ଟର: ପୁଲିସ ଗୁଳିରେ ସଫା ହେଲେ ୪ ବିହାରୀ ଅପରାଧୀ

ଆହୁରି ପଢ଼ନ୍ତୁ: Pakistan market conditions worse: ପାକିସ୍ତାନରେ ଟମାଟୋ କିଲୋ ୬୦୦ ଟଙ୍କା, ଅଦା କିଲୋ ୭୫୦ ଟଙ୍କା