Srinivas and Simsherag Memorial Volleyball Tournament inaugurated in Kalinga Photograph: (sambad.in)
ଘୁ ଉଦୟଗିରି: ଘୁ ଉଦୟଗିରି ବ୍ଲକ୍ ଅନ୍ତର୍ଗତ କଳିଙ୍ଗାଠାରେ କଳିଙ୍ଗା ଭଳିବଲ ଆସୋସିଏସନ ପକ୍ଷରୁ ଶ୍ରୀନିବାସ ଓ ସିମାଞ୍ଚଳ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।
ଏହି ଖେଳ ୧୬ଟି ଦଳକୁ ନେଇ ଆୟୋଜିତ ହେଉଛି । ସୋମବାର ଉଦ୍ଘାଟନୀ ଉତ୍ସବର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ କଳିଙ୍ଗା ସରପଞ୍ଚ ବକ୍ସି ମଲ୍ଲିକ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାର୍କେସ୍ ମଲ୍ଲିକ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
ଆଡାଶିକୁପା ସହିତ ପାଟାପଦର ମଧ୍ୟରେ ଉଦଘାଟନୀ ଖେଳ ପ୍ରଦର୍ଶିତ ହୋଇଥିଲା ଓ ଆଡାସିକୁପା ଦଳ ବିଜୟ ଲାଭ କରିଥିଲା।
ପରେ ଅପରାହ୍ନରେ ଦ୍ଵିତୀୟ ପର୍ଯ୍ୟାୟ ଖେଳ ଅନୁଷ୍ଠିତ ହୋଇଥିଲା,ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସମୀର କୁମାର ପାଢ଼ୀ, ଦିଲୀପ କହଁର ଟିକାବାଲି ବ୍ଲକ ଅଧ୍ୟକ୍ଷ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସାମନ୍ତ ଶେଖର ନାୟକ, ଜ୍ୟୋତି ମୋହନ ପ୍ରଧାନ, ଚନ୍ଦ୍ରକାନ୍ତ ପ୍ରଧାନ, ବାସୁଦେବ ପ୍ରଧାନ, ରୂପେସ କୁମାର ନାୟକ, ନୀତେଶ କୁମାର ନାୟକ ସମେତ ଅନ୍ୟମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।
ଦ୍ଵିତୀୟ ପର୍ଯ୍ୟାୟ ଖେଳରେ କଳିଙ୍ଗ ମହାବିଦ୍ୟାଳୟ ସହିତ ବାହାଡା ସାହି ମଧ୍ୟରେ କଡା ମୁକାବିଲା ହୋଇଥିଲା ଓ କଳିଙ୍ଗ ମହାବିଦ୍ୟାଳୟ ଦଳ ବିଜୟ ଲାଭ କରିଥିଲେ । ଆୟୋଜକ ଭାବରେ ଯୁବ ସମାଜସେବୀ ଆମନ୍ ଚନ୍ଦ୍ର ନାୟକ,ସଭାପତି ସୁବ୍ରତ ଆଚାର୍ଯ୍ୟ,ସହ ସଭାପତି ଅରୁଣ କୁମାର୍ ସାହୁ, ସମ୍ପାଦକ ଶଙ୍କର କୁମାର୍ ସାହୁ, କଷାଧକ୍ଷ ବୁଦ୍ଧଦେବ ମହାରଣା, ସମେତ କମିଟିର ଯୁବକ ମାନେ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ: ମଝି ଚିଲିକାରେ ଦୁଇ ପର୍ଯ୍ୟଟକ ଡଙ୍ଗା ମଧ୍ୟରେ ଧକ୍କା, ୨ ଗୁରୁତର
ସ୍କୋରର ଭାବରେ ତୁଷାର କୁମାର୍ କହଁର, କେଶନ ଦିଗାଲ ଓ ଆଶିଷ ନାୟକ ରେଫରି ଭାବରେ ଅସିତ୍ କୁମାର୍ ପ୍ରଧାନ(ଲାପୁ ଭାଇ) ସୁଚାରୁ ରୂପେ ଖେଳକୁ ପରିଚାଳିତ କରିଥିଲେ। ସୋମବାରଠାରୁ ଏହି ଖେଳ ଆରମ୍ୱ ହୋଇଥିବା ବେଳେ ଆସନ୍ତା ଫେବ୍ରୁଆରି ମାସ ୨ ତାରିଖ ଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।
ଅଧିକ ପଢ଼ନ୍ତୁ:ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିସନର ଦାୟିତ୍ବ
Follow Us