ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ଜଣେ ଯବାନ ଆହତ

ମାଲକାନଗିରି ଜିଲ୍ଲା ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନ ଜଣଙ୍କ ହେଲେ ଡମ୍ବୁର ବଡ଼ ନାୟକ। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି...

ଅଦ୍ୟତନ ହୋଇଛି
WhatsApp Image 2024-11-21 at 7.33.47 AM

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଗୁଳି ବିନିମୟରେ  ଜଣେ ଯବାନ  ଆହତ ହୋଇଛନ୍ତି। ଆହତ ଯବାନ ଜଣଙ୍କ ହେଲେ ଡମ୍ବୁର ବଡ଼ ନାୟକ। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଯବାନଙ୍କ ଗୁଳିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓସାମଗ୍ରୀ ଜବତ କରାଯାଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ମାଓବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀମାନେ ଗୁପ୍ତସୂଚନା ପାଇଥିଲେ। ଏହା ପରେ ସେହି ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। 

ମାଓବାଦୀମାନେ ଖସି ପଳାଇଯିବା ପାଇଁ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀମାନେ ପାଲଟା ଆକ୍ରମଣ କରିଥିଲେ। ମାଓବାଦୀଙ୍କ ଗୁଳି ଡମ୍ବରୁଙ୍କ ଦେହରେ ଲାଗିଥିଲା।

ଅଧିକ ପଢ଼ନ୍ତୁ:   ପ୍ରଶାସନର ଦୃଷ୍ଟି ଆଢୁଆଳରେ ବଣ୍ଡାଘାଟିର ଲୁକ୍କାୟତ ଜଳପ୍ରପାତ ‘ଡାଲଖାଇ‘

ସୁରକ୍ଷାକର୍ମୀଙ୍କ ଜୋରଦାର ଆକ୍ରମଣ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ସେମାନଙ୍କ ସନ୍ଧାନରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଅଧିକ ପଢ଼ନ୍ତୁ:   ଅପରେସନ ଗ୍ରିନ୍‌ କ୍ଲିନ୍‌: ୩୬ ହଜାର ଗଂଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe