ରାଇରଙ୍ଗପୁରରେ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

Advertisment

ରାଇରଙ୍ଗପୁରଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୬୧ ଟି ଅଭିଯୋଗର ଶୁଣାଣି ହୋଇଛି...

ରାଇରଙ୍ଗପୁରଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୬୧ ଟି ଅଭିଯୋଗର ଶୁଣାଣି ହୋଇଛି...

Sub-Divisional Joint Public Hearing Camp at Rairangpur

Sub-Divisional Joint Public Hearing Camp at Rairangpur Photograph: (sambad.in)

ରାଇରଙ୍ଗପୁର: ରାଇରଙ୍ଗପୁରଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲାପାଳ ହେମକାନ୍ତ ସଏଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବାମନଘାଟି ଉପ ଜିଲ୍ଲାପାଳ  ସୌମ୍ୟରଞ୍ଜନ ପ୍ରଧାନ,ଜିଲ୍ଲା ଆରକ୍ଷୀ ଅଧିକ୍ଷକବରୁଣ ଗୁଣ୍ଟୁପାଲି ଓ ରାଇରଙ୍ଗପୁର ଚିକିତ୍ସାଳୟର ଡାକ୍ତର ଦେବେନ୍ଦ୍ର ନାଥ ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ । ଶିବିରରେ ୬୧ ଟି ଅଭିଯୋଗର ଶୁଣାଣି ହୋଇଛି।

ପ୍ରାରମ୍ଭରେ ଜନସାଧାରଣଙ୍କ ଠାରୁ ଆସୁଥିବା ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟାରେ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଶିବିରରେ ଜନସାଧାରଣଙ୍କ ଠାରୁ ମୋଟ ୬୧ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ ୫୧ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ ୧୦ଟି  ବିଭିନ୍ନ ସମସ୍ୟା ଭିତ୍ତିକ ସାମୁହିକ ଅଭିଯୋଗ ଥିଲା ।

ଅଧିକ ପଢ଼ନ୍ତୁ: ଜାନୁଆରି ୧୫ରେ ହେବାକୁ ଥିବା ନେଟ୍ ପରୀକ୍ଷା ସ୍ଥଗିତ

ସେଥିମଧ୍ୟରୁ ଆପତ୍ତି ଅଭିଯୋଗର ଗୁରୁତ୍ୱକୁ ବିଚାର କରି ଜିଲ୍ଲାପାଳ  ଜଣଙ୍କୁ ରେଡକ୍ରସରୁ ୫ ହଜାର ଟଙ୍କା   ମଞ୍ଜୁର କରିଥିଲେ। ଶିବିରରେ ବାମନଘାଟି ଉପଖଣ୍ଡ ଅଧିନସ୍ଥ ସମସ୍ତ ଉପଖଣ୍ଡ ସ୍ତରୀୟ ବିଭାଗୀୟ ଅଧିକାରୀ, ରାଇରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,ଗୋଷ୍ଠୀ ଶିକ୍ଷା ଅଧିକାରୀ,ବିଭିନ୍ନ ଲାଇନ ବିଭାଗର ଅଧିକାରୀ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ଦ୍ୱାରା ଶିବିର କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ଗୋରୁମହିଷାଣୀ ଉଚ୍ଚ ବିଦ୍ୟାଳୟରେ ନେଚର କ୍ୟାମ୍ପ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe