ଭୁବନେଶ୍ବର: ରାତି ଆସି ୧୦ଟା ଟପିଲାଣି ତଥାପି ଚାଲିଛି ବାଣ ଫୁଟା । କାଁ ଭାଁ ନୁହେଁ ଲଗାତାର ଭାବେ ଫୁଟି ଚାଲିଛି ବାଣ । ଢୋ ଢା… ଚଡ଼ ଚଡ଼… ହୁଇ ଆଦିରେ କମ୍ପୁଛି ପରିବେଶ, ଚମକୁଛି ଆକାଶ । ଗୋଟେ ପଟେ ବାଣ ଫୁଟାଇବା ପାଇଁ କଟକଣା ଲଗାଯାଇଥିବା ବେଳେ ସବୁ କଟକଣାକୁ ଭୁଲିଯାଇଛନ୍ତି ଲୋକେ । ବାଣଫୁଟାର ସମୟ ଧାର୍ଯ୍ୟ କରାଯାଇଥିଲେ ବି ସବୁ ନିୟମକୁ ବାଏଁ ବାଏଁ କରି ଉଡାଇ ଦେଉଛନ୍ତି ରାଜଧାନୀବାସୀ । ଆଉ ଏଯାଏଁ ବି ଫୁଟାଇ ଚାଲିଛନ୍ତି ବାଣ

Advertisment

smoky sky  in bhubaneswar
smoky sky in bhubaneswar Photograph: (sambad.in)

ଗୋଟେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ୍‌ଲାଇନକୁ ଫୁ' କଲେ ରାଜଧାନୀବାସୀ । ରାତି ୯ଟା ପରେ ବି ଫୁଟୁଛି ବାଣ । ବାଣ ଫୁଟେଇବାର ସମୟସୀମା ଗଡିଗଲାଣି କିନ୍ତୁ ଏବେ ବି ଢୋ ଢା ଚାଲିଛି । ଅନ୍ୟପଟେ ରାଜଧାନୀ ଆକାଶ ଧୂଆଁମୟ ହେଲାଣି । ଯୁଆଡେ ଦେଖିବେ ସିଆଡେ ଧୂଆଁ ଆଉ ଧୂଆଁ । ସତେ ଯେମିତି କୁହୁଡିର ଭ୍ରମ ସୃଷ୍ଟି କରୁଛି । ମାଟିରେ ବାଦଲ ଭାଶିବା ଭଳି ଧୂଆଁ ଦେଖାଯାଉଥିବା ବେଳେ ରାସ୍ତାଘାଟ କିଛି ବି ଦିଶୁନି । 

police alert
police alert Photograph: (sambad.in)

ଆଉ ଏହାରି ଭିତରେ ପୋଲିସର କାର୍ଯ୍ଯଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଚି ହୋଇଛି । କୁହାଯାଉଥିଲା କି ରାତି ୯ଟା ପରେ ଯିଏ ବି ବାଣ ଫୁଟାଇବ ତାକୁ ପୋଲିସ ବାନ୍ଧିବ । କଟକ-ଭୁବନେଶ୍ବରରେ ଅମାନିଆ ହେଇ ବାଣ ଫୁଟାଇଲେ ଆକ୍ସନ ନେବ ପୋଲିସ । ହେଲେ ଏବେବି ବାଣ ଫୁଟୁଥିବା ବେଳେ ପୋଲିସ କେଉଁଠି ପଇଁତରା ମାରୁଛି ବୋଲି ସାଧାରଣରେ ଅଭିଯୋଗ ହେଲାଣି ।

ଅଧିକ ପଢନ୍ତୁ-

Alert, Firecracker: ସାବଧାନ ! ଆମାନିଆ… ୨ ଘଣ୍ଟାରୁ ଅଧିକ ବାଣ ଫୁଟାଇଲେ ବାନ୍ଧିନେବ ପୋଲିସ, ରାତି ୯ ପରେ ଢୋ ଢା… ମନା

WhatsApp Image 2025-10-20 at 21.11.17

ତେବେ କଟକ- ଭୁବନେଶ୍ବରରେ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଥିଲା । କିନ୍ତୁ ସମୟ ଏବେ ଅତିକ୍ରାନ୍ତ । ଉଚ୍ଚ ଶବ୍ଦ ସମ୍ପନ୍ନ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିବା ବେଳେ ପ୍ରଚଣ୍ଡ ଶବ୍ଦରେ କମ୍ପୁଛି ପରିବେଶ । ମଦ ପିଇ ଗାଡ଼ି ଚଳାଇଲେ ବନ୍ଧାହେବେ ଏବଂ ଗାଡ଼ି ଜବତ ହେବ ବୋଲି କୁହାଯାଇଥିଲା । ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ମୁତୟନ ରହିବ । ବେଆଇନ୍ ବାଣ ବିକ୍ରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁଜ ବାଣ ଫୁଟାଇବା ଉପରେ ଗୁରୁତ୍ବ ଦିଆଯିବ ବୋଲି କୁହାଯାଇଥିଲା । ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ମନ୍ଦିର ନିକଟରେ ବାଣ ଫୁଟା ଉପରେ କଟକଣା ଲଗାଯାଇଛି । ଚାଳଘର, ଦୋକାନ ଘର, ସମ୍ବେଦନଶୀଳ ସ୍ଥାନରେ ବାଣ ଫୁଟାଇବାକୁ ବାରଣ ହୋଇଥିବା ବେଳେ ଏବେବି ବାଣଫୁଟା ଜାରି ରହିଛି । 

Diwali 

ଅଧିକ ପଢନ୍ତୁ-

Air Pollution ୨ ଘଣ୍ଟା ଢୋ ଢାରେ ଅଣନିଶ୍ବାସୀ ରାଜଧାନୀବାସୀ: ଧୂଆଁରେ ଭର୍ତ୍ତି ଭୁବନେଶ୍ବର ଆକାଶ… କାହାରି ପଡୁନି ଫରକ୍