Accident: ଅଜଣା ଗାଡି ଧକ୍କାରେ ଯୁବକ ମୃତ, ଜଣେ ଗୁରୁତର

Advertisment

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ଗୁଢିଆଳି ଗାଁ ରାସ୍ତାରେ ଏକ ବାଇକ୍‌କୁ ଅଜଣା ଗାଡି ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ଗୁଢିଆଳି ଗାଁ ରାସ୍ତାରେ ଏକ ବାଇକ୍‌କୁ ଅଜଣା ଗାଡି ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।

01Dead

Representational image

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ଗୁଢିଆଳି ଗାଁ ରାସ୍ତାରେ ଏକ ବାଇକ୍‌କୁ ଅଜଣା ଗାଡି ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତକ ଜଣକ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଫଟାଟାଙ୍ଗର ଗ୍ରାମର ବିଜୟ ମାଝୀ (୩୧)। ଗୁରୁତର ଜଣକ ସେହି ଗ୍ରାମର ନରେନ୍ଦ୍ର ଟପ୍ପୋ (୪୦)। 

ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ବିଜୟ ଏକ ବାଜାଜ ଡିକ୍ସକଭର ମୋଟର ଯୋଗେ ରାଜଗାଙ୍ଗପୁର ଜାମପାଲିରୁ ଔଷଧ ନେଇ ନିଜ ଘରକୁ ଫେରୁଥିବା ସମୟରେ କୁନମୁରୁ ପଞ୍ଚାୟତ ସାନ ଗୁଢିଆଳି ଗାଁ ରାସ୍ତାରେ କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଅନ୍ଧାରର ସୁଯୋଗ ନେଇ ସେଠାରୁ ଫେରାର ହୋଇ ଯାଇଥିଲା।

ଆହୁରି ପଢ଼ନ୍ତୁ: IRS: ୧୨୭ ଜଣ ଆଇଆରଏସ ଅଧିକାରୀଙ୍କୁ ଅତିରିକ୍ତ କମିସନର ଭାବରେ ପଦୋନ୍ନତି; ଓଡ଼ିଶା ଜୋନ୍‌ରୁ ତିନି ଜଣ

ଡାକ୍ତରଖାନାରେ ମୃତ ଘୋଷଣା

ଦୁର୍ଘଟଣାର କିଛି ସମୟ ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ତାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ରାଜଗାଙ୍ଗପୁର ସିଏଚସିକୁ ପଠାଇଥିଲେ। ସେଠାରେ ବିଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ନରେନ୍ଦ୍ରଙ୍କ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନାନ୍ତର କରିଥିଲେ। ଆଜି ମୃତକଙ୍କ ପରିଜନ ରାଜଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ମୃତଦେହ ତାଙ୍କ ପରିଜନଙ୍କୁ ହସ୍ତାନ୍ତର କରିଥିବା ବେଳେ ଦୁର୍ଘଟଣାବର ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: Liver Transplant: ଭାତୃତ୍ବ ପ୍ରେମର ଅପୂର୍ବ ନିଦର୍ଶନ: ବଡ଼ଭାଇଙ୍କୁ ଜୀବନ ଦେଲେ ସାନଭାଇ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe