ଗଛରେ ପିଟିହେଲା କାର: ଚାଳକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

Advertisment

ଗଛରେ ପିଟି ହୋଇ କାର ଚାଳକଙ୍କର ମୃତ୍ୟୁ ଘଟିଛି। ତାଙ୍କ ସାଥିରେ ଥିବା ଜଣେ ଅନ୍ୟ ବ୍ୟକ୍ତି ଗୁରୁତର ଅଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ଜଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୦ (କ) ରାଜ୍ୟ ରାଜପଥ କଲେଇପୋଷ ନିକଟରେରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ଗଛରେ ପିଟି ହୋଇ କାର ଚାଳକଙ୍କର ମୃତ୍ୟୁ ଘଟିଛି। ତାଙ୍କ ସାଥିରେ ଥିବା ଜଣେ ଅନ୍ୟ ବ୍ୟକ୍ତି ଗୁରୁତର ଅଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ଜଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୦ (କ) ରାଜ୍ୟ ରାଜପଥ କଲେଇପୋଷ ନିକଟରେରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

Car accident in Sundargarh district.

Car accident in Sundargarh district. Photograph: (Sambad )

ରାଉରକେଲା: ଗଛରେ ପିଟି ହୋଇ କାର ଚାଳକଙ୍କର ମୃତ୍ୟୁ ଘଟିଛି। ତାଙ୍କ ସାଥିରେ ଥିବା ଜଣେ ଅନ୍ୟ ବ୍ୟକ୍ତି ଗୁରୁତର ଅଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ଜଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୦ (କ) ରାଜ୍ୟ ରାଜପଥ କଲେଇପୋଷ ନିକଟରେରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ମୃତ ବ୍ୟକ୍ତି ହେଲେ କିରଣ ମହାନ୍ତ। 

ଏହି ଖବର ପଢ଼ନ୍ତୁ: ପୁଣି ଖସିଲା ପାରଦ: ଘୁ.ଉଦୟଗିରିରେ ତାପମାତ୍ରା ୪.୮ଡିଗ୍ରି ରେକର୍ଡ଼

ଆଜି ରାଉରକେଲା ପୁଲିସ ଜିଲ୍ଲାରେ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି। ଏପରି ସ୍ଥଳେ ବିଶେଷ କରି ଖଣି ଖାଦାନ ଅଞ୍ଚଳରେ ସଡ଼କ ସୁରକ୍ଷା ସଚେତନତାର ଆବଶ୍ୟକତା ରହିବା ନେଇ ମତ ପ୍ରକାଶ ପାଇଛି।

ସୂଚନା ଅନୁସାରେ କିରଣ ମହାନ୍ତ ଆଜି ଅପରାହ୍ନରେ ସୁନ୍ଦରଗଡ଼ ଜଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୦ (କ) ରାଜ୍ୟ ରାଜପଥ କାର୍‌ରେ ଯାଉଥିଲେ। ତାଙ୍କ ସାଥିରେ ଦେବାଶିଷ ମହାନ୍ତ ନାମରେ ଜଣେ ବ୍ୟକ୍ତି ଥିଲେ। ସେ କଲେପୋଷ ନିକଟରେ ଭାରସାମ୍ୟ ହରାଇଥିଲେ। ଲଗାତାର ଭାବେ କାରଟି ତିନୋଟି ଗଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ହିଁ କାର୍‌ଚାଳକ କିରଣ ମହାନ୍ତଙ୍କର ମୃତ୍ୟୁ ଘଟିଥିଲା। ଦେବାଶିଷ ଆହତ ହୋଇଥିଲେ। ସୂଚନା ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ପଠାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

ଏହି ଖବର ପଢ଼ନ୍ତୁ: ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ, ଆସନ୍ତାକାଲି ନେବେ ଶପଥ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe