Puri Jagannath Temple: ଅକ୍ଷୟ ତୃତୀୟା ପୂର୍ବରୁ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି

ମହାପ୍ରଭୁଙ୍କ ନୀତି କମ୍ ଥିବା ସମୟରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ହେବ। ଗଣତି ମଣତି ପୂର୍ବରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ପ୍ରତ୍ୟେକ ରତ୍ନର ଟିକିନିକ୍ ହିସାବ ସହ ଡିଜିଟାଇଜେସନ ହେବ।

Untitled-25

Pension of Sebayata increased. Photograph: (sambad.in)

ପୁରୀ (ବିବୁଧ ମହାନ୍ତି): ମହାପ୍ରଭୁଙ୍କ ନୀତି କମ୍ ଥିବା ସମୟରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ହେବ। ଗଣତି ମଣତି ପୂର୍ବରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ପ୍ରତ୍ୟେକ ରତ୍ନର ଟିକିନିକ୍ ହିସାବ ସହ ଡିଜିଟାଇଜେସନ ହେବ। କିନ୍ତୁ କେବେ ହେବ ତାହା ନିଷ୍ପତ୍ତି ହୋଇ ନାହିଁ। ବରଂ ଅକ୍ଷୟ ତୃତୀୟା ପୂର୍ବରୁ ସାରିବା ପାଇଁ ପରିଚାଳନା କମିଟି ସଦସ୍ୟ ପ୍ରସ୍ତାବ ଦେଇଛନ୍ତି। ମହାପ୍ରଭୁଙ୍କ ସୁନାବେଶ ପାଇଁ ଆବଶ୍ୟକ ହେଉଥିବା ଅଳଙ୍କାରର ଆଉ ଗୋଟିଏ ସେଟ୍ ପ୍ରସ୍ତୁତ କରାଯିବ। ଗଜପତି ଦିବ୍ୟ ସିଂହଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ପରିଚାଳନା କମିଟି ବୈଠକରେ ଆଜି ଏଭଳି ଏକାଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅର୍ଥ ସବ୍‌ କମିଟି ପ୍ରସ୍ତୁତ କରିଥିବା ୧୦୪ କୋଟିର ବଳକା ବଜେଟ୍‌କୁ ମଧ୍ୟ ଆଜି ପରିଚାଳନା କମିଟି ମୋହର ମାରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। 

ଶ୍ରୀମନ୍ଦିର ସେବାୟତ ଗୁରୁକୁଳ ପ୍ରତିଷ୍ଠା ପାଇଁ ଘରୋଇ ସଂସ୍ଥା ସହ ହୋଇଥିବା ବୁଝାମଣା ବାତିଲ୍ ହେବ। ଜମିରୁ ଜବରଦଖଲ ଉଚ୍ଛେଦ ହେବା ସହ ଖୁବ୍ଶୀଘ୍ର ପାଚେରି ହେବ। ସେବାୟତ ପେନସନ ରାଶି ବୃଦ୍ଧି କରାଯାଇଛି। ସେବକ ଭତ୍ତା ୪ ହଜାରରୁ ୫ ହଜାର କରାଯାଇଥିବା ବେଳେ ବିବାହ ପାଇଁ କନ୍ୟାମାନଙ୍କୁ ଦିଆଯାଉଥିବା ରାଶି ୫୦ ହଜାରରୁ ୧ ଲକ୍ଷ କରାଯାଇଛି। ବ୍ରତ ପାଇଁ ଦିଆଯାଉଥିବା ୩୦ ହଜାରକୁ ବୃଦ୍ଧି କରାଯାଇ ୪୦ ହଜାର କରାଯାଇଛି। 

ଅଦିନିଆ ରଥଯାତ୍ରା ନେଇ ଉଦ୍‌ବେଗ

ଇସ୍କନ୍‌ର ଅଦିନିଆ ରଥଯାତ୍ରାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ପୁରୀରେ ହେଉଥିବା ସ୍ନାନ ପୂର୍ଣ୍ଣିମା ଦିନ ହିଁ ଇସ୍କନ୍ ସ୍ନାନ ପୂର୍ଣ୍ଣିମା କରିବାକୁ ଲିଖିତ ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ରଥଯାତ୍ରାକୁ ମନଇଚ୍ଛା କରୁଛି। ଏଥିରେ ତୁରନ୍ତ କଟକଣା ପାଇଁ କମିଟି ପ୍ରସ୍ତାବ ଦେଇଛି। ବିଭିନ୍ନ ଶଙ୍କରାଚାର୍ଯ୍ୟମାନଙ୍କଠାରୁ ପ୍ରସ୍ତାବ ଗ୍ରହଣ କରାଯିବା ପରେ କଠୋର ପଦକ୍ଷେପ ନିଆଯିବ। 

ଆହୁରି ପଢ଼ନ୍ତୁ: Jagannath Temple Hidden Camera: ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା, ଜଗମୋହନ ନିକଟରେ ଧରାପଡ଼ିଲେ ଅଭିଯୁକ୍ତ

ପୁରୀବାସୀଙ୍କ ସୁବିଧା ଦର୍ଶନ ଓ ପ୍ରବେଶ

ପୁରୀବାସୀଙ୍କ ସୁବିଧା ଦର୍ଶନ ଓ ପ୍ରବେଶ ପାଇଁ ‘ପୁରୀବାସୀଙ୍କ ସ୍ବତନ୍ତ୍ର ଶ୍ରୀମନ୍ଦିର ପ୍ରବେଶ ଅଭିଯାନ ମଞ୍ଚ’ର ବିଭିନ୍ନ ପ୍ରସ୍ତାବ ଉପରେ ଆଜି କମିଟି ଆଲୋଚନା କରିଛି। ଅନ୍ୟ ଭକ୍ତମାନେ ଯେଭଳି ପ୍ରଭାବିତ ହେବେନି, କି ପ୍ରକାରର ପରିଚୟ ପତ୍ର ବ୍ୟବସ୍ଥା କଲେ ପରିଚୟପତ୍ରର ଦୁରୁପଯୋଗ ହେବ ନାହିଁ, ବିଭିନ୍ନ ଦିଗରୁ ସେବାୟତଙ୍କ ସହ ଆଲୋଚନା କରି ଏସ୍ପି ଓ ଜିଲ୍ଲାପାଳ ଏକ ଏସଓପି ପ୍ରସ୍ତୁତ କରିବେ। ଏହା ପରେ ଠୋସ୍ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଆଇନ୍‌ରେ ସଂଶୋଧନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସରକାରଙ୍କୁ ଚିଠି ଲେଖିଛନ୍ତି।  

ଆହୁରି ପଢ଼ନ୍ତୁ: Crop Catches Fire: ପାଞ୍ଚ ଏକର ଜମିରୁ ଅମଳ ଧାନ ଫସଲ ଜାଳି ଦେଲା ଦୁର୍ବୃତ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe