ଅପେରା ପାର୍ଟି କାର୍‌ ଓଲଟି ୪ ଗୁରୁତର

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗୋରାସ ନିକଟରେ ରାଜନନ୍ଦିନୀ ଅପେରା ପାର୍ଟିର କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କା‌ର୍‌ରେ ଥିବା ୪ଜଣ କଳାକାର ଗୁରୁତର ହୋଇଛନ୍ତି। ଆହତମାନଙ୍କ ପରିଚୟ ମିଳିପାରି ନାହିଁ...

10abbzxpa

ପାଟଣା/ଉଦୟପୁର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗୋରାସ ନିକଟରେ ରାଜନନ୍ଦିନୀ ଅପେରା ପାର୍ଟିର କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କା‌ର୍‌ରେ ଥିବା ୪ଜଣ କଳାକାର ଗୁରୁତର ହୋଇଛନ୍ତି। ଆହତମାନଙ୍କ ପରିଚୟ ମିଳିପାରି ନାହିଁ।

ଗୋରାସ ଗ୍ରାମରେ ଅପେରା ରାଜନନ୍ଦିନୀ ନାଟକ ମଞ୍ଚସ୍ଥ କରୁଛି। ରବିବାର ସନ୍ଧ୍ୟାରେ ପାର୍ଟିର ୪ଜଣ କଳାକାର ଏକ କାର୍‌ରେ ଗୋରାସରୁ ମାଛଗଡ଼ ଆଡ଼କୁ ଯାଉଥିଲେ।

ଅଧିକ ପଢ଼ନ୍ତୁ: ଡିଏନକେ ପଡିଆ ସମ୍ପ୍ରସାରଣ ଘଟଣା: ମାଟିରେ ମିଶିଲା ଟାଗୋର ସୋସାଇଟି

ଗୋରାସ  ଛକ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଅନ୍ୟ ଏକ ଗାଡ଼ିରେ ଆହତମାନଙ୍କୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଡାକ୍ତରଖାନା ପଠାଇଛନ୍ତି।

ଅଧିକ ପଢ଼ନ୍ତୁ: ସଡ଼କ ଦୁର୍ଘଟଣାରେ ୨ମୃତ, ଜଣେ ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe