ବାମନାଳରେ ଧାନମଣ୍ଡି ଉଦ୍‌ଘାଟିତ

ପୁରୀ ଜିଲ୍ଲା ବାମନାଳସ୍ଥିତ ଆରଏମ୍‌ସି ଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜିଲ୍ଲାସ୍ତରୀୟ ଧାନମଣ୍ଡି ଉଦଘାଟନ କରିଛନ୍ତି। ଧାନର ମାନ ନିର୍ଦ୍ଧାରଣ ପାଇଁ ପ୍ରଥମ ଥର ବ୍ୟବହାର ହେବାକୁ ଯାଉଥିବା ଗ୍ରେନ୍ ଆନାଲାଇଜର, ଧାନ ମାପ ମେସିନ ଓ ଅନ୍ୟାନ୍ୟ ଯନ୍ତ୍ରାଂଶକୁ ବୁଲି ଦେଖିଥିଲେ।

ବାମନାଳ: ପୁରୀ ଜିଲ୍ଲା ବାମନାଳସ୍ଥିତ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜିଲ୍ଲାସ୍ତରୀୟ ଧାନମଣ୍ଡି ଉଦଘାଟନ କରିଛନ୍ତି। ଧାନର ମାନ ନିର୍ଦ୍ଧାରଣ ପାଇଁ ପ୍ରଥମ ଥର ବ୍ୟବହାର ହେବାକୁ ଯାଉଥିବା ଗ୍ରେନ୍ ଆନାଲାଇଜର, ଧାନ ମାପ ମେସିନ ଓ ଅନ୍ୟାନ୍ୟ ଯନ୍ତ୍ରାଂଶକୁ ବୁଲି ଦେଖିଥିଲେ।

ଏହି ଖବର ପଢ଼ନ୍ତୁ: ଚାଷୀଙ୍କୁ ଆଗାମୀ ୫ଦିନ ଭିତରେ କ୍ଷତିପୂରଣ ମିଳିବ: ରାଜସ୍ବ ମନ୍ତ୍ରୀ

ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଣ୍ଡିଆ, ଅଂଶାଲ, ବିଷ୍ଣୁପୁରର ଚାଷୀ, ପ୍ୟାକ୍ସ ସଦସ୍ୟ, ଜିଲ୍ଲାର ସମସ୍ତ ସମବାୟ ସମିତି ସମ୍ପାଦକ, ମଣ୍ଡି ନୋଡାଲ ଅଫିସର ଏବଂ ସୁପରଭାଇଜରମାନଙ୍କୁ ଉଦବୋଧନ ଦେବା ବେଳେ ଚାଷୀମାନଙ୍କୁ ନିରାଶ ନକରିବା, ସେମାନଙ୍କୁ ଭଲ ବ୍ୟବହାର ଦେଖାଇବା, ପ୍ରତ୍ୟେକ ମଣ୍ଡିରେ ଧାନ ଗଚ୍ଛିତ ରଖିବା ପାଇଁ ସୁବ୍ୟବସ୍ଥା କରିବା ଓ ଚାଷୀମାନଙ୍କ ପାଇଁ ପିଇବା ପାଣିର ସୁବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଖବର ପଢ଼ନ୍ତୁ: ମଣ୍ଡିରେ ଚକ୍ଷୁ ସ୍କାନ୍‌ କରାଇ ୭୫ କୁଇଣ୍ଟାଲ ଧାନ ବିକିଲେ ସାଂସଦ

publive-image

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଚାଷୀମାନଙ୍କୁ ନିରାଶ ନକରିବା, ସେମାନଙ୍କୁ ଭଲ ବ୍ୟବହାର ଦେଖାଇବା, ପ୍ରତ୍ୟେକ ମଣ୍ଡିରେ ଧାନ ଗଚ୍ଛିତ ରଖିବା ପାଇଁ ସୁବ୍ୟବସ୍ଥା କରିବା ଓ ଚାଷୀମାନଙ୍କ ପାଇଁ ପିଇବା ପାଣିର ସୁବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଖବର ପଢ଼ନ୍ତୁ: ଡବଲ ଡେକର ବସ୍‌ର ଶୁଭାରମ୍ଭ; ବୁଲିବେ ପ୍ରବାସୀ ଭାରତୀୟ

ପୁରୀ ଜିଲ୍ଲାର ୧୮୭ଟି ମଣ୍ଡିରେ  ୧୧ଲକ୍ଷ ୬୮ହଜାର ୬୦୩ କ୍ଵିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ ରଖାଯାଇଛି ଏବଂ ସମସ୍ତ ମଣ୍ଡିରେ ସିସି କ୍ୟାମେରା ବ୍ୟବସ୍ଥା କରାଯାଉଛି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ସମବାୟ ସମିତି ନିବନ୍ଧକ ସୁନିତା ପତି, ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଜିତ ଷଡ଼ଙ୍ଗୀ, ସହକାରୀ ନିବନ୍ଧକ ସନାତନ ବେହେରା ଓ ସ୍ଵରୁପ କୁମାର କର ଏବଂ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଉପ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ସମିତି ସଭାଗୃହରେ ଦିବ୍ୟାଙ୍ଗ ଉପକରଣ ଓ ଭତ୍ତା ବଣ୍ଟନ କରିଥିଲେ।

ଏହି ଖବର ପଢ଼ନ୍ତୁ: ଏଚମପିଭିର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି:  ସ୍ବାସ୍ଥ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe