Jagannath Temple: ଜଗା ଦୁଆରକୁ ଜୋତା ପିନ୍ଧି ପଳେଇଲେ ଭକ୍ତ ! ଦେଉଳ ଭିତରୁ ବାହାର କରି ଆଣିଲେ ସେବାୟତ, ଗୁଜୁରାଟ ଭକ୍ତ ପିନ୍ଧି ପଳେଇଥିବା ସୂଚନା...

Advertisment

ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିିର । ଦୁଇ ଦିନ ତ​ଳେ ନୂଆବର୍ଷ କ୍ୟାଲେଣ୍ଡର ତ୍ରୁଟିକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଶ୍ରୀମନ୍ଦିରକୁ କେହି ଭକ୍ତ ଜୋତା ପିନ୍ଧି ପଳେଇଯିବା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଅଭିଯୋଗ ହେଉଛି ଗୁଜୁରାଟର ଜଣେ ମହିଳା ଭକ୍ତ ଜୋତା ପିନ୍ଧି ଦେଉଳ ଭିତରକୁ ପଳେଇଥିଲେ

ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିିର । ଦୁଇ ଦିନ ତ​ଳେ ନୂଆବର୍ଷ କ୍ୟାଲେଣ୍ଡର ତ୍ରୁଟିକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଶ୍ରୀମନ୍ଦିରକୁ କେହି ଭକ୍ତ ଜୋତା ପିନ୍ଧି ପଳେଇଯିବା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଅଭିଯୋଗ ହେଉଛି ଗୁଜୁରାଟର ଜଣେ ମହିଳା ଭକ୍ତ ଜୋତା ପିନ୍ଧି ଦେଉଳ ଭିତରକୁ ପଳେଇଥିଲେ

jagannath temple

jagannath temple Photograph: (sambad.in)

ପୁରୀ: ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିିର । ଦୁଇ ଦିନ ତ​ଳେ ନୂଆବର୍ଷ କ୍ୟାଲେଣ୍ଡର ତ୍ରୁଟିକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଶ୍ରୀମନ୍ଦିରକୁ କେହି ଭକ୍ତ ଜୋତା ପିନ୍ଧି ପଳେଇଯିବା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଅଭିଯୋଗ ହେଉଛି ଗୁଜୁରାଟର ଜଣେ ମହିଳା ଭକ୍ତ ଜୋତା ପିନ୍ଧି ଦେଉଳ ଭିତରକୁ ପଳେଇଥିଲେ । ତାଙ୍କର ଗୋଡ ଅପରେସନ ହୋଇଛି, ତେଣୁ ସେ ଜାଣି ନପାରି ଶ୍ରୀମନ୍ଦିର ଭିତରକୁ ଜୋତା ନେଇଯାଇଥିବା ସୂଚନା ମିଳିଛି। ସେବାୟତ ଜଣଙ୍କ ଶ୍ରୀମନ୍ଦିର ଭିତରୁ ଜୋତା ହଳକ ଧରି ବାହାରକୁ ଆସିବା ପରେ ଏହି ଘଟଣା ଜଣାପଡିଛି ।  ଆଉ ଭିଡିଓଟି ଭାଇରାଲ ହୋଇଛି ।

ଆହୁରି ପଢନ୍ତୁ- Venezuela : ଆକ୍ରମଣ ପରେ ଭେନିଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କଲା ଆମେରିକା

puri
puri Photograph: (sambad.in)

ଆହୁରି ପଢନ୍ତୁ- Raid On Hotel: ଦାମୀ ହୋଟେଲ୍‌ରେ ଜୁଆଖେଳ: ଚଢ଼ଉ ସମୟରେ ଲକ୍ଷାଧିକ ଟଙ୍କା ଜବତ

ତେବେ ପୁରୀ ଶ୍ରୀମନ୍ଦିର ଭିତରକୁ ଜଣେ ଭକ୍ତ ଜୋତା ପିନ୍ଧି ପଶିଯିବା ଘଟଣା ଅତ୍ୟନ୍ତ ଲଜ୍ଜାଜନକ, ନିନ୍ଦନୀୟ ବୋଲି କହିଛନ୍ତି ଜଗନ୍ନାଥପ୍ରେମୀ । ଏହା କେବଳ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅପମାନ ନୁହେଁ, ବରଂ କୋଟିକୋଟି ଭକ୍ତଙ୍କ ଆସ୍ଥାକୁ ଆଘାତ ପହଞ୍ଚାଇଛି । ଶ୍ରୀମନ୍ଦିର ଭଳି ଅତ୍ୟନ୍ତ ସୁରକ୍ଷିତ ଓ ସମ୍ବେଦନଶୀଳ ସ୍ଥାନରେ ଯାଞ୍ଚକୁ ଅଧିକ ଗୁରୁତ୍ବ ଦିଆଯାଉଥିବା ବେ​ଳେ ଏପରି ଅବହେଳାପୂର୍ଣ୍ଣ ଘଟଣା କେମିତି ଘଟିଲା ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe