ଅବ୍ୟବସ୍ଥା ଘେରରେ ସାରଙ୍ଗଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର

କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମସ୍ୟା ଘେରରେ ରହିଛି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସବୁ ଉପକରଣ ଅଛି ହେଲେ ରୋଗୀଙ୍କ କାର୍ଯ୍ୟରେ ଆସୁନି। ସାମାନ୍ୟ ଚିକିତ୍ସା ପାଇଁ ରୋଗୀଙ୍କୁ ବାହାରକୁ ଯିବାକୁ ପଡୁଛି...

Saranggarh Community Health Center at Disorder condition

Saranggarh Community Health Center at Disorder condition Photograph: (sambad.in)

ଘୁ.ଉଦୟଗିରି: ସାରଙ୍ଗଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମସ୍ୟା ଘେରରେ ରହିଛି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସବୁ ଉପକରଣ ଅଛି ହେଲେ ରୋଗୀଙ୍କ କାର୍ଯ୍ୟରେ ଆସୁନି। ସାମାନ୍ୟ ଚିକିତ୍ସା ପାଇଁ ରୋଗୀଙ୍କୁ ବାହାରକୁ ଯିବାକୁ ପଡୁଛି। କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ ଗୋଷ୍ଠୀ ସ୍ବାସ୍ଥ୍ୟ

କେନ୍ଦ୍ର ପରିସରରେ ଦୀର୍ଘ ମାସ ହେଲା ଏକ ନୂଆ ଏକ୍ସରେ ମେସିନ ଆସି ରହିଛି। ହେଲେ ଏହା ରୋଗୀଙ୍କ କାର୍ଯ୍ୟରେ ଲାଗୁନି। ସ୍ଥାନୀୟ ଅଞ୍ଚଳର ରୋଗୀମାନେ ଏକ୍ସରେ କରିବା ପାଇଁ ଫୁଲବାଣୀ କିମ୍ବା ବାଲିଗୁଡା ଯାଇ ଅଯଥା ଅର୍ଥ ବ୍ୟୟ କରୁଥିବା ଅଭିଯୋଗ ହେଉଛି।

ଏହି ସ୍ବାସ୍ଥ୍ୟ କେନ୍ଦ୍ରର  ବିକଳ ଚିତ୍ର ନା ସ୍ୱାସ୍ଥ୍ୟ ବିଭାଗ ନଜରକୁ ଆସୁଛି ନା ଲୋକ ପ୍ରତିନିଧି ଶୁଣୁଛନ୍ତି। ୫-ଟି ଯୋଜନା ମାଧ୍ୟମରେ ମେଡ଼ିକାଲର ରୂପାନ୍ତରଣ ହେବ ବୋଲି ପ୍ରଚାର ପ୍ରସାର କରାଗଲା କିନ୍ତୁ କୌଣସି ପରିବର୍ତ୍ତନ ହେଲାନି।

ସାରଙ୍ଗଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ପାଖାପାଖି ୪ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି। ସେସବୁ ପଞ୍ଚାୟତ ମଧ୍ୟରେ ଚାଞ୍ଚେଡ଼ି, ଗାନ୍ଦ୍ରିଗାଁ, ବଣ୍ଡଗୁଡ଼ା ଏବଂ ସାରଙ୍ଗଗଡ଼ ଆଦି ରହିଛି।

ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ରୋଗୀମାନେ ଆବଶ୍ୟକ ଚିକିତ୍ସା ନପାଇ ନିରାଶ ହେଉଛନ୍ତି।  ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଗଛକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍: ୧୨ ଆହତ

କିନ୍ତୁ ସାରଙ୍ଗଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅବସ୍ଥା ନ କହିବା ଭଲ ହେବ। ପୁରୁଷ ଇନଡୋର୍ ହଲ, ମହିଳା ଇନଡୋର ହଲ, ସେବିକା କକ୍ଷ, ରକ୍ତ ନମୁନା ପରୀକ୍ଷାଗାର, ଏକ୍ସରେ ପରୀକ୍ଷାଗାର ଏମିତିକି ପ୍ରତୀକ୍ଷା କକ୍ଷର ଅବସ୍ଥା ନ କହିବା ଭଲ। ଦୁଇ ମାସ ହେଲା ରୋଗୀଙ୍କୁ ଖାଦ୍ୟ ଖାଦ୍ୟ ମିଳୁନି। ଏହାର ସ୍ଥାୟୀ ସମାଧାନ ପାଇଁ ନୂଆ ରାଜ୍ୟ ସରକାରଙ୍କୁ ଏହି ଅଞ୍ଚଳବାସୀ ନିବେଦନ କରିଛନ୍ତି।

ଅଧିକ ପଢ଼ନ୍ତୁ: ତୁମେ କ’ଣ ମରିଯିବ ବାପା? ସୈଫଙ୍କ ଏଭଳି ପ୍ରଶ୍ନ କରିଥିଲେ ତୈମୁର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe