କୋଣାର୍କରୁ ଫେରୁଥିଲେ ୨ ବାଇକ୍‌ ଆରୋହୀ: ପର୍ଯ୍ୟଟକଙ୍କ ବସ୍‌ ଧକ୍କାରେ ଜଣେ ମୃତ

ପୁରୀ ଜିଲ୍ଲା କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ୩ ଜଣ ଯୁବକ ଦୁର୍ଘଟଣାର ସାମ୍ନା କରିଛନ୍ତି। ବାଇକ୍‌ ଆରୋହୀ ଏହି ୩ଜଣଙ୍କୁ ଏକ ପର୍ଯ୍ୟଟକଙ୍କ ବସ୍‌ ଧକ୍କା ଦେଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ‌ଗଣେଶ ସେଠୀ। 

bike accident

bike accident Photograph: (Sambad )

ବାମନାଳ: ନୂଆବର୍ଷରେ ଅଘଟଣ ଘଟିଛି। ପୁରୀ ଜିଲ୍ଲା କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ୩ ଜଣ ଯୁବକ ଦୁର୍ଘଟଣାର ସାମ୍ନା କରିଛନ୍ତି। ବାଇକ୍‌ ଆରୋହୀ ଏହି ୩ଜଣଙ୍କୁ ଏକ ପର୍ଯ୍ୟଟକଙ୍କ ବସ୍‌ ଧକ୍କା ଦେଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ‌ଗଣେଶ ସେଠୀ (୨୪)। 

ଏହି ଖବର ପଢ଼ନ୍ତୁ: ନୂଆବର୍ଷରେ ନନ୍ଦନକାନନ ବୁଲିଲେ ୫୭୧୯ ଶିଶୁ, ୧୪ ବିଦେଶୀ ପର୍ଯ୍ୟଟକ

ଘଟଣାରୁ ପ୍ରକାଶ ଯେ, ଭୁବନେଶ୍ୱରର ଭୀମଟାଙ୍ଗୀ ଅଞ୍ଚଳର ଗଣେଶ ସେଠୀ ଓ ସୁନ୍ଦରପଦାର ଆଶିଷ ସାହୁ ଆଜି ପୂର୍ବାହ୍‌ଣରେ ନୂଆବର୍ଷ ପାଇଁ ଏକ ବାଇକ୍‌ରେ କୋଣାର୍କ ବୁଲିବାକୁ ଯାଇଥିଲେ। ସେମାନେ ସେଠାରେ ବୁଲାବୁଲି ସାରିବା ପରେ ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ। ଦୁଇସାଙ୍ଗ ପିପିଲି-ନିମାପଡ଼ା ରାସ୍ତାର ରଟିଳଛକ ନିକଟରେ ଆଶିଷ ସାହୁ ଗାଡ଼ି ଚଳାଉଥିବା ବେଳେ ପଛରେ ବସିଥିଲେ ଗଣେଶ ସେଠୀ। ଏହି ସମୟରେ ପଛପଟୁ ଏକ ଦ୍ରୁତବେଗରେ ଆସୁଥିବା ପର୍ଯ୍ୟଟକଙ୍କ ବସ୍‌ ନିୟନ୍ତ୍ରଣ ହରାଇଥିଲା। ବସ୍‌ଟି ବାଇକ୍‌ ଆରୋହୀଙ୍କୁ ଶକ୍ତ ଧକ୍କା ଦେଇଥିଲା। ବାଇକ୍‌ର ଚାଳକ ଆଶିଷ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ । କିନ୍ତୁ ପଛରେ ବସିଥିବା ଗଣେଶ ରାସ୍ତାରେ ପଡ଼ି ଯାଇଥିଲେ।

ଏହି ଖବର ପଢ଼ନ୍ତୁ: ନୂଆବର୍ଷରେ ଯୁବକଙ୍କୁ ପିଟିପିଟି ମାରିଲା: କୁରାଢ଼ିରେ ଖଣ୍ଡଖଣ୍ଡ କରି ହାଣିଦେଲା

ପିପିଲି-ନିମାପଡ଼ା ରାସ୍ତାର ରଟିଳଛକ ନିକଟରେ ଆଶିଷ ସାହୁ ଗାଡ଼ି ଚଳାଉଥିବା ବେଳେ ପଛରେ ବସିଥିଲେ ଗଣେଶ ସେଠୀ। ଏହି ସମୟରେ ପଛପଟୁ ଏକ ଦ୍ରୁତବେଗରେ ଆସୁଥିବା ପର୍ଯ୍ୟଟକଙ୍କ ବସ୍‌ ନିୟନ୍ତ୍ରଣ ହରାଇଥିଲା। ବସ୍‌ଟି ବାଇକ୍‌ ଆରୋହୀଙ୍କୁ ଶକ୍ତ ଧକ୍କା ଦେଇଥିଲା।

ଗଣେଶ ତଳେ ରାସ୍ତାଉପରେ ପଡ଼ିଯିବା ପରେ ତାଙ୍କ ମୁଣ୍ଡଉପରେ ବସ୍‌ର ଚକ ଚଢ଼ି ଯିବା ସହ ୫୦ ମିଟର ଘୋଷାଡ଼ି ନେଇଥିଲା। ଫଳରେ ରାସ୍ତାଉପରେ ଗଣେଶଙ୍କ ଜୀବନ ଚାଲି ଯାଇଥିଲା। ସ୍ଥାନୀୟ ଲୋକମାନେ ସେଠାରେ ପହଂଚି ପୁଲିସକୁ ଜଣାଇ ଥିଲେ।ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଆହତକୁ ଚିକିତ୍ସା ପାଇଁ ନିମାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe