ସମ୍ବଲପୁର ହେବ ଶିଳ୍ପ, ବ୍ୟବସାୟର ପେଣ୍ଠସ୍ଥଳି: ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କହିଛନ୍ତି, ସମ୍ବଲପୁରର ଅପାର ସମ୍ଭାବନାକୁ ଉପଯୋଗ କରି ଜିଲ୍ଲାକୁ ଶିଳ୍ପ ଓ ବ୍ୟବସାୟର ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ଆମେ ଯୋଜନା କରିବା ଦରକାର।

Union minister Dharmendra Pradhan.

Union minister Dharmendra Pradhan. Photograph: (sambad.in)

ସମ୍ବଲପୁର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କହିଛନ୍ତି, ସମ୍ବଲପୁରର ଅପାର ସମ୍ଭାବନାକୁ ଉପଯୋଗ କରି ଜିଲ୍ଲାକୁ ଶିଳ୍ପ ଓ ବ୍ୟବସାୟର ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ଆମେ ଯୋଜନା କରିବା ଦରକାର। ସମ୍ବଲପୁର ଠାରେ ଚାମ୍ବର ଅଫ୍ କମର୍ସ ବୈଠକରେ ଯୋଗଦେଇ ସମ୍ବଲପୁରରେ ଥିବା ଶିଳ୍ପ ଓ ବ୍ୟବସାୟର ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି।

ଏହି ଖବର ପଢ଼ନ୍ତୁ: ଦେଶ-ବିଦେଶରେ ଓଡ଼ିଶାର ଆଦିବାସୀ ସଂସ୍କୃତି ପ୍ରଚାର କରିବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଶ୍ରୀ ପ୍ରଧାନ କହିଛନ୍ତି କଳା, ସଂସ୍କୃତି ଓ ପୁରାତନ ସଭ୍ୟତାର ସହର ହେଉଛି ସମ୍ବଲପୁର। ସମ୍ବଲପୁରର ମୂଳ ଅର୍ଥନୀତି ହେଉଛି ଟ୍ରେଡିଂ ବା ବାଣିଜ୍ୟ। ଜିଲ୍ଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ କେବଳ ଶିଳ୍ପ ନୁହେଁ ବରଂ ସ୍ଥାନୀୟ ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ପରିବର୍ତ୍ତନ କରିବା ପାଇଁ ପଡ଼ିବ। ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ସହ ସଡ଼କପଥ ଭିତ୍ତିଭୂମିକୁ ମଜଭୂତ୍ କରିବା ପାଇଁ ପଡିବ।  

ଏହି ଖବର ପଢ଼ନ୍ତୁ: ପାଣିକୋଇଲି ଗୁଳିକାଣ୍ଡ: ଦୁଃଖ ପ୍ରକାଶ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁରରେ ବ୍ୟବସାୟର ବାତାବରଣ ତିଆରି କରିବା, ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ପାଇଁ ପ୍ରୟାସ କରିବା ତଥା ଜିଲ୍ଲାର ଅର୍ଥନୀତିକୁ ମଜଭୂତ୍ କରିବା ଦିଗରେ ଚାମ୍ବର୍ ଅଫ କମର୍ସର ଅବଦାନ ଅତୁଳନୀୟ। ତେବେ ଏଠାରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗୀ ହୋଇ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସମ୍ବଲପୁରର ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ 'ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ' ଅଧୀନରେ ବିକଶିତ କରିବାର କଳ୍ପନା କରାଯାଇଛି।

ଏହି ଖବର ପଢ଼ନ୍ତୁ: ଭାରତର ମହିଳାଙ୍କ ପାଖରେ ଗଛିତ ସୁନା ଦେଖି ତାଜୁବ ଆମେରିକା-ଚୀନ

ହୀରାକୁଦ ବନ୍ଧର ନବୀକରଣ ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଦେବ୍ରୀଗଡ଼ ଅଭୟାରଣ୍ୟ ସମେତ ସମ୍ବଲପୁରର ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ କରିବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ବଢାଇବା ପାଇଁ ଉଦ୍ୟମ ଜାରି ରହିଛି। ଏଥିରେ ଚାମ୍ବର ଅଫ୍ କମର୍ସ ମଧ୍ୟ ସହଯୋଗୀ ହେବା ଦରକାର। ଏକବିଂଶ ଶତାବ୍ଦୀରେ ସମ୍ବଲପୁରକୁ ଆଧୁନିକ ଓ ଶିଳ୍ପଭିତ୍ତିକ ସହରରେ ପରିଣତ କରିବା ଦିଗରେ ଚାମ୍ବର ଅଫ୍ କମର୍ସ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ଦରକାର ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି।   

ଏହି ଖବର ପଢ଼ନ୍ତୁ: ଲାନ୍‌ସର୍ସର ହ୍ୟାଟ୍ରିକ୍‌ ପରାଜୟ, ୟୁପି ରୁଦ୍ରାସ୍‌କୁ ହରାଇଲେ ଅମିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe