young man suffers from kidney disease Photograph: (Sambad.in)
ରାମଚଣ୍ଡୀ: ରାମଚଣ୍ଡୀ ଥାନା ଅଧୀନ ଗୋପ ବ୍ଲକ ଅନ୍ତର୍ଗତ ବନ୍ତୁଳିଗ୍ରାମ ପଞ୍ଚାୟତ ତରଣା ଗ୍ରାମର ଟୁଟୁ ନାୟକ (୩୧) ଦୀର୍ଘ ୭ମାସ ଧରି କିଡନି ରୋଗରେ ଆକ୍ରାନ୍ତ ହୋଇ ଦୁଇଟି ଯାକ କିଡନି ହରାଇଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଚିକିତ୍ସା ସେବା ନିମନ୍ତେ ସରକାରୀ ସହାୟତା ପ୍ରଦାନ ପାଇଁ ପରିବାର ବର୍ଗଙ୍କ ପକ୍ଷରୁ ଦାବି କରାଯାଇଛି।
ଖବରରୁ ପ୍ରକାଶ ଯେ ଟୁଟୁ ଦୀର୍ଘ ୭ ସାତମାସ ଧରି କିଡନି ରୋଗରେ ପୀଡିତ ହୋଇଥିବା ବେଳେ ତାଙ୍କର ଦୁଇଟି କିଡନି ନଷ୍ଟ ହୋଇ ଯାଇଥିଲା। ରୋଗଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ସେ ଜଣେ ଗରିବ ଓ ଅସହାୟ ପରିବାରର ସଦସ୍ୟ ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସୃଷ୍ଟି କରିଛି।
ବାପାଙ୍କର ଗତ ୬ ବର୍ଷ ତଳେ ଦେହାନ୍ତ ଘଟିଥିଲା
ଏଠାରେ ପ୍ରକାଶ ଥାଉ କି ୧୭ ବର୍ଷ ବୟସରେ ଟୁଟୁ ବଡ଼ ଭାଇକୁ ହରାଇଥିବା ବେଳେ ତାଙ୍କ ବାପାଙ୍କର ଗତ ୬ ବର୍ଷ ତଳେ ଦେହାନ୍ତ ଘଟିଥିଲା। ବୃଦ୍ଧ ମାଆଙ୍କ ଏକମାତ୍ର ସାହାରା ଥିଲେ ଟୁଟୁ । ଘରର ରୋଜଗାରିଆ ପୁଅ ରୋଗ ଶଯ୍ୟାରେ ପଡିଥିବା ବେଳେ ଦୁଃଖରେ ଭାଙ୍ଗି ପଡିଛନ୍ତି ମା ମନୋରମା।
Raid Sub Collector: ବାଲି ଖାଦାନ ଉପରେ ଉପଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ, ୬ଟି ବାଲି ବୋଝେଇ ଟ୍ରାକ୍ଟର ଜବତ
ଉକ୍ତ ପରିବାରକୁ ରାସନ କାର୍ଡ ଛଡ଼ା ଅନ୍ୟ କୌଣସି ସରକାରୀ ଯୋଜନାରେ ସହାୟତା ମିଳି ପାରିନାହିଁ । ଦୁଇଟି ଯାକ କିଡନି ହରାଇଥିବା ଟୁଟୁ ନାୟକଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପୂର୍ବକ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବା ଲାଗି ମାଆ ମନୋରମା ନାୟକ ଆକୁଳ ନିବେଦନ କରିଛନ୍ତି।
Follow Us