ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ: ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିରରେ ବିଶୃଙ୍ଖଳା ତଥା ଅନ୍ୟ ଏକ ସେବକଙ୍କୁ ମାରପିଟ୍‌ ଘଟଣାରେ ଜଣେ ସେବାୟତ ରବିବାର ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ସେବାୟତ ‌ହେଲେ ବିଶ୍ବନାଥ ଖୁଣ୍ଟିଆ। ତାଙ୍କୁ ପ୍ରଶାସନ ନିଲମ୍ବନ କରିଛି। 

ଅଦ୍ୟତନ ହୋଇଛି
Puri Jagannath temple

Puri Jagannath temple Photograph: (sambad.in)

ପୁରୀ: ଶ୍ରୀମନ୍ଦିରରେ ବିଶୃଙ୍ଖଳା ତଥା ଅନ୍ୟ ଏକ ସେବକଙ୍କୁ ମାରପିଟ୍‌ ଘଟଣାରେ ଜଣେ ସେବାୟତ ରବିବାର ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ସେବାୟତ ‌ହେଲେ ବିଶ୍ବନାଥ ଖୁଣ୍ଟିଆ। ତାଙ୍କୁ ପ୍ରଶାସନ ନିଲମ୍ବନ କରିଛି। ନିଲମ୍ବନ ସମୟରେ ଶ୍ରୀ ପାଢ଼ୀ ଶ୍ରୀମନ୍ଦିରର କୌଣସି କାର୍ଯ୍ୟରେ ସଂପୃକ୍ତି ରଖିପାରିବେ ନାହିଁ। 

ଏହି ଖବର ପଢ଼ନ୍ତୁ: ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେବା ଆମ ସମସ୍ତଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ: ପାଢ଼ୀ

ସୂଚନା ଅନୁସାରେ ଶ୍ରୀମନ୍ଦିରରେ ବିଶୃଙ୍ଖଳା ତଥା ଅନ୍ଯ ଏକ ସେବକଙ୍କୁ ମାରପିଟ୍ ପାଇଁ ଶ୍ରୀମନ୍ଦିର ଆଇନ୍ ୨୧ (କ) ଧାରା ଅନୁସାରେ ମୁଖ ପଖାଳ ସେବକ ବିଶ୍ବନାଥ ଖୁଣ୍ଟିଆଙ୍କୁ ଆଗାମୀ ୩ ମାସ ପାଇଁ ସେବାରୁ ନିଲମ୍ବିତ କରାଯାଇଛି।  ଏହା ପୂର୍ବରୁ ଶ୍ରୀ ଖୁଣ୍ଟିଆଙ୍କୁ କୈଫିୟତ ତଲବ ହୋଇଥିଲା। ନିଲମ୍ବନ ସମୟରେ ଶ୍ରୀ ଖୁଣ୍ଟିଆ ଶ୍ରୀମନ୍ଦିର ମଧ୍ୟରେ ତାଙ୍କ ସମସ୍ତ ସେବାରୁ ନିବୃତ୍ତ ରହିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦେଶ ପ୍ରଦାନ କରିଛନ୍ତିl

ଏହି ଖବର ପଢ଼ନ୍ତୁ: ବିକଶିତ ଓଡ଼ିଶା ଗଠନ ହେବ, ଏହା ମୋର ଦୃଢ଼ ବିଶ୍ବାସ: ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କ ପ୍ରତି ଭକ୍ତଙ୍କର ଭକ୍ତି ସଂପୂର୍ଣ୍ଣ ନିଆରା। ଶ୍ରୀକ୍ଷେତ୍ରକୁ ଆସୁଥିବା ପ୍ରତ୍ୟେକ ଭକ୍ତ ନିଜକୁ ମହାପ୍ରଭୁଙ୍କୁ ସମର୍ପି ଦେଇଥାନ୍ତି। ତେଣୁ ପୁରୀର ପ୍ରତ୍ୟେକ ଜିନିଷକୁ ଅତି ଆପଣାର କରିଥାନ୍ତି। ତେବେ ଏହାର ସୁଯୋଗ ନେଇ ଅସାଧୁମାନେ ଲାଭବାନ ମଧ୍ୟ ହୋଇଥାନ୍ତି। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଗୋଟିଏ ପରେ ଗୋଟିଏ ସଂସ୍କାର ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି।

ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଆଉଥରେ ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ। 

ଏହି ଖବର ପଢ଼ନ୍ତୁ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୧୬ ତାରିଖ ଦିନ ମୁକ୍ତିମଣ୍ଡପ ସାମ୍ନାରେ ଅବକାଶ ପାଦୁକା ବଣ୍ଟନକୁ ନେଇ ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆ ପରସ୍ପରକୁ ଗାଳିଗୁଳଜ କରିବା ସହ ମାରପିଟ୍ କରି ରକ୍ତାକ୍ତ କରିଥିଲେ। ଏହି ଘଟଣାକୁ ଯୋଗୁଁ ଶ୍ରୀମନ୍ଦିର ପରିସରରେ ସେତେବେଳ ଉପସ୍ଥିତ ଥିବା ଭକ୍ତଙ୍କ ମାନେ ଶୃଙ୍ଖଳା ନେଇ ସନ୍ଦେହ ପ୍ରକାଶ କରିଥିଲେ। ଏନେଇ ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇଜଣ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ସେନେଇ ସନ୍ତୋଷଜନକ କୈଫିୟତ ରଖିବାକୁ ୭ ଦିନର ସମୟ ଦିଆଯାଇଥିଲା।

ଏହି ଖବର ପଢ଼ନ୍ତୁ: ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ଅପହୃତ ବ୍ୟବସାୟୀ ଉଦ୍ଧାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe