Hit And Run: ସମ୍ବଲପୁରରେ ହିଟ୍‌ ଆଣ୍ଡ ରନ୍‌: ମହିଳା ଓ ନାବାଳିକାଙ୍କ ମୃତ୍ୟୁ ସୂଚନା, ଜଣେ ଗୁରୁତର

ସମ୍ବଲପୁରରେ ଆଜି ସନ୍ଧ୍ୟାରେ ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ଦେଖିବାକୁ ମିଳିଛି। ବାଇକ୍‌ (ଓଡ଼ି ୧୭ଭି ୭୭୮୭) ଆରୋହୀ ତିନି ଜଣକୁ ସାମ୍ନା ପଟରୁ ଏକ ଦ୍ରୁତଗାମୀ କାର୍‌ ଧକ୍କା ମାରି ଫେରାର ହୋଇଯାଇଛି।

Sambalpur

Hit and run in Sambalpur as two dead on Thursday. Photograph: (sambad.in)

ସମ୍ବଲପୁର (ଜିତେନ୍ଦ୍ର କୁମାର ଦାଶ): ସମ୍ବଲପୁରରେ ଆଜି ସନ୍ଧ୍ୟାରେ ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ଦେଖିବାକୁ ମିଳିଛି। ବାଇକ୍‌ (ଓଡ଼ି ୧୭ଭି ୭୭୮୭) ଆରୋହୀ ତିନି ଜଣକୁ ସାମ୍ନା ପଟରୁ ଏକ ଦ୍ରୁତଗାମୀ କାର୍‌ ଧକ୍କା ମାରି ଫେରାର ହୋଇଯାଇଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଓ ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଇକ୍‌ ଚାଳକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କୁହାଯାଉଛି। ମୃତକମାନେ ହେଲେ ପାୟଲ ପଟେଲ (୨୫) ଓ ଭାଣିଜୀ ଇନ୍ଦ୍ରାଣୀ ପଟେଲ (୪)। ଗୁରୁତର ଓମ୍‌ ପଟେଲ ଚିକିତ୍ସାଧୀନ ଅଛନ୍ତି।  

ପୋଲ ଉପରେ ବାଇକ୍‌କୁ ଧକ୍କା ଦେଲା କାର

ସୂଚନା ଅନୁସାରେ ବୁର୍ଲା ଥାନା ଅନ୍ତର୍ଗତ ସାପଲହର ଗାଁର ଓମ୍‌ ପଟେଲ, ପାୟଲ ଏବଂ ଇନ୍ଦ୍ରାଣୀ ଆଜି ସନ୍ଧ୍ୟା ସମୟରେ ଏକ ବାଇକ୍‌ରେ ଭାଇ, ଭଉଣୀ ଓ ସେମାନଙ୍କର ନାବାଳିକା ଝିଆରି କୌଣସି କାମରେ ଦୁର୍ଗାପାଲି ସେତୁ ଦେଇ ଆଗକୁ ଯାଉଥିଲେ। ଏହି ସମୟରେ ସାମ୍ନା ପଟରୁ ଆସୁଥିବା ଏକ ଦ୍ରୁତଗାମୀ କାର ବ୍ରିଜ୍ ପାର ହେଉଥିବା ପରିବାରକୁ ଧକ୍କା ଦେଇଥିଲା। ଧକ୍କା ଯୋଗୁଁ ମହିଳା ଜଣ ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। 

ଆହୁରି ପଢ଼ନ୍ତୁ: Viral Video: ବଧୂ ବେଶରେ ମହିମା ଚୌଧୁରୀ; କଲେ କି ଦ୍ବିତୀୟ ବିବାହ?

ଚିକିତ୍ସାଧୀନ ନାବାଳିକାର ମୃତ୍ୟୁ

ଏହି ଦୁର୍ଘଟଣାରେ ବାଇକ୍‌ ଆରୋହୀ ଓ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାନରେ ନାବାଳିକାକୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଓମ୍‌ ପଟେଲ ଏବେ ଚିକିତ୍ସାଧୀନ ଅଛନ୍ତି। 

ଆହୁରି ପଢ଼ନ୍ତୁ: CBSE Board Exam 2026 : ଫେବ୍ରୁଆରି 17ରୁ ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା

ପୁଲିସର ଛାନ୍‌ଭିନ୍‌ ଜାରି

ଦୁର୍ଘଟଣା ପରେ କାର୍ ଡ୍ରାଇଭର ତୁରନ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ସମ୍ପୃକ୍ତ ଗାଡ଼ିକୁ ଚିହ୍ନଟ ଏବଂ ଠାବ କରିବା ପାଇଁ ପୁଲିସ ଛାନ୍‌ଭିନ ଆରମ୍ଭ କରିଛି। ଏହି ଲୋମହର୍ଷଣକାରୀ ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe