ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଷର ନିଆଁରେ ପୋଡ଼ି ହୋଇ ଗୁରୁତର ଛାତ୍ରବିରେନ୍ ଟାକ୍ରିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିବା ଘଟଣାରେ ଆଜି ପରିବାରବର୍ଗ ଓ ଗ୍ରାମବାସୀ ବିଦ୍ୟାଳୟ ସମ୍ମୁଖରେ ମୃତ ଛାତ୍ରଙ୍କ ଶବ ରଖି ପ୍ରଦର୍ଶନ କରିବା ସହ ଶିକ୍ଷକ ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ପାଇଁ ଅଡି ବସିଛନ୍ତି । 

Advertisment

ଗ୍ରାମବାସୀ ଓ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ଆଲୋଚନା ଜାରି

ଗତକାଲି ଛାତ୍ରଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ପରିବାରବର୍ଗ ଓ ଗ୍ରାମବାସୀ ବିଦ୍ୟାଳୟର କିଛି ଶିକ୍ଷକମାନଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ରଖି ତାଲା ପକାଇଦେଇଥିଲେ । ପରେ ମୁନିଗୁଡା ପୁଲିସଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା ପରେ ତାଲା ଖୋଲିଥିଲେ । ଆଜି ପାହାନ୍ତିଆରୁ ଛାତ୍ରଙ୍କ ମୃତଦେହ ଗ୍ରାମରେ ପହଁଚିବା ପରେ ଗ୍ରାମବାସୀମାନେ ଶବକୁ ବିଦ୍ୟାଳୟ ସମ୍ମୁଖରେ ରଖି କ୍ଷତିପୁରଣ ଦାବି କରୁଛନ୍ତି । ଘଟଣା ସ୍ଥଳରେ ମୁନିଗୁଡା ଥାନା ଆଇଆଇସି କେଶବ ଷଡଙ୍ଗୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରସ୍ବତୀ ମୁନୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । 

Vigilance Raid ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଭିଜିଲାନ୍ସ ଚଢ଼ାଉ, କଟକ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ୪ କୋଟିରୁ ଅଧିକ ନଗଦ ଜବତ

ଏଠାରେ ସୂଚନାଯୋଗ୍ୟ, ଗତ ଜାନୁଆରି ୫ତାରିଖରେ ପାଇକ ଡାକୁଲୁଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଉପର ମହଲାରେ ଜଣେ ଛାତ୍ର ସେହି ବିଦ୍ୟାଳୟର ୪ଜଣ ଛାତ୍ରଙ୍କ ଉପରେ ପେଣ୍ଟରେ ମିଶାଯାଉଥିବା ଥିନର ୪ଜଣ ଛାତ୍ରଙ୍କ ଉପରେ ପକାଇ ନିଆଁ ଲଗାଇଦେଇଥିଲା । ଏହି ଘଟଣାରେ ୪ଜଣ ଛାତ୍ର ପୋଡ଼ି ଯାଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଗୁରୁତର ଆହତ ଛାତ୍ରଙ୍କୁ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ସେ ମେଡିକାଲ ବେଡରେ ଦୀର୍ଘ ୪୮ଦିନ କାଳ ଜୀବନ ସହ ସଂଘର୍ଷ କରି ଶେଷରେ ଗତକାଲି ଅପରାହ୍ନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲା।