ପାହାଡ଼ ନିକଟରେ ମହିଳାଙ୍କୁ ଗଳାକାଟି ହତ୍ୟା

ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଅଧୀନସ୍ଥ କୁଜାେମଣ୍ଢି ପଞ୍ଚାୟତର ଗଙ୍ଗାଡ଼ିହ ଗ୍ରାମ ନିକଟସ୍ଥ କାଙ୍କାଲି ପାହାଡ଼ ନିକଟରେ ଜଣେ ମହିଳାଙ୍କୁ ଗଳାକାଟି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାରୀମାନେ ମହିଳାଙ୍କୁ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଛନ୍ତି। ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ।

murder22

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଅଧୀନସ୍ଥ କୁଜାେମଣ୍ଢି ପଞ୍ଚାୟତର ଗଙ୍ଗାଡ଼ିହ ଗ୍ରାମ ନିକଟସ୍ଥ କାଙ୍କାଲି ପାହାଡ଼ ନିକଟରେ ଜଣେ ମହିଳାଙ୍କୁ ଗଳାକାଟି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାରୀମାନେ ମହିଳାଙ୍କୁ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଛନ୍ତି। ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ। 

ଏହି ଖବର ପଢ଼ନ୍ତୁ: ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା

ପୁଲିସ କହିଛି, ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ଆଧାରରେ ରକ୍ତ ଜୁଡୁବୁଡୁ ମୃତଦେହ ଠାବ କରାଯାଇଥିଲା। ମହିଳାଙ୍କ ବେକ କଟାଯିବା ସହ ପେଟ ଜଙ୍ଘ ଆଦି ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ତେବେ ମହିଳାଙ୍କ ବୟସ ପ୍ରାୟ ୪୫ ବର୍ଷ ହୋଇଥିବା ନେଇ ଅନୁମାନ କରାଯାଉଥିବା ବେଳେ ପ୍ରକୃତ ପରିଚୟ ଜଣାପଡ଼ିନି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏହି ଖବର ପଢ଼ନ୍ତୁ: ଦଲାଲଙ୍କ ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମହିଳାଙ୍କ ପାଇଁ ଏକାଧିକ ଆଇନ୍‌ ରହିଛି। ଏହା କିନ୍ତୁ ସରକାରୀ କାଗଜକଲମରେ ସୀମତି ରହିଯାଉଛି। ଅଭିଯୁକ୍ତମାନେ ଆଇନ୍‌ ବ୍ୟବସ୍ଥାକୁ ଖାତିର କରୁନାହାନ୍ତି। ପୁଲିସ ମଧ୍ୟ ସବୁ ଅଭିଯୁକ୍ତଙ୍କୁ ନିଜର ଅକ୍ତିଆରକୁ ଆଣିପାରୁ ନାହିଁ। ଫଳରେ ଅପରାଧ ତାଲିକା ବଢ଼ିବଢ଼ି ଚାଲିଛି। ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଅଧୀନସ୍ଥ କୁଜାେମଣ୍ଢି ପଞ୍ଚାୟତର ଗଙ୍ଗାଡ଼ିହ ଗ୍ରାମ ନିକଟସ୍ଥ କାଙ୍କାଲି ପାହାଡ଼ ନିକଟରେ ଜଣେ ମହିଳାଙ୍କୁ ଗଳାକାଟି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି।

ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇ ନଥିବା ସ୍ଥାନୀୟ ଅଧିବାସୀ କହିଥିବା ବେଳେ କିଏ ଓ କିଭଳି ଏଠାରେ ହତ୍ୟାକାଣ୍ତ ଭିଆଇଲା ତାକୁନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଏପରିକି ମହିଳାଙ୍କ ପରିଚୟ ଜାଣିବା ପାଇଁ ତାରସିଂ ଓ ଭଞ୍ଜନଗର ଥାନା ଅଞ୍ଚଳକୁ ଫଟୋ ପଠାଯାଇ ପରିଚୟ ଖୋଜା ଚାଲିଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।

ଏହି ଖବର ପଢ଼ନ୍ତୁ: ପନ୍ନୁଙ୍କ ଫୋନ୍ ନମ୍ବର-ବ୍ୟାଙ୍କ ବିବରଣୀ ଦେବାକୁ ମନାକଲା ଆମେରିକା

ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟା ସମୟରେ କିଛି ଲୋକ ଗାଈ ଚରାଇ ଯାଇଥିବା ବେଳେ ମହିଳାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ‌ ଦେଖିବାକୁ ପାଇଥିଲେ। ଏହା ପରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରିଛି। ଘଟଣାର ଅଧିକ ତଦନ୍ତ କରୁଛି। 

ଏହି ଖବର ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀକୁ ନେଇ ଏଭଳି କହିଲେ ଫଡନାଭିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe