ଭୁବନେଶ୍ବର: ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୫ ଉଦଯାପନି ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ଯର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ସେ 'ଜମିକୁ ଜଳ, ଚାଷୀଙ୍କୁ ବଳ', ତେଣୁ ରାଜ୍ୟରେ ଜଳସେଚନକୁ ଆହୁରି ବ୍ୟାପକ କରିବା ନିମନ୍ତେ ଜଳସେଚନ ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ଜଳସମ୍ପଦର ସୁବିନିଯୋଗ ଏବଂ ସୁପରିଚାଳନା ଦ୍ଵାରା ହିଁ ଚାଷ କାମ ଆଗକୁ ଯିବ, କୃଷକ ସମୃଦ୍ଧ ହେଲେ ଓଡ଼ିଶା ସମୃଦ୍ଧ ହେବ ଏବଂ ବିକଶିତ ଓଡ଼ିଶା ଗଠନ ହେବ, ଏହା ମୋର ଦୃଢ ବିଶ୍ବାସ।
-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ
ଏହି ଖବର ପଢ଼ନ୍ତୁ: ୪୫୦ ଦିନ ଧରି ହମାସ୍ କବ୍ଜାରେ ଥିବା ଯୁବତୀଙ୍କ ଦୟନୀୟ ଭିଡିଓ ଭାଇରାଲ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ରାଜ୍ଯରେ ଜଳସମ୍ପଦର ବିକାଶ ପାଇଁ ଚଳିତ ବଜେଟରେ ମୋଟ ୧୩ ହଜାର ୨୨୩ କୋଟିରୁ ଅଧିକ ବ୍ୟୟବରାଦ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ ୨୫%ରୁ ଅଧିକ। ରାଜ୍ଯରେ ନୂତନ ଜଳସେଚନ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କେନାଲ ପୁନଃରୁଦ୍ଧାର, ପୁରାତନ ଜଳସେଚନ ପ୍ରକଳ୍ପର ଆଧୁନିକୀକରଣ ସହ ଅନେକ ପାଣି ପଞ୍ଚାୟତ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ନିମନ୍ତେ ତ୍ଵରିତ ପଦକ୍ଷେପ ନିଆଯାଉଛି। ଏହା ହିଁ ହେଉଛି ରାଜ୍ଯର ଚାଷୀଙ୍କ ପାଇଁ ଆମ ସରକାରର ପ୍ରତିବଦ୍ଧତା।
ଏହି ଖବର ପଢ଼ନ୍ତୁ: ପରାଜୟ ପାଇଁ ୫ ଦାୟୀ: ପ୍ରତ୍ୟେକ ଇନିଂସରେ ବିଫଳ
ଆଗାମୀ ୫ ବର୍ଷରେ ରାଜ୍ୟର ଜଳସେଚନ ସୁବିଧାକୁ ବ୍ୟାପକ କରିବା ପାଇଁ ଆମେ ସଂକଳ୍ପବଦ୍ଧ। ଚାଷୀଙ୍କ ସଶକ୍ତୀକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ କୃଷି ବିଭାଗ ଏବଂ ଜଳ ସମ୍ପଦ ବିଭାଗ ମିଳିତ ସହଯୋଗ କରିବା ପାଇଁ ମୋର ପରାମର୍ଶ। ଏଥିପାଇଁ ଆବଶ୍ୟକୀୟ ସମସ୍ତ ସହଯୋଗ ସରକାର ଯୋଗାଇଦେବେ। ଜଳସମ୍ପଦର ସୁବିନିଯୋଗ ଏବଂ ସୁପରିଚାଳନା ଦ୍ଵାରା ହିଁ ଚାଷ କାମ ଆଗକୁ ଯିବ, କୃଷକ ସମୃଦ୍ଧ ହେଲେ ଓଡ଼ିଶା ସମୃଦ୍ଧ ହେବ ଏବଂ ବିକଶିତ ଓଡ଼ିଶା ଗଠନ ହେବ, ଏହା ମୋର ଦୃଢ ବିଶ୍ବାସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଖବର ପଢ଼ନ୍ତୁ: ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ଅପହୃତ ବ୍ୟବସାୟୀ ଉଦ୍ଧାର