Naxal are changing strategy: using bottle bombs to target Javan Photograph: (sambad.in)
ମାଲକାନଗିରି: ମାଓବାଦୀମାନେ ନିଜର ରଣନୀତି ବଦଳାଇ ବୋତଲକୁ ବୋମା ଭାବେ ବ୍ଯବହାର କରୁଛନ୍ତି। ସେମାନେ ଏହା ମାଧ୍ୟମରେ ଯବାନମାନଙ୍କୁ ଟାର୍ଗେଟ କରୁଛନ୍ତି ।
ସେମାନେ ବୋତଲ ଭିତରେ ଆଇଇଡି ଖଞ୍ଜି ତାକୁ ଯବାନ ଯିବାଆସିବା କରୁଥିବା ରାସ୍ତାର ଅବା ଅପରେସନ କରୁଥିବା ମାଟି ତଳେ ପୋତି ଦେଉଛନ୍ତି।
ସୁକୁମା ବିଜାପୁର ଅଞ୍ଚଳରୁ ବାରମ୍ଵାର ଏପରି ବୋତଲ ବୋମା ଜବତ ହବା ଘଟଣା ସୁରକ୍ଷାକର୍ମୀଙ୍କ ଚିନ୍ତା ବଢାଇଛି। କାରଣ ଏହା ମେଟାଲ ଡିଟେକ୍ଟରରେ ଅତି ସହଜରେ ଧରା ପଡୁନାହିଁ।
ଅଧିକ ପଢ଼ନ୍ତୁ: କେଉଁଠୁ ଆସିଲା ଏହି ‘ବଜେଟ୍’ ଶବ୍ଦ ? ଭାରତରେ କେବେ ଉପସ୍ଥାପିତ ହୋଇଥିଲା ପ୍ରଥମ ବଜେଟ୍ ?
ପୂର୍ବରୁ ଏହି ବୋତଲକୁ ପେଟ୍ରୋଲ ବୋମା ଭାବେ ମାଓବାଦୀ ବ୍ଯବହାର କରୁଥିଲେ । ତେବେ ବିଜାପୁର ଜଙ୍ଗଲରୁ ଏହି ବୋତଲ ବୋମା ଜବତ ହେବା ପରେ ଏହାକୁ ଯବାନମାନେ ନିଷ୍କ୍ରିୟ କରିଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଓଲଟିଲା ପିକଅପ୍ ଭ୍ୟାନ୍: ୨୨ ଆହତ, ୮ ଗୁରୁତର
Follow Us