ଦଶପଲ୍ଲା: ପାଣିରେ ନାଳ ପାର ହୋଇ ଖଟିଆରେ ବୁହା ହେଲେ ରୋଗୀ। ପ୍ରତିଶ୍ରୁତିରେ ଅଟକିଛି ସେତୁ ନିର୍ମାଣ କାର୍ଯ୍ୟ। ଦୁର୍ଦ୍ଦଶା ଭୋଗୁଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଗୁଡୁରିସାହି ଏବଂ ଆଖପାଖ ୮ଟି ଗାଁର ଲୋକେ।
ଆହୁରି ପଢ଼ନ୍ତୁ: Diwali: ଦୀପାବଳିରେ ବଡ଼ବଡ଼ୁଆ ହୋ ! ଅନ୍ଧାରରେ ଆସି ଆଲୁଅରେ ଯାଅ
ଗାଁର ସୁଭାଷିନୀ ବେହେରାଙ୍କୁ ଝାଡ଼ାବାନ୍ତି ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ପରିବାର ଲୋକେ ଏବଂ ଗାଁ ଲୋକେ କୌଣସି ବିକଳ୍ପ ନପାଇ ଖଟିଆରେ ବୋହି ଭରା ନାଳ ପାର କରି ପ୍ରାୟ ୩କିଲୋମିଟର ନୂଆଗାଁ ଛକ ନିକଟକୁ ଆସିଥିଲେ। ହେଲେ ସେଠାରେ ମୋବାଇଲ ନେଟୱର୍କ ନଥିବାରୁ ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇ ପାରି ନଥିଲା।
ଆହୁରି ପଢ଼ନ୍ତୁ: Firecracker Blast: ରାତି ୧୦ଟା ଟପିଲାଣି, ତଥାପି ଅମାନିଆ ଫୁଟାଉଛନ୍ତି ବାଣ… କେଉଁଠି ଅଛି ପୋଲିସ୍, କାହିଁକି ନେଉନି ଆକ୍ସନ ?
ପରେ ଏକ ଅଟୋ ସାହାଯ୍ୟରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ନୟାଗଡ଼ ସ୍ଥାନାନ୍ତର କରାଯାଇଥିଲା। ହେଲେ ନିର୍ବାଚନ ବେଳେ ଅନେକ ନେତା ଗାଁକୁ ଆସନ୍ତି। ନାଳ ଉପରେ ସେତୁ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଅନ୍ତି ।ହେଲେ ବର୍ତ୍ତମାନ ସୁଦ୍ଧା ବି କୌଣସି ବ୍ରିଜ ନିର୍ମାଣ ହୋଇପାରିଲା ନାହିଁ, ଯାହା ଦ୍ବାରା ୮ଟି ଗ୍ରାମର ଲୋକେ ଦୁର୍ଦ୍ଦଶାର ସମ୍ରୁଖିନ ହେଉଛନ୍ତି।