Sun Chariot rolled out from the Anant Abdhut Monastery near the Sun Temple Photograph: (sambad.in)
କୋଣାର୍କ: ପବିତ୍ର ଶାମ୍ବଦଶମୀରେ ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟ ଅନନ୍ତ ଅବଧୂତ ମଠରୁ ଗୁରୁବାର ସୃଷ୍ଟିର ପ୍ରଥମ ରଥ ସୂର୍ଯ୍ୟରଥ ଗଡ଼ିଛି।
ଆଜି ପବିତ୍ର ଶାମ୍ବଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗରେ ଶହ ଶହ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦେଖିବା ସହ ସୂର୍ଯ୍ୟ ପୂଜାର୍ଚ୍ଚନା କରିଛନ୍ତି। ପରେ ଶ୍ରଦ୍ଧାଳୁମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାସହ ନବଗ୍ରହ ଦର୍ଶନ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି: ପ୍ରବାସୀ ଭାରତୀୟଙ୍କୁ ସମ୍ମାନୀତ କରିବେ
ସୂର୍ଯ୍ୟ ରଥଯାତ୍ରା ନେଇ ଅର୍କକ୍ଷେତ୍ର କୋଣାର୍କ ଚଳଚଞ୍ଚଳ ହୋଇ ଉଠିଛି। ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
ଶ୍ରଦ୍ଧାଳୁ ଏବଂ ସାଧୁସନ୍ଥମାନେ ରଥ ଟାଣିବା ସହ ହରିବୋଲ ହୁଳହୁଳି ପକାଇଛନ୍ତି। ନାଚଗୀତ ସହିତ ପରିବେଶରେ ବେଶ୍ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ: ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି: ବିଶ୍ବଶାନ୍ତି ପାଇଁ ମୋଦୀଙ୍କ ଅପିଲ୍
Follow Us