ସ୍ପଷ୍ଟ ଦିବାଲୋକରେ ବି ଭୟ: ଉଗ୍ର ହେଲା ହାତୀ, ପୁଣି ନେଲା ଜୀବନ

ସମ୍ବଲପୁର ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥକଡ଼ର ଯୁଯୁମୁରା ଅଞ୍ଚଳରେ ଥିବା ଜଙ୍ଗଲରେ ବୁଲୁଛନ୍ତି ଗୋଠଛଡ଼ା ଦନ୍ତା ଓ ହାତୀପଲ। ଲୋକ ଦେଖିଲେ ହାତୀ ଆକ୍ରମଣ କରୁଛି। ଧାନ ଅମଳ ସମୟ ହୋଇଥିବାରୁ ଗୋଠଛଡ଼ା ଦନ୍ତା ଓ ହାତୀପଲ କ୍ଷେତରେ ଉପଦ୍ରବ ସୃଷ୍ଟି କରୁଛନ୍ତି।

Elephant in Jujumura of Sambalpur

Elephant in Jujumura of Sambalpur Photograph: (Sambad )

ଯୁଯୁମୁରା: ସାବଧାନ! ସମ୍ବଲପୁର ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥକଡ଼ର ଯୁଯୁମୁରା ଅଞ୍ଚଳରେ ଥିବା ଜଙ୍ଗଲରେ ବୁଲୁଛନ୍ତି ଗୋଠଛଡ଼ା ଦନ୍ତା ଓ ହାତୀପଲ। ଲୋକ ଦେଖିଲେ ହାତୀ ଆକ୍ରମଣ କରୁଛି। ଧାନ ଅମଳ ସମୟ ହୋଇଥିବାରୁ ଗୋଠଛଡ଼ା ଦନ୍ତା ଓ ହାତୀପଲ କ୍ଷେତରେ ଉପଦ୍ରବ ସୃଷ୍ଟି କରୁଛନ୍ତି। ଜଙ୍ଗଲ ନିକଟକୁ ଲାଗିଥିବା ଗାଁର ଲୋକେ ଭୟଭୀତ ହୋଇଯାଇଛନ୍ତି। ଦିନ ଦି‘ପ୍ରହରରେ ମଧ୍ୟ ବାହାରିବାକୁ ଭୟ କରୁଛନ୍ତି। ଏହାର କାରଣ ପ୍ରାୟ ଏକ ମାସ ମଧ୍ୟରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି।

ଏହି ଖବର ପଢ଼ନ୍ତୁ: ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା

ହାତୀ ଆକ୍ରମଣରେ ଆଜି ପୁଣି ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରମଣର ଶିକାର ହୋଇଛନ୍ତି ଯୁଯୁମୁରା ବ୍ଲକ୍ ତଥା ସଦର ବନାଞ୍ଚଳ ଅନ୍ତର୍ଗତ କଂସର ଗ୍ରାମର ମୁଡକି ମୁଣ୍ଡା (୬୫)। ସେ ନିଜର ନାତିଙ୍କ ସହିତ ଶୌଚପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ସୂଚନା ଅନୁସାରେ, ଶନିବାର ଅପରାହ୍ନ ୪ ଟା ୩୦ ସମୟରେ କଂସର ଅଞ୍ଚଳରେ ରହୁଥିବା ୬୫ ବର୍ଷୀୟା ମୁଡକି ମୁଣ୍ଡା ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡରେ ପଡିଯାଇଥିଲେ। ହାତୀଟି ବୃଦ୍ଧାଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ମୁଡ଼କିଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ପଡ଼ିଥିବା ଦେଖି ବନ ବିଭାଗ ଓ ପୁଲିସକୁ ସୂଚନା ଦେଇଥିଲେ। 

ଏହି ଖବର ପଢ଼ନ୍ତୁ: ଚୋପାଛଡ଼ା ଯନ୍ତ୍ରରେ ଫସିଗଲା ଓଢଣୀ

ସୂଚନା ପାଇ ବନ ବିଭାଗ ଓ ପୁଲିସ ପହଞ୍ଚି ଥିଲା। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ତେବେ ବୃଦ୍ଧାଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବି ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବନ ବିଭାଗ ଓ ପୁଲିସ କର୍ମଚାରୀମାନେ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଏହି ଘଟଣା ନେଇ ବନ ବିଭାଗ ଅଧିକ ତଦନ୍ତ କରୁଛି। 

ଏହି ଖବର ପଢ଼ନ୍ତୁ: ଅଙ୍ଗନବାଡି ଛାତର ପ୍ଲାଷ୍ଟର୍ ଖସିଲା

ସୂଚନାଯୋଗ୍ୟ, ଗତ ୮ ତାରିଖ ଦିନ ମହାକୁଡ଼ପାଲି ଗ୍ରମର ଚାଷୀ ମାଙ୍ଗରା ମହତୋ (୫୯)ଙ୍କୁ ହାତୀ ଆକ୍ରମଣ କରିଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗତ ନଭେମ୍ବର ୧୮ରେ ହାତୀବାରୀ ଟେଙ୍ଗପଡ଼ା ଗ୍ରାମର ଗଣେଶ୍ବର ଭୋଇ (୫୫) ଓ ୨୨ ତାରିଖରେ ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍ସନ ଜାମଲୋଇ ବିଟ୍ ଅଧୀନ ଜାମଲୋଇ ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ଦେହୁରୀ (୩୮)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। 

ଏହି ଖବର ପଢ଼ନ୍ତୁ: ନଂ୧ରେ ଟ୍ରେଣ୍ଡ କରୁଛି ୱେବ୍ ସିରିଜ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe