Puri: ୮୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଯୁବକ ଗିରଫ

ପୁରୀ ଜିଲ୍ଲା ଅବକାରୀ ଅଧୀକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ନିରୀକ୍ଷକ ପ୍ରଭାକର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ମନୋଜ କୁମାର ପୃସେଟଙ୍କ ନେତୃତ୍ୱରେ...

konark

Young man arrested by police in connection with brownsugar sale. Photograph: (sambad.in)

କୋଣାର୍କ: ପୁରୀ ଜିଲ୍ଲା ଅବକାରୀ ଅଧୀକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ନିରୀକ୍ଷକ ପ୍ରଭାକର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ମନୋଜ କୁମାର ପୃସେଟଙ୍କ ନେତୃତ୍ୱରେ ଏକ ଟିମ ଚଢ଼ଉ କରି ୮୫ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛନ୍ତି। ଏଥି ସହିତ ବ୍ରାଉନ୍‌ସୁଗାର କାରବାର ସହିତ ଜଡ଼ିତ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲା ବାପୁନି ମହାନ୍ତି (୨୩)।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

ପୁଲିସ ସୂଚନା ଅନୁସାରେ ବାପୁନି ମହାନ୍ତି ଗୋପ ଥାନା ଅଧୀନ ନୟାହାଟ କଲେଜ ଛକରେ ବ୍ରାଉନସୁଗାର ବିକିବା ପାଇଁ ଗ୍ରାହକଙ୍କ ଅପେକ୍ଷାରେ ଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଘଟଣାସ୍ଥଳରେ ପୁଲିସ ଟିମ୍‌ ପହଞ୍ଚି ଥିଲେ।

ଆହୁରି ପଢ଼ନ୍ତୁ: ନିଜ ବିଫଳତା ପାଇଁ ପଡ଼ୋଶୀଙ୍କୁ ଦୋଷ ଦେବା ପାକିସ୍ତାନର ପୁରୁଣା ଅଭ୍ୟାସ

ଚଢ଼ଉ ସମୟରେ ବାପୁନି ଠାରୁ ୮୫ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଥିଲା। ପୁଲିସ ଏନେଇ ଏକ ମାମଲା ରୁଜୁକରି ଆସାମୀଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପକlରାଗIରକୁ ପଠାଯାଇଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ପ୍ରାୟ ୮ ଲକ୍ଷ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ। ଏହି ଚଢ଼ଉରେ ଶେଖ୍‌ ୱାରିସ, ସବିତା ସାହୁ, ଫିରୋଜ ମହାନନ୍ଦିଆ ପ୍ରମୁଖ  ସାମିଲ ଥିଲେ।

 Konark | Crime | puri 

ରିପୋର୍ଟ: ସୁକାନ୍ତ ବିଶ୍ବାଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe