Chitrabhanu Mohanty: ଖୋକା ଭାଇଙ୍କ ଜୁଇ ନିକଟରେ କରିଥିବା ଗୋଟିଏ ଶପଥକୁ ଆଜି ପର୍ଯ୍ୟନ୍ତ ଜାବୁଡ଼ି ଧରିଛନ୍ତି ପୁଅ ଚିତ୍ରଭାନୁ

Advertisment

ଅକ୍ଷୟଙ୍କ ସୁପୁତ୍ର ଚିତ୍ରଭାନୁଙ୍କ କଣ୍ଠରୁ ! ପୁଅ କଣ୍ଠରେ ବାପାର ଗୀତ ଶୁଣିବା ସତରେ ନିଆରା ! ଶ୍ରୋତାଙ୍କ ମନ ମୋହିବାକୁ ରାଉରକେଲା ଆସିଥିବା ଚିତ୍ରଭାନୁଙ୍କ ସହ ଅଳ୍ପ-ଆଳାପ

Updated On

ଅକ୍ଷୟଙ୍କ ସୁପୁତ୍ର ଚିତ୍ରଭାନୁଙ୍କ କଣ୍ଠରୁ ! ପୁଅ କଣ୍ଠରେ ବାପାର ଗୀତ ଶୁଣିବା ସତରେ ନିଆରା ! ଶ୍ରୋତାଙ୍କ ମନ ମୋହିବାକୁ ରାଉରକେଲା ଆସିଥିବା ଚିତ୍ରଭାନୁଙ୍କ ସହ ଅଳ୍ପ-ଆଳାପ

ଅଦ୍ୟତନ ହୋଇଛି
Untitled-13 copy

chitrabhanu mohanty Photograph: (@sambad.in)

ଆଧୁନିକ ଓଡ଼ିଆ ସଙ୍ଗୀତର କିଂବଦନ୍ତୀ ଅକ୍ଷୟ ମହାନ୍ତି (ଖୋକା ଭାଇ)ଙ୍କୁ ମଞ୍ଚରେ କେବେ ଗାଇବାର ଶୁଣିଛନ୍ତି ? ଯଦି ନା, ତେବେ ତାଙ୍କର ସେ ମିଠାମିଠା ଗୀତ ଶୁଣନ୍ତୁ, ଅକ୍ଷୟଙ୍କ ସୁପୁତ୍ର ଚିତ୍ରଭାନୁଙ୍କ କଣ୍ଠରୁ ! ପୁଅ କଣ୍ଠରେ ବାପାର ଗୀତ ଶୁଣିବା ସତରେ ନିଆରା ! ଶ୍ରୋତାଙ୍କ ମନ ମୋହିବାକୁ ରାଉରକେଲା ଆସିଥିବା ଚିତ୍ରଭାନୁଙ୍କ ସହ ଅଳ୍ପ-ଆଳାପ...

ରାଉରକେଲା ସହର ଓ ସ୍ରୋତା କିଭଳି?

ଓଡ଼ିଶାରେ ଯେତେ ବି ସ୍ରୋତା ଅଛନ୍ତି ରାଉରକେଲାର ସ୍ରୋତା ଖୁବ ନିଆରା। ସହରବାସୀ ପ୍ରତିଟି କଳାକୁ ଓ କଳାକାରମାନଙ୍କୁ ଖୁବ୍‌ ସମ୍ମାନ ଦିଅନ୍ତି। ଏ ସହର ମୋ ସହିତ ବାପା (ଅକ୍ଷୟ ମହାନ୍ତି)ଙ୍କର ବି ଖୁବ୍‌ ପ୍ରିୟ। ଆଜି ବି ଏଠାରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି ବାପାଙ୍କ ନାମରେ କାର୍ଯ୍ୟକ୍ରମ କରୁଛନ୍ତି।

ପ୍ରଥମଥର ଷ୍ଟିଲସିଟିକୁ କେବେ ଆସିଥିଲେ?

୨୦୦୩ରେ ପ୍ରଥମଥର ଏ ସହରକୁ ଆସିଥିଲି। ସେବେଠାରୁ ରାଉରକେଲାର ପାଣିପବନ, ସହରବାସୀଙ୍କ ସ୍ନେହମମତା ଡୋରିରେ ମୁଁ ଏମିତି ବାନ୍ଧି ହୋଇଯାଇଛି ଯେ କେତେଥର ଏଠାକୁ ଆସିସାରିଲିଣି ମନେପକାଇଲେ ବି ଗଣି ପାରିବି ନାହିଁ।

ଅଧିକପଢ଼ନ୍ତୁ:ମର୍କତନଗର ଥାନାର ଦ୍ବାରସ୍ଥ ହେଲେ ହ୍ୟୁମାନ ସାଗରଙ୍କ ମାଆ, ଏତଲାରେ ଅର୍ପିତା ଚୌଧୁରୀଙ୍କ ନାଆଁ

ଅକ୍ଷୟ ମହାନ୍ତିଙ୍କ ମୁଖରୁ ରାଉରକେଲା ବିଷୟରେ କେବେ କିଛି ଶୁଣିଛନ୍ତି?

ରାଉରକେଲାକୁ ବାପା ଯେତେଥର ବି ସଙ୍ଗୀତ ପରିବେଷଣ କରିବାକୁ ଆସିଛନ୍ତି ପ୍ରତିଥର ଘରକୁ ଫେରିଲେ ପରିବାରସଦସ୍ୟଙ୍କୁ ଏକାଠି ବସାଇ ସହର ତଥା ସହରବାସୀଙ୍କ ସ୍ନେହଶ୍ରଦ୍ଧା ବିଷୟରେ ଆଲୋଚନା କରିଥାଆନ୍ତି। ବାପାଙ୍କ ମୁଖରୁ ପ୍ରଶଂସା ଶୁଣିବା ପରେ ଏଠାକୁ ଆସିବାକୁ ମନରେ ଏକ ପ୍ରକାର ଉତ୍କଣ୍ଠା ଭରି ରହିଥିଲା।

ବହୁଭାଷୀ ସହରରେ ଓଡ଼ିଆ ଗୀତ ପ୍ରତି ଲୋକଙ୍କ ଆଦର କିଭଳି ?

ରାଉରକେଲା ଏକ କସ୍‌ମୋପଲିଟାନ୍‌ ସହର। ତଥାପି ଏଠାରେ ଥିବା ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଓଡ଼ିଆ ଗୀତ ପ୍ରତି ରହିଛି ଦୁର୍ବଳତା। ଏମିତି କି ଓଡ଼ିଶାର ପାରମ୍ପାରିକ ପର୍ବ ବୋଇତ ବନ୍ଦାଣ ଏ ସହରରେ ପ୍ରଥମଥର ଆରମ୍ଭ ହୋଇଥିଲା।

ଏ ସହରକୁ ନେଇ ଗୀତ ରଚନା ହୋଇଛି କି?

ଏଭଳି ଏକ ସୁନ୍ଦର ସହରକୁ ନେଇ କେମିତି ବା ଗୀତ ରଚନା ହୋଇପାରିବ ନାହିଁ। ଗୀତଟି ହେଉଛି, ‘ତୋର ଫୁସୁଲାଫୁସୁଲି କଥା ଶୁଣିବିନି ଭଲା। ଯିବିପଛେ ଚାକିରି କରି ରାଉରକେଲା ବୋଉଲୋ ହେବିନାହିଁ.. ନାନା... ହେବିନାହିଁ... ଜମା ଜମା ଜମା.. ହେବିନାହିଁ ବାହା।’ ଏହି ଗୀତକୁ ରଚନା କରିବା ସହିତ କଣ୍ଠଦାନ କରିଥିଲେ ଅକ୍ଷୟ ମହାନ୍ତି।

ଏଠାକାର କେଉଁ ସ୍ଥାନ ଓ ଖାଦ୍ୟକୁ ଭଲ ପାଆନ୍ତି ?

ରାଉରକେଲାର ପ୍ରତିଟି ସ୍ଥାନ ମୋର ପସନ୍ଦ। ସବୁ ସ୍ଥାନର ରହିଛି ଭିନ୍ନଭିନ୍ନ ସ୍ବତନ୍ତ୍ରତା। ଏଠାକାର ରେସ୍ତୋରାଁ ଓ ଗୁପଚୁପ୍ ଖୁବ୍‌ ବଢ଼ିଆ।

ସହରକୁ ନେଇ କିଛି ସ୍ମୃତି ?

ପ୍ରଥମଥର ରାଉରକେଲା ମୁଁ ବସରେ ବସି ଆସିଥିଲି। ଏଠାରେ କରିଥିବା ପ୍ରଥମ ପ୍ରୋଗ୍ରାମ୍ ଓ ଶ୍ରୋତାଙ୍କ ଭଲ ପାଇବା ଆଜି ପର୍ଯ୍ୟନ୍ତ ମୋ ସ୍ମୃତିରେ ରହିଛି ଓ ରହିଥିବ ମଧ୍ୟ।

ଗୀତ ମାଧ୍ୟମରେ ଯୁବପିଢ଼ିଙ୍କୁ କ’ଣ ବାର୍ତ୍ତା ଦେବେ ?

ଯୁବପିଢ଼ିଙ୍କୁ ମୋର ଗୋଟିଏ ବାର୍ତ୍ତା ସାଧନା ବିନା କିଛି ବି ହାସଲ ହୋଇପାରିବ ନାହିଁ। କୌଣସି କ୍ଷେତ୍ରରେ ସଫଳତା ପାଇବାକୁ ହେଲେ ନିଷ୍ଠାର ସହ ସାଧନା ସହିତ ଚରିତ୍ରକୁ ଭଲ ରଖିବାକୁ ପଡ଼ିବ।

ଅକ୍ଷୟ ମହାନ୍ତି ଦେଇଥିବା ପରାମର୍ଶ?

ବାପା ସବୁବେଳେ କହୁଥିଲେ,‘ ନିଜଶିଙ୍ଘରେ ନିଜେ ମାଟି ତାଡ଼ିବାକୁ ଚେଷ୍ଟା କର।’ ତାଙ୍କର ଏ ପରାମର୍ଶକୁ ମାନି ଆଜି ମୁଁ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛି। ଏହା ମୋତେ ଖୁବ ଆତ୍ମସନ୍ତୋଷ ଦେଇଛି।

ଜୀବନର ଅବସୋସ

ବାପାଙ୍କ ପାଇଁ କିଛି କରି ପାରିଲି ନାହିଁ। ହେତୁ ପାଇବା ପୂର୍ବରୁ ସେ ପରକରି ଚାଲିଗଲେ। ବାପାଙ୍କ ଜୁଇ ନିକଟରେ ଗୋଟିଏ ଶପଥ କରିଥିଲି,‘ବାପା ମୁଁ ମୋ ଶେଷ ନିଶ୍ବାସ ପର୍ଯ୍ୟନ୍ତ ତୁମର ଗୀତକୁ ବଜାୟ ରଖିଥିବି।’ ଏ ଶପଥକୁ ଜାବୁଡ଼ି ଧରି ଆଜି ପର୍ଯ୍ୟନ୍ତ ବାଟ ଚାଲି ଆସିଛି।                                                           ସାକ୍ଷାତକାର (ରୀନା ରାମ୍ ଭୂୟାଁ)

ଅଧିକପଢ଼ନ୍ତୁ:ଜୋହାନ୍ସବର୍ଗ ସୁନା ଖଣି ନିକଟବର୍ତ୍ତୀ ବସ୍ତିରେ ଆଖିବୁଜା ଗୁଳିମାଡ଼: ୩ ଶିଶୁଙ୍କ ସମେତ ୧୧ ମୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe