raid by sub-collector at gunupur Photograph: (Sambad.in)
ରାୟଗଡା: ଆଜି ସକାଳୁ ସକାଳୁ ଗୁଣପୁର ଉପଜିଲ୍ଲାପାଳ ଧୂଧାଲ୍ ଅଭିଷେକ ଦିଲୀପ ବଂଶଧାରା ନଦୀବାଲି ଶଯ୍ୟା- ୨ ଉପରେ ଅଚାନକ ଚଢାଉକରିଛନ୍ତି। ବେନିୟମ ଭାବେ ବାଲି ଚାଲାଣ ହେଉଥିବା ଖବର ପାଇ ଉପଜିଲ୍ଲାପାଳ ଚଢାଉ କରି ୬ ଗୋଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିବା ଜଣାପଡିଛି I ଏହି ଟ୍ରାକ୍ଟରଗୁଡିକୁ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଅଟକ ରଖାଯାଇଥିବା ଜଣାପଡିଛି ।
୩ ଲକ୍ଷ ୬୦ ହଜାର ଟଙ୍କା ଜରିମାନା
ଅଟକ ଥିବା ସମସ୍ତ ବାଲି ବୋଝେଇ ଟ୍ରାକ୍ଟରଗୁଡ଼ିକର କାଗଜପତ୍ର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୁଣପୁର ଉପଜିଲ୍ଲାପାଳ ଲଘୁ ଖଣିଜ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଖଣି ବିଭାଗ ବାଲି ଖାଦାନରେ ଓ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଟକ ଥିବା ସମସ୍ତ ବାଲି ବୋଝେଇ ଟ୍ରାକ୍ଟରର କାଗଜପତ୍ର ଯାଞ୍ଚ କରୁଥିଲା। ସୂଚନାରୁ ଜଣାପଡିଛି ଲଘୁ ଖଣି ବିଭାଗ ୩ ଲକ୍ଷ ୬୦ ହଜାର ଟଙ୍କା ଜରିମାନା କରିଛିI
Vigilance Raid: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ
Follow Us