Nuapada By Election: ନୂଆପଡ଼ା ଉପନିର୍ବାଚନ ପାଇଁ ୧୯ ପ୍ରାର୍ଥୀଙ୍କ ନାମାଙ୍କନ

ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା। ଏହି ନିର୍ବାଚନରେ ପାଇଁ ସମୁଦାୟ ୧୯ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

vote

19 candidates file nomination in Nuapada Election. (File photo)

ନୂଆପଡ଼ା/ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା। ଏହି ନିର୍ବାଚନରେ ପାଇଁ ସମୁଦାୟ ୧୯ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜୟ ଢୋଲକିଆ, ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜାତୀୟ କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ , ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟିର ରାଜା ରାମ ସାହୁ, ଓଡ଼ିଶା ଜନତା ଦଳର ଶୁକଧର ଦଣ୍ଡସେନା, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏମାନଙ୍କ ସହିତ ୧୧ ଜଣ ସ୍ବାଧୀନ ପ୍ରାର୍ଥୀ  ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଆହୁରି ପଢ଼ନ୍ତୁ: Between death and the devil: ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନୀୟ ସହର ନେବାକୁ ଟ୍ରମ୍ପ୍‌ଙ୍କ ଆଗରେ ସର୍ତ୍ତ ରଖିଲେ ପୁଟିନ

ସେହିପରି ସ୍ବାଧୀନ ପ୍ରାର୍ଥୀମାନେ ହେଲେ ଆଶ୍ରୟ ମହାନନ୍ଦ, ଇ.ଚକ୍ରାନ୍ତ ଜେନା, ପୁରୁଷୋତ୍ତମ ବେହେରା, କମଲ କୁମାର ଛତ୍ରିଆ, ଭୁବନଲାଲ ସାହୁ, ଲୋଚନ  ମାଝୀ, ଭୁଜବଳ ଆଡ଼ବଙ୍ଗ,  କିଶୋର କୁମାର ବାଗ, ଭକ୍ତ ବନ୍ଧୁ ଧରୁଆ, ନୀତା ବାଗ ଏବଂ ଲକ୍ଷ୍ମୀ କାନ୍ତ ତାଣ୍ଡି। 

ଆହୁରି ପଢ଼ନ୍ତୁ: Stress Full Life: ଚାପରେ ରହି ଜଟିଳ ହେଲାଣି କି ଜୀବନ ? ଟେନସନକୁ ଆଦୌ ଅଣଦେଖା କରନ୍ତୁ ନାହିଁ... ଭବିଷ୍ୟତରେ ସାଜିପାରେ ଘାତକ

ଅକ୍ଟୋବର ୨୪ (ଶୁକ୍ରବାର) ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ। ନୂଅପଡ଼ାରେ ଆସନ୍ତା ନଭେମ୍ବର ୧୧ ତାରିଖରେ ମତଦାନ ହେବ ଏବଂ ନଭେମ୍ବର ୧୪ ତାରିଖରେ ମତଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ। ସେହିପରି ବେଳେ ନଭେମ୍ବର ୧୬ ତାରିଖ (ରବିବାର) ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। 

Nuapada | Assembly election

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe