ବାଇକ୍‌ ଆରୋହୀ ଯୁବକଙ୍କୁ ଚାପିଦେଲା ବରଯାତ୍ରୀ ବସ୍‌

ପୁରୀ-ସାତପଡା ରାଜପଥରେ ପୁଣି ଦୁର୍ଘଟଣା ଘଟିଛି। କେଉଟକୁଦି ଛକ ନିକଟରେ ବରଯାତ୍ରୀ ବସ୍‌ ସହିତ ଏକ ବାଇକ୍‌ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ଅଜିତ କୁମାର ପ୍ରଧାନ।

brahamagiri

ବ୍ରହ୍ମଗିରି: ପୁରୀ-ସାତପଡା ରାଜପଥରେ ପୁଣି ଦୁର୍ଘଟଣା ଘଟିଛି। କେଉଟକୁଦି ଛକ ନିକଟରେ ବରଯାତ୍ରୀ ବସ୍‌ ସହିତ ଏକ ବାଇକ୍‌ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ଅଜିତ କୁମାର ପ୍ରଧାନ।

ଏହି ଖବର ପଢ଼ନ୍ତୁ: ଟ୍ରେଲର ଧକ୍କାରେ ବାଇକ ଆରୋହୀ ମୃତ

ସୂଚନା ଅନୁସାରେ ଅଜିତ କୁମାର ପ୍ରଧାନ ଆଜି ଅପରାହ୍‌ଣ ପ୍ରାୟ ୨ରେ ଏକ ବାଇକ୍‌ରେ ନିଜ ସଂପର୍କୀୟ ଘର ବ୍ରହ୍ମଗିରିକୁ ଯାଉଥିଲେ। ସେ କେଉଟକୁଦି ଛକ ବରଫକଳ ନିକଟରେ ସାମ୍ନାପଟରୁ ଆସୁଥିବା ବରଯାତ୍ରୀ ବସ୍‌ର ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ବରଯାତ୍ରୀ ବସ୍‌ ତାଙ୍କୁ ଶକ୍ତ ଧକ୍କା ଦେଇଥିଲା। ଉପସ୍ଥିତ ‌ଲୋକେ ଅଜିତଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ପୁରୀ ସଦର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଖବର ପଢ଼ନ୍ତୁ: ଡିସେମ୍ବର ୩୧ ଯାଏଁ ଚାଲିବାର ଥିଲା ଶୀତ ଅଧିବେଶନ

ସୂଚନା ପାଇଁ ସାମୁଦ୍ରିକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଓ ବରଯାତ୍ରୀ ବସ୍‌କୁ ଜବତ କରିଛି। ବସ୍‌ର ଚାଳକଙ୍କୁ ଅଟକ ରଖିଛି। ଅରଖକୁଦା ସାମୁଦ୍ରିକ ଥାନା ଆଇଆଇସି ସସ୍ମିତା ବେହେରାଙ୍କ ନେତୃତ୍ବରେ ପୁଲିସ ମାମଲାର ଅଧିକ ତଦନ୍ତ କରୁଛି। 

ଜଳିଗଲା ଇଲେକ୍ଟ୍ରି ସ୍କୁଟି, ବର୍ତ୍ତିଗଲେ ଚାଳକ

ପୁରୀ-ସାତପଡ଼ା ଜାତୀୟ ରାଜପଥ ଜଗନ୍ନାଥ ସଡ଼କ ଛକ ନିକଟରେ ଗତମାସ ୨୯ ତାରିଖରେ ଏକ ବ୍ୟାଟେରି ଚାଳିତ ସ୍କୁଟିରେ ନିଆଁ ଲାଗିଥିଲା। ଗାଡ଼ିରେ ଜଣେ ବ୍ୟକ୍ତି ପୁରୀ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଗାଡ଼ିରୁ ଧୂଆଁ ବାହାରିବା ଦେଖି ଲୋକମାନେ ଡାକ ପକାଇଥିଲେ। ଲୋକଙ୍କ ଡାକ ଶୁଣି ଗାଡ଼ି ଚାଳକ ଅଟକିଥିଲେ। ସେ ଗାଡିକୁ ଷ୍ଟାଣ୍ଡ ମାରି ରଖିବା କ୍ଷଣିହିଁ ନିଆଁ ବାହାରି ଜଳିବାକୁ ଲାଗିଥିଲା। ଗାଡି ଚାଳକ ଗାଡ଼ି ଛାଡି ପଳାଇ ଆସିଥିଲେ। ଗାଡ଼ିରେ ଥିବା ବ୍ୟାଟେରି ଠୋ ଠା ହୋଇ ଫାଟିବା ସହ ହୁତୁହୁତୁ ହୋଇ ଜଳିବାରେ ଲଗିଥିଲା। ଆଖି ଆଗରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା। 

ଏହି ଖବର ପଢ଼ନ୍ତୁ: ଚକତଳେ ଚାଲିଗଲା ହେଲପରଙ୍କ ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe