Book Seller : ଡିଜିଟାଲ ଦୌଡ଼ରେ ପୁସ୍ତକ ପଠନ ପ୍ରତି କମୁଛି କି ପାଠକଙ୍କ ରୁଚି?

Advertisment

ପୁସ୍ତକ ପଠନ ପ୍ରତି ପାଠକଙ୍କ ରୁଚି ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ପାଠପଢ଼ା ଠାରୁ ଆରମ୍ଭ କରି ଚାକିରି ପର୍ଯ୍ୟନ୍ତ ସମସ୍ତ ତଥ୍ୟ ବହିରୁ ହିଁ ମିଳୁଥିଲା। କିନ୍ତୁ ଏବେ ସବୁ କିଛି ଡିଜିଟାଲ। ଯାହାଫଳରେ ବହି ବ୍ୟବସାୟ ଆଣ୍ଠେଇ ପଢ଼ିଛି।

ପୁସ୍ତକ ପଠନ ପ୍ରତି ପାଠକଙ୍କ ରୁଚି ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ପାଠପଢ଼ା ଠାରୁ ଆରମ୍ଭ କରି ଚାକିରି ପର୍ଯ୍ୟନ୍ତ ସମସ୍ତ ତଥ୍ୟ ବହିରୁ ହିଁ ମିଳୁଥିଲା। କିନ୍ତୁ ଏବେ ସବୁ କିଛି ଡିଜିଟାଲ। ଯାହାଫଳରେ ବହି ବ୍ୟବସାୟ ଆଣ୍ଠେଇ ପଢ଼ିଛି।

10d5d899-e8bd-49d1-8b5d-2389990ac4a8

Book Seller, rourkela Photograph: (sambad.in)

ରାଉରକେଲା,୨୧|୧୨(ଇମିସ): ଦେଶ ଡିଜିଟାଲାଇଜେସନ୍ ଆଡ଼କୁ ଗତି କରୁଛି। ପ୍ରତ୍ୟେକ କାମକୁ କମ ସମୟରେ ଅନଲାଇନ ମାଧ୍ୟମରେ ସହଜରେ କରାଯାଇ ପାରୁଛି। ଏହି କ୍ରମରେ ଦେଖିବାକୁ ଗଲେ ପିଲାମାନେ ଏଣିକି ଅନଲାଇନରେ ପାଠ ପଢ଼ିବାକୁ ଅଧିକ ପସନ୍ଦ କରୁଛନ୍ତି। ପୁସ୍ତକ ପଠନ ପ୍ରତି ପାଠକଙ୍କ ରୁଚି ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ପାଠପଢ଼ା ଠାରୁ ଆରମ୍ଭ କରି ଚାକିରି ପର୍ଯ୍ୟନ୍ତ ସମସ୍ତ ତଥ୍ୟ ବହିରୁ ହିଁ ମିଳୁଥିଲା। କିନ୍ତୁ ଏବେ ସବୁ କିଛି ଡିଜିଟାଲ। ଯାହାଫଳରେ ବହି ବ୍ୟବସାୟ ଆଣ୍ଠେଇ ପଢ଼ିଛି। ଏହି କାରଣରୁ ବିଭିନ୍ନ ବହି ଦୋକାନ ସମେତ ରାଉରକେଲାର ୨୦/୩୦ବର୍ଷ ପୁରୁଣା ବହି ଦୋକାନମାନଙ୍କରେ ବି ଅନେକ ପୁରୁଣା ବହି ସବୁ ଗଦଗଦା ହୋଇ ପଡ଼ିରହିଛି।

ଏହାକୁ ନେଇ ସେମାନେ କହନ୍ତି.....

‘ବହି ବ୍ୟବସାୟକୁ ୨୦ବର୍ଷ ହୋଇଗଲାଣି। ବର୍ତ୍ତମାନ ଏମିତି ଏକ ସମୟ ଆସି ପହଞ୍ଚିଛି ପିଲାମାନେ ସ୍କୁଲରେ ପାଠ ପଢୁଥିବା ପର୍ଯ୍ୟନ୍ତ ବହି କିଣୁଛନ୍ତି। ତା’ପରେ ସେମାନେ ଅନଲାଇନର ସାହାଯ୍ୟ ନେଉଛନ୍ତି। ସ୍କୁଲ ବହି ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ବହି ସମେତ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବହି, ପୁରୁଣା ଗଳ୍ପ, ଉପନ୍ୟାସ ଆଦି ବହି ସଂଗ୍ରହ କରାଯାଇଛି। ହେଲେ ଗ୍ରାହକମାନଙ୍କ ଅଭାବ ରହୁଛି। ଧୀରେଧୀରେ ବହି ବ୍ୟବସାୟ ଲୋପ ପାଇବାକୁ ବସିଲାଣି। ଅନେକ ବ୍ୟବସାୟୀ ବହିଦୋକାନକୁ ବନ୍ଦ କରି ମିଠା ଓ ଫାଷ୍ଟଫୁଡ଼ ବ୍ୟବସାୟ କରିବା ଆରମ୍ଭ କ‌ଲେଣି।’
                                                                                                                         

ଜିତେନ୍ଦ୍ର ସାହୁ, ବହିବିକ୍ରେତା, ସେକ୍ଟର-୨

ଅଧିକପଢ଼ନ୍ତୁ:ମା’ ସହିତ ଦୁଇ ପୁଅଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼: କୋଇଲା ଧୂଆଁରୁ ମୃତ୍ୟୁ ସନ୍ଦେହ!,ଅନୁଗୁଳ ଥାନାରେ ୩ ମାମଲା ରୁଜୁ

‘୧୯୮୮ ମସିହାରୁ ବହି ଦେକାନ କରିଛି। ବହି ବ୍ୟବସାୟର ସ୍ଥିତି ଏପରି ଭାବେ ହ୍ରାସ ପାଇବ ତାହା କେବେ ଚିନ୍ତା ବି କରି ନଥିଲୁ। ଇଣ୍ଟରନେଟ୍‌ର ବହୁଳ ପ୍ରସାର ଫଳରେ ୨ବର୍ଷର ପିଲାଙ୍କ ହାତରେ ଏବେ ‌ସ୍ମାର୍ଟଫୋନ। ପିଲାମାନେ ବହି କ’ଣ ପଢ଼ିବେ ପାଠ ବାହାନାରେ ଫୋନରେ ବ୍ୟସ୍ତ ରହୁଛନ୍ତି। ପୂର୍ବରୁ ଅନେକ ସ୍କୁଲ ପିଲା ସାଧାରଣ ଜ୍ଞାନ ବହି, ଗଳ୍ପ, କବିତା ସହିତ ମହାପୁରୁଷଙ୍କ ଜୀବନୀ ଆଧାରିତ ବହି କିଣୁଥିଲେ। ତାହା ଏବେ ସ୍ଵପ୍ନ ପାଲଟିଛି।’
                                                                                                 

ଡି. ରାଉତ. ବହି ବିକ୍ରେତା,କୋଏଲନଗରଏନ୍‌ଏସି ମାର୍କେଟ

‘ବହିପଢ଼ା ପ୍ରତି ଲୋକଙ୍କ ରୁଚି କମିଛି ସତ କିନ୍ତୁ ବହି ପଢ଼ିବା ସମୟରେ ପାଠକ ଯେଉଁ ବାସ୍ନା ପାଏ ତାହା ଇଣ୍ଟରନେଟ୍‌ ଯୁଗରେ ନାହିଁ। ଇଣ୍ଟରନେଟ୍‌ କେବଳ ସୂଚନା ପ୍ରଦାନ କରେ। ସେଥିରେ ବହି ଭଳି ଆନ୍ତରିକତା ଓ ଆନନ୍ଦ ନଥାଏ। ବର୍ତ୍ତମାନ ଯୁବପିଢ଼ି ପୁସ୍ତକ ପଠନ ଠାରୁ ଦୂରେଇ ଯାଉଛନ୍ତି। ଏହା ସମାଜକୁ ଧ୍ବଂସ କରିବାର ଏକ ପ୍ରମୁଖ କାରଣ। ଇଣ୍ଟରନେଟ୍‌ ଯୁଗରେ ପଠନର ଆଭିଜାତ୍ୟ ଧୀରେଧୀରେ ଅବକ୍ଷୟ ଆଡ଼କୁ ଗତି କରୁଛି।’

                                                                                                             ରାଜୀବ ପାଣି, କବି ଓ ପ୍ରକାଶକ

‘ଇଣ୍ଟରନେଟର ବହୁଳ ପ୍ରସାର ବହି ପଢ଼ିବା ଉପରେ ଦୁଇ ପ୍ରକାର ପ୍ରଭାବ ପକାଇଛି। ଏବେ ଅନେକ ବହି ଡିଜିଟାଲ ଫର୍ମାଟରେ ଉପଲବ୍ଧ ହେଉଛି। ଯାହାଫଳରେ ‌ଯେଉଁମାନେ ହାର୍ଡକପି ବହି ବା ଧରିକି ବହି ପଢ଼ିବାର ସୁଯୋଗ ପାଉ ନଥିଲେ ସେମାନେ ଏଣିକି ତାର ସୁଯୋଗ ପାଉଛନ୍ତି। ଅନ୍ୟପକ୍ଷରେ ଯୁବପିଢ଼ିମାନେ ହାର୍ଡକପି ବହିକୁ ଅଧିକ ଗୁରୁତ୍ବ ନଦେଇ ଇଣ୍ଟରନେଟ୍‌ ମାଧ୍ୟମରେ ପଢ଼ିବାକୁ ପସନ୍ଦ କରୁଛନ୍ତି। ଏହା ଦ୍ବାରା ପୁସ୍ତକ ପଠନ ପ୍ରଭାବିତ ହୋଇଛି।’                                                                                                                                    

 ମହେନ୍ଦ୍ର ମିଶ୍ର, ପାଠକ

ଅଧିକପଢ଼ନ୍ତୁ:ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ: ୫ ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe