Tiger: ମୁନିଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ, ବାଛୁରି ମାରି ଖାଇଲା

Advertisment

ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ‌ରେ ବାଘ ଆତଙ୍କ ଦେଖାଯାଇଛି। ରାୟଗଡ଼ା ବନଖଣ୍ଡ ମୁନିଗୁଡା ବନାଞ୍ଚଳ ଜଗଦଲପୁର ପଞ୍ଚାୟତ ଡୁମିରିଗୁଡ଼ା ଗାଁରେ ଶନିବାର ରାତି ପ୍ରାୟ ୨ରୁ ୩ ଟା ଭିତରେ  ଗ୍ରାମର କୁଞ୍ଜ ବେହେରାଙ୍କ ବାଛୁରିକୁ ବାଘ...

ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ‌ରେ ବାଘ ଆତଙ୍କ ଦେଖାଯାଇଛି। ରାୟଗଡ଼ା ବନଖଣ୍ଡ ମୁନିଗୁଡା ବନାଞ୍ଚଳ ଜଗଦଲପୁର ପଞ୍ଚାୟତ ଡୁମିରିଗୁଡ଼ା ଗାଁରେ ଶନିବାର ରାତି ପ୍ରାୟ ୨ରୁ ୩ ଟା ଭିତରେ  ଗ୍ରାମର କୁଞ୍ଜ ବେହେରାଙ୍କ ବାଛୁରିକୁ ବାଘ...

WhatsApp Image 2026-02-12 at 19.55.01 (1)

ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ‌ରେ ବାଘ ଆତଙ୍କ ଦେଖାଯାଇଛି। ରାୟଗଡ଼ା ବନଖଣ୍ଡ ମୁନିଗୁଡା ବନାଞ୍ଚଳ ଜଗଦଲପୁର ପଞ୍ଚାୟତ ଡୁମିରିଗୁଡ଼ା ଗାଁରେ ଶନିବାର ରାତି ପ୍ରାୟ ୨ରୁ ୩ ଟା ଭିତରେ  ଗ୍ରାମର କୁଞ୍ଜ ବେହେରାଙ୍କ ବାଛୁରିକୁ ବାଘ ଆକ୍ରମଣ କରିବା ସହ ମାରି ଖାଇ ଦେଇଥିବା ଜଣାପଡିଛି। ରବିବାର ସକାଳେ ଘର ଲୋକେ ବାଛୁରୀର  ହାଡ ଓ ରକ୍ତ ପଡିଥିବା ଦେଖି ବନ ବିଭାଗକୁ ଖବର ଦେବାପରେ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ସେହି ସ୍ଥାନରେ ବାଘ ପାଦ ଚିହ୍ନ ପଡ଼ି ଥିବାରୁ ଏବଂ ପାଦ ବଡ଼ ହୋଇଥିବାରୁ ଏହା ଏକ ମହାବଳ ବାଘ କିମ୍ବା କଲରାପତରିଆ ବାଘ ହୋଇଥାଇ ପାରେ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକଟ କରିଛନ୍ତି। ବାଘ ଆତଙ୍କ ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

ଏନେଇ ମୁନିଗୁଡା ରେଂଜର ପ୍ରବୀଣ ଦାଶ ଜଙ୍ଗଲ ମଧ୍ୟକୁ ନଯିବା ସହ ରାତିରେ ବୁଲାବୁଲି ନକରିବାକୁ ଲୋକମାନଙ୍କୁ ସତର୍କ କରିବା ସହ ସଚେତନ କରିଛନ୍ତି। ମୁନିଗୁଡ଼ା ରେଂଜର ଶ୍ରୀ ଦାଶ ସୂଚନା ଦେଇ କହିଛନ୍ତି ମୁନିଗୁଡା ଅଞ୍ଚଳରେ ବାଘ ରହିଥିବା କଥା ବିଭାଗ ପାଖରେ ସୂଚନା ରିହିଛି। ତଦନ୍ତ ସମୟରେ ଜନ୍ତୁର ଫୁଟ ପ୍ରିଣ୍ଟ ମିଳିଛି କିନ୍ତୁ ତାହା ବାଘର ନା ଆଉ କେଉଁ ଜନ୍ତୁର ତାହା ତଦନ୍ତ ଚାଲିଛି। ମୁନିଗୁଡା ରେଂଜରର  ବିଭିନ୍ନ ଅଞ୍ଚଳରେ ଟ୍ରାପ କେମେରା ଲଗାଇଛୁ ଟ୍ରାପ କେମେରାରେ ତଥ୍ୟ ଜଣାପଡିଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ  ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: Court Judgement: ଦୁଷ୍କର୍ମ ମାମଲାରେ ପୋକ୍ସୋ କୋର୍ଟ ହାଜର ହେଲେ ମାଓନେତା ଆଜାଦ

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ମାସରେ ସେଣ୍ଟର ଅଫ ୱାଇଲ୍ଡ ଲାଇଫ ଷ୍ଟଡିଜ୍ (ସ୍ବେଛାସେବି ସଂଗଠନ) ପକ୍ଷରୁ ମୁନିଗୁଡା ଅଞ୍ଚଳରେ ବିଭିନ୍ନ ଜନ୍ତୁ ସଂପର୍କରେ ତଥ୍ୟ ସଂଗ୍ରହ ବେଳେ କଲରାପତରିଆ ବାଘ ଥିବା ନେଇ ସୂଚନା ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe