Maoists: ମାଓ ବ୍ୟାନର ଲାଗିବା, ଫେକ୍‌ ନକ୍ସଲ ଘଟଣାରେ ସମୁଦାୟ ୪ ଗିରଫ

Advertisment

ଗତ ୧୩ ତାରିଖ ଦିନ ରାୟଗଡା ଜିଲ୍ଲାର ରାୟଗଡ଼ା, କଲ୍ୟାଣସିଂହପୁର ଓ କୋଲନରା ବ୍ଲକର ବିଭିନ୍ନ ସ୍ଥାନରେ ମାଓ ବ୍ୟାନର୍‌ ଲାଗିବା, ମୁନିଗୁଡା ଥାନା ଅନ୍ତର୍ଗତ ତେଲେଙ୍ଗାପଦର ଛକରେ ଗତ ଜାନୁଆରୀ ୨୦ ତାରିଖରେ ଲାଗିଥିବା ମାଓ ବ୍ୟାନର  ଘଟଣା ଓ ଫେକ ନକ୍ସଲ ଘଟଣାରେ

ଗତ ୧୩ ତାରିଖ ଦିନ ରାୟଗଡା ଜିଲ୍ଲାର ରାୟଗଡ଼ା, କଲ୍ୟାଣସିଂହପୁର ଓ କୋଲନରା ବ୍ଲକର ବିଭିନ୍ନ ସ୍ଥାନରେ ମାଓ ବ୍ୟାନର୍‌ ଲାଗିବା, ମୁନିଗୁଡା ଥାନା ଅନ୍ତର୍ଗତ ତେଲେଙ୍ଗାପଦର ଛକରେ ଗତ ଜାନୁଆରୀ ୨୦ ତାରିଖରେ ଲାଗିଥିବା ମାଓ ବ୍ୟାନର  ଘଟଣା ଓ ଫେକ ନକ୍ସଲ ଘଟଣାରେ

maoists

ରାୟଗଡ଼ା (ଶିବ ପ୍ରସାଦ ଦୋରା): ଗତ ୧୩ ତାରିଖ ଦିନ ରାୟଗଡା ଜିଲ୍ଲାର ରାୟଗଡ଼ା, କଲ୍ୟାଣସିଂହପୁର ଓ କୋଲନରା ବ୍ଲକର ବିଭିନ୍ନ ସ୍ଥାନରେ ମାଓ ବ୍ୟାନର୍‌ ଲାଗିବା, ମୁନିଗୁଡା ଥାନା ଅନ୍ତର୍ଗତ ତେଲେଙ୍ଗାପଦର ଛକରେ ଗତ ଜାନୁଆରୀ ୨୦ ତାରିଖରେ ଲାଗିଥିବା ମାଓ ବ୍ୟାନର  ଘଟଣା ଓ ଫେକ ନକ୍ସଲ ଘଟଣାରେ ଜିଲ୍ଲା ପୁଲିସ ସମୁଦାୟ ୪ ଜଣଙ୍କୁ ଗିରଫ କରିଛି। ସମସ୍ତ ଘଟଣାରେ ରାୟଗଡାର ୱେବ ସାମ୍ବାଦିକ ଅନୁବ୍ରତ ବାରା ଓରଫ ରଞୁ ମାଷ୍ଟର ମାଇଣ୍ଡ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଆରକ୍ଷୀ ଅଧିକ୍ଷକ ସ୍ବାଥୀ ଏସ କୁମାର ସୂଚନା ଦେଇଛନ୍ତି।

ଗତ ୧୩ ତାରିଖରେ ୩ଟି ବ୍ଲକରେ ଲାଗିଥିବା ଫେକ ମାଓ ବ୍ୟାନର ଘଟଣାରେ ବିଷମକଟକର ସିମାଞ୍ଚଳ କୁଟ୍ରୁକା ଓ ଅଲ୍ପନା ମାଣ୍ଡାଙ୍ଗିଙ୍କୁ ପୁଲିସ ଗିରଫ କରିଥିବା ଏସ ପି ସ୍ବାଥୀ କୁମାର ସୂଚନା ଦେଇଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ମୁଖ୍ୟ ଅଭିଯୁକ୍ତ ରଞୁ ଓ କାଶିପୁରର ବଳି ମାଝି ଫେକ ନକ୍ସଲ କେସରେ ମଧ୍ୟ ସାମିଲ ଅଛନ୍ତି। ଏନେଇ ଅଲଗା ଅଲଗା କେସ ହୋଇଥିବା ସୂଚନା ଦେଇଛନ୍ତି। ରଂଜୁ ଓ ବଳି ରାୟଗଡା ଜିଲ୍ଲାର କିଛି ନିରୀହ ଯୁବକଙ୍କୁ ସଂଗଠିତ କରି ରାୟଗଡାର ବିଭିନ୍ନ ହୋଟେଲରେ ମିଟିଂ କରିଥିଲେ। ଜଗଦଲପୁରର  କିଛି ଯୁବକଙ୍କୁ ପଇସା ଲୋଭ ଦେଖାଇ ନିଜକୁ ମିଲିସିଆ ଏବଂ ନକ୍ସଲ ବ‌ୋଲି ପରିଚୟ ଦେଇ ଆତ୍ମସମର୍ପଣ କରି  ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିର ଲାଭ ଉଠାଇବା ସହ ସରକାରୀ ଟଙ୍କାକୁ ହଡପ କରିବାକୁ ଯୋଜନା କରିଥିଲେ।

ଏନେଇ କିଛି ଯୁବକଙ୍କୁ ଫୋନପେ ମାଧ୍ୟମରେ ଟଙ୍କା ପଠାଇଥିଲେ। ଏହି ଘଟଣାରେ କିଛି ଯୁବକ ଆସିଥିଲେ କିନ୍ତୁ ମନ ପରିବର୍ତ୍ତନ କରି ପରବର୍ତ୍ତି ସମୟରେ ପୁଲିସର ତଦନ୍ତ ସମୟରେ ଦୋଷ ସ୍ବିକାର କରି ଏହି କେସରେ ସାକ୍ଷି ହୋଇଥିଲେ।  ଫେକ ନକ୍ସଲ ଘଟଣାକୁ ନେଇ ରାୟଗଡା ଥାନାରେ କେସ ନଂ ୬୭ରେ ଗତ ୧୪ ତାରିଖ ଦିନ ମାମଲା ଦାୟର ହୋଇଥିଲା।

ଆହୁରି ପଢ଼ନ୍ତୁ: BJD: ବିଧାନସଭା ଅଧିବେଶନ ପୂର୍ବରୁ ଅରବିନ୍ଦଙ୍କ ଶକ୍ତି ପ୍ରଦର୍ଶନ; ନିଲମ୍ବନ ନିଷ୍ପତ୍ତି ବିରୋଧରେ ବର୍ଷିଲେ

ସୂଚନାଯୋଗ୍ୟଯେ ୧୩ ତାରିଖ ଦିନ ରାୟଗଡ଼ା ବ୍ଲକର ଶେଷଖାଲ ଥାନା ଅନ୍ତର୍ଗତ ଧୁମାଗୁଡ଼ା, କଲ୍ୟାଣସିଂହପୁର ବ୍ଲକର ବୁଡ଼ାଗୁଡ଼ା ପଞ୍ଚାୟତର କୁମାରଗୁଡ଼ା ଛକ ଓ କୋଲନରା ବ୍ଲକର ପାଇକପଡ଼ା ଶିବ ମନ୍ଦିର ସମ୍ମୁଖରେ ମାଓ  ବ୍ୟାନର୍‌ ଲାଗିଥିବା ଦେଖିବାକୁ ମିଳିଥିଲା। ଏଥିରେ ସିପିଆଇ ମାଓବାଦୀ ବୋଲି ଉଲ୍ଲେଖ ରହିଥିବା ଏହି ବ୍ୟାନର୍‌ରେ ମାଓନେତା ସବ୍ୟସାଚୀ ପଣ୍ଡା, ଆଜାଦ୍‌ ଓ ନିଖିଳ କେବେ ଆଦିବାସୀ ନଥିଲେ, ଆଦିବାସୀଙ୍କୁ ନକ୍ସଲ ସଂଗଠନରେ ରଖି ଅତ୍ୟାଚାର କରୁଥିଲେ ବୋଲି ଏଥିରେ ଉଲ୍ଲେଖ ରହିଥିଲା। କେବିକେ ଡିଭିଜନ୍‌ର ରାଜ୍ୟ ସଂପାଦକ ମେଘ ଜାନି ଓ ଡମ୍ବାଇ ମାଝୀ ଏହାର ଜବାବ୍ ଦେବାକୁ ପ୍ରସ୍ତୁତ ବୋଲି ଉଲ୍ଲେଖ ରହିଥିଲା। ଏନେଇ ୩ଟି ଥାନାରେ  ମାମଲା ଦାୟର ହୋଇ ତଦନ୍ତ ଚାଲିଥିଲା। ତେଲେଙ୍ଗାପଦର ଘଟଣାରେ ପୂର୍ବରୁ ମୁନିଗୁଡା ଥାନାରେ କେସ ହୋଇ ତଦନ୍ତ ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe