ଭୁବନେଶ୍ବର: ଦୀପାବଳିରେ ଧୂଆଁ ହେଇଗଲା ଭୁବନେଶ୍ବର ଆକାଶ । ଚାରିଆଡ଼େ ଖାଲି ଧୂଆଁ ଆଉ ଧୂଆଁ । ଗୋଟେପଟେ ଲୋକେ ଦୀପାବଳି ମନାଇବାକୁ ଯାଇ ପ୍ରଚୁର ବାଣ ଫୁଟାଉଥିବା ବେଳେ ଢୋ ଢା ଶବ୍ଦ… ଚଡ଼ ଚଡ଼ ଶବ୍ଦରେ କମ୍ପୁଛି ଗଗନ ପବନ । ଆକାଶରେ ଭଳିକି ଭଲି ବାଣ ଫୁଟୁଥିବା ବେଳେ ତା ଚମକରେ ପୂରା ଆକାଶ ଆଲୋକିତ ହେଉଥି । ଭୁବନେଶ୍ବରରୁ କଟକ ଆକାଶ ଏକ ପ୍ରକାର ଚମକୁ ଥିବା ବେଳେ ପରିବେଶ କିନ୍ତୁ ପୂରା ବିଗିଡ଼ି ଗଲାଣି । ୨ ଘଣ୍ଟାରେ ଧୂଆଁରେ ଭର୍ତ୍ତି ହେଇଗଲାଣି ଭୁବନେଶ୍ବର ଆକାଶ ।
/filters:format(webp)/sambad/media/media_files/2025/10/20/smoke-2025-10-20-21-37-39.jpeg)
ଯଦିଓ ସଂଧ୍ଯା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇବାକୁ ନିଷ୍ପତ୍ତି ହୋଇଥିଲା ଏବଂ ଏହା ପରେ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଥିଲା କିନ୍ତୁ ସେସବୁକୁ ବାଏଁ ବାଏଁ କରି ଉଡାଇ ଦେଇଉଛନ୍ତି ଲୋକେ । ଏତେ ବାଣ ଫୁଟିଛି ଯେ ରାସ୍ତା ଘାଟ ସବୁ ଧୂଆଁ ପାଲଟିଯାଇଛି ।
ଆହୁରି ପଢନ୍ତୁ-
Crackers Blast: ଚାଇନା ବାଣ ଛିଣ୍ଡାଇଲା ଯୁବକଙ୍କ ହାତ ପାପୁଲି
/filters:format(webp)/sambad/media/media_files/2025/10/20/bbsr-2025-10-20-21-37-52.jpeg)
ଦୀପାବଳି ପାଇଁ ଭୁବନେଶ୍ବରରେ ସନ୍ଧ୍ୟା ସମୟରୁ ଫୁଟୁଛି ବାଣ । ଚାରିଆଡ଼େ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଗର୍ଜୁଛି ଆକାଶ । ପରିବେଶ ପ୍ରତି ଯୁବିପିଢ଼ି ବିମୁଖ ଥିବା ବେଳେ ବାରୁଦର ଖୁସି ପାଇଁ ପରିବେଶକୁ ବାର୍ ବଜେଇ ଦେଲେଣି । ମଣିଷର ସାମୟିକ ଖୁସି ପାଇଁ ପରିବେଶକୁ ପ୍ରଦୂଷଣ ହେଇଚାଲିଛି । ବାଣ ଧୁଆଁରେ ରାଜଧାନୀ ପୂରା ଆଚ୍ଛାଦିତ।
ଅଧିକ ପଢନ୍ତୁ-
/filters:format(webp)/sambad/media/media_files/2025/10/20/fire-2025-10-20-21-38-03.jpeg)
Bhubaneswar | Diwali | firecracker
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/20/smoky-sky-in-bhubaneswar-2025-10-20-21-37-07.jpg)