Youth festival organized at Nabarangpur. Photograph: (sambad.in)
ନବରଙ୍ଗପୁର: ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ନିର୍ଦ୍ଦେଶରେ ନବରଂଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ-୨୦୨୫ ଅନୁଷ୍ଠିତ ହୋଇଛି। ଯୁବ ଶକ୍ତିକୁ ଏକତ୍ର କରିବା ଏବଂ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରିବା ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ଥିଲା।
ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ଚନ୍ଦ୍ର ବର୍ମନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଯୁବକମାନଙ୍କୁ ଦେଶର ଭବିଷ୍ୟତ ଭାବରେ ବର୍ଣ୍ଣନା କରି ସେମାନଙ୍କୁ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ସୁଶାନ୍ତ କୁମାର ନାୟକ, ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ମିଶ୍ର ଓ ଶିକ୍ଷାବିତ୍ ବିଜୟ କୁମାର ଚୌଧୁରୀ, ନବରଙ୍ଗପୁର ସ୍ନାତକ ମହାବିଦ୍ୟାଳୟର ଅତିରିକ୍ତ ଅଧ୍ୟକ୍ଷା ସଙ୍ଗୀତା ତ୍ରିପାଠୀ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାସିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: International Sand Art: ଅନ୍ତର୍ଜାତୀୟ ବାଲୁକା କଳା, ନୃତ୍ୟ ଉତ୍ସବକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ବୈଜ୍ଞାନିକ ପ୍ରତିଯୋଗିତା ଆୟୋଜନ
ଗୀତା ଦାସ ଏହି ସମସ୍ତ କାର୍ଯ୍ୟକ୍ରମର ସୂଚାରୁ ରୂପେ ସଂଚାଳନ କରିଥିଲେ। ଏହି ଯୁବ ଉତ୍ସବରେ ସଂସ୍କୃତି ଓ ଜ୍ଞାନର ଏକ ବିରଳ ସମନ୍ୱୟ ଦେଖିବାକୁ ମିଳିଥିଲା। ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ଭଳି ପାରମ୍ପରିକ କଳା ସହ ଭାଷଣ, କବିତା ରଚନା, ଗଳ୍ପ ଲେଖନୀ, ଚିତ୍ରାଙ୍କନ ଏବଂ ସର୍ବାଧିକ ଆକର୍ଷଣର କେନ୍ଦ୍ର ଇନୋଭେସନ (ବିଜ୍ଞାନ ପ୍ରଦର୍ଶନୀ) ଭଳି ବୈଜ୍ଞାନିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ବିଚାରକ ଭାବେ ଫାଲଗୁନି ପାତ୍ର, ଯୁଗୋଳ ତ୍ରିପାଠୀ, ଅଶୋକ ମହାନ୍ତି, ସୁଜନ ସୁନା, ସଂଯୁକ୍ତା ପଣ୍ଡା, ତପନ ବେନିୟା, ଚିନ୍ମୟୀ ପତି ପ୍ରମୁଖ ପରିଚାଳନା କରିଥିଲେ। ଏନୱାଇକେ ଜିଲ୍ଲା ସଂଯୋଜିକା ଏନ୍ ବାଣି ସହଯୋଗ କରିଥିଲେ।
ଆହୁରି ପଢ଼ନ୍ତୁ: Farmers: ନବରଂଗପୁରରେ ବର୍ଷକରେ ବଢ଼ିଲେ ୮୧୦୯ଚାଷୀ, ୫୨୧୭ ଭାଗଚାଷୀ ଚିହ୍ନଟ
Follow Us