ବାଧକ ସାଜିଲା କୋହଲାପାଗ: ‌ଓହ୍ଲାଇପାରିଲାନି ରାଜ୍ୟପାଳଙ୍କ ବିମାନ

କୋହଲାପାଗ ଯୋଗୁ ରାଉରକେଲା ବିମାନବନ୍ଦରରେ ବିମାନ ଅବତରଣ କରିପାରି ନ ଥିଲା। ଆକାଶରେ ଚକ୍କର କାଟି ଶେଷରେ ରାଜ୍ୟପାଳଙ୍କ ବିମାନ ଭୁବନେଶ୍ବର ଫେରିଯାଇଥିଲା। ବିମାନବନ୍ଦରରେ ସୁନ୍ଦରଗଡ଼ ଜିଲ୍ଲାପାଳ, ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀ ଓ ବିଜେପିର ବହୁ ନେତାମାନେ ସ୍ବାଗତ ଜଣାଇବାକୁ ଅପେକ୍ଷା କରିଥିଲେ।

raghubar das

ରାଉରକେଲା: ରାଜ୍ୟପାଳ ରଘୁବର ଦାସଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ବାତିଲ ହୋଇଛି। କୋହଲାପାଗ ଯୋଗୁ ରାଉରକେଲା ବିମାନବନ୍ଦରରେ ବିମାନ ଅବତରଣ କରିପାରି ନ ଥିଲା। ଆକାଶରେ ଚକ୍କର କାଟି ଶେଷରେ ରାଜ୍ୟପାଳଙ୍କ ବିମାନ ଭୁବନେଶ୍ବର ଫେରିଯାଇଥିଲା।

ମିଳିଥିବା ସୂଚନାମୁତବାକ ରାଜ୍ୟପାଳ ରଘୁବର ଦାସ ରବିବାର ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ କେନ୍ଦୁଡିହିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଘରକୁ ଯିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା।  ପତ୍ନୀଙ୍କ ବିୟୋଗରେ ଭାଙ୍ଗିପଡ଼ିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଓ ତାଙ୍କ ପରିବାରକୁ ସମବେଦନା ଜଣାଇଥାନ୍ତେ।

ଏଥିପାଇଁ ରାଜ୍ୟପାଳ ରଘୁବର ଦାସ ପୂର୍ବାହ୍ନ ୧୦ଟାରେ ସ୍ବତନ୍ତ୍ର ବିମାନ ଯୋଗେ ରାଉରକେଲା ବାହାରିଥିଲେ। ପୂର୍ବାହ୍ନ ୧୧ଟାରେ  ବିମାନ ରାଉରକେଲା ବିମାନବନ୍ଦରରେ ଅବତରଣ କରିବାର ଥିଲା। ଏଥିପାଇଁ ବିମାନବନ୍ଦରରେ ସୁନ୍ଦରଗଡ଼ ଜିଲ୍ଲାପାଳ, ପଶ୍ଚିମାଞ୍ଚଳ ଡିଆଇଜି, ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଏସ୍‌ପି, ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀ ଓ ବିଜେପିର ବହୁ ନେତାମାନେ ସ୍ବାଗତ ଜଣାଇବାକୁ ଅପେକ୍ଷା କରିଥିଲେ।

ଅଧିକ ପଢ଼ନ୍ତୁ:ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ

ରାଉରକେଲା ବିମାନବନ୍ଦରରେ ଅବତରଣ କରିବାର ୧୫ ମିନିଟ୍‌ ପୂର୍ବରୁ ବର୍ଷା ହେବାରୁ କୋହଲାପାଗ ହୋଇଯାଇଥିଲା। ବିମାନବନ୍ଦର ଦୃଶ୍ୟମାନ ହୋଇନଥିଲା। ବାଧ୍ୟ ହୋଇ ବିମାନଟି ଭୁବନେଶ୍ବର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲା।

ଅଧିକ ପଢ଼ନ୍ତୁ:ଘରୁ ଉଦ୍ଧାର ହେଲା ଆଇଏଲଏସ୍ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ରଙ୍କ ମୃତଦେହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe