elephants at nit Photograph: (sambad.in)
ବିଶ୍ରା: ବିଶ୍ରା ବ୍ଲକ ଅଧୀନସ୍ଥ ସନ୍ତୋଷପୁର ପଞ୍ଚାୟତ ରିଜର୍ଭ ଫରେଷ୍ଟରେ ଗତକାଲି ପ୍ରବେଶ କରିଥିବା ୨୬ଟି ଜଙ୍ଗଲି ହାତୀ ଆଜି ସକାଳେ ଦୁଇ ଭାଗରେ ବିଭକ୍ତ ହୋଇ ଅଲଗା ଅଲଗା ଦିଗକୁ ଗତି କରିଥିବା ସୂଚନା ମିଳିଛି। ଯାହା ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଚିନ୍ତାର ପରିସ୍ଥିତି ସୃଷ୍ଟି ହୋଇଛି।
ଛାତ୍ରଛାତ୍ରୀଙ୍କୁ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ
ରାଉରକେଲା ଏନ.ଆଇ.ଟି ପରିସରରେ ୫ଟି ହାତୀ ପ୍ରବେଶ କରିଥିବା ବେଳେ ଅନ୍ୟ ୨୧ଟି ହାତୀ ବିଶ୍ରା ବ୍ଲକ ଅଧିନସ୍ଥ ଜାମସେରା ପଞ୍ଚାୟତର ଖାଦାନ ଟୋଲି ଠାରେ ପହଞ୍ଚିଛି। ମାତ୍ର ଏନ.ଆଇ.ଟି ପରିସରରେ ହାତୀ ପ୍ରବେଶ କରିଥିବା ସୂଚନା ପାଇବା ପରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହେଇଛି। ଏନ.ଆଇ.ଟି କର୍ତ୍ତୃପକ୍ଷଙ୍କ ତରଫରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଛାତ୍ରଛାତ୍ରୀଙ୍କୁ ଅନାବଶ୍ୟକ ଭାବେ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
Blood donation: ଓୟୁଏଟିରେ ରକ୍ତଦାନ ଶିବିର; ୫୬ ୟୁନିଟ୍ ରକ୍ତ ସଂଗ୍ରହ
ଏଣେ ରାଉରକେଲା ବନ ବିଭାଗର ଏକ ବିଶେଷ ଟିମ୍ ଏନ.ଆଇ.ଟି ପରିସରରେ ଉପସ୍ଥିତ ରହି ହାତୀମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ଅନ୍ୟପଟେ ଜାମସେରା ଗାଁରେ ୨୧ଟି ହାତୀ ପହଞ୍ଚି ଥିବାରୁ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ବଡ଼ ଧରଣର କ୍ଷତି ସମ୍ବନ୍ଧୀୟ ଖବର ମିଳିନଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ବନ ବିଭାଗ ପକ୍ଷରୁ ଲଗାତାର ପ୍ରୟାସ ଜାରି ରହିଛି।
Noise pollution: ଶବ୍ଦ ପ୍ରଦୂଷଣ ପାଇଁ ବିପଦରେ ସାମୁଦ୍ରିକ ପରିସଂସ୍ଥା
Follow Us