ସୁନ୍ଦରଗଡ଼/ବିଶ୍ରା: (ଦେବ କୁମାର ଦେ): ଗଣତନ୍ତ୍ର ଦିବସ ଅବସରରେ ଝାଡ଼ଖଣ୍ଡ ପୁଲିସ ମହାନିର୍ଦ୍ଦେଶକ ତଦାଶା ମିଶ୍ରା ରାଜ୍ୟରେ ଚାଲିଥିବା ନକ୍ସଲବାଦ ବିରୋଧୀ ଅଭିଯାନରେ ପୁଲିସର ବଡ଼ ସଫଳତା ସମ୍ପର୍କରେ ଆଜି ସୂଚନା ପ୍ରଦାନ କରଛନ୍ତି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିସ୍ଥିତ ପୁଲିସ ମୁଖ୍ୟାଳୟରେ ଧ୍ୱଜାରୋହଣ ପରେ ସେ କହିଛନ୍ତି ଯେ, ଝାରଖଣ୍ଡ ପୁଲିସ ରାଜ୍ୟକୁ ଅପରାଧ ମୁକ୍ତ କରିବାକୁ ସପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ ଅଟେ। ଡିଜିପିଙ୍କ କହିବାନୁସାରେ, ୨୦୨୫ ମସିହାରେ ଝାରଖଣ୍ଡ ପୁଲିସ ୩୨୬ ନକ୍ସଲୀଙ୍କୁ ଗିରଫ କରିଛି, ଯେତେବେଳେ କି ପୁଲିସ ଏବଂ ମାଓବାଦୀ ମଧ୍ୟରେ ହେଇ ଥିବା ଗୁଳି ବିନିମୟରେ ୩୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏହା ସହିତ ୩୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ଆହୁରି ପଢ଼ନ୍ତୁ: BJP: ପଶ୍ଚିମବଙ୍ଗ ଗସ୍ତରେ ଯିବେ ବିଜେପିର ରାଷ୍ଟ୍ରୟୀ ଅଧ୍ୟକ୍ଷ; କ’ଣ ଅଛି କାର୍ଯ୍ୟସୂଚୀ?
ସେ ଆହୁରି କହିଛନ୍ତି ଯେ, ଆଣ୍ଟି-ଟେରରିଜ୍ମ ସ୍କୱାଡ୍ ଦ୍ୱାରା ୩୦ ଜଣ ଦୁର୍ଦ୍ଦାନ୍ତ ମାଓବାଦୀକୁ ଗିରଫ କରାଯାଇଛି। ବିଭିନ୍ନ ଚ୍ୟାଲେଞ୍ଜ ସତ୍ତ୍ୱେ ଝାଡ଼ଖଣ୍ଡ ପୁଲିସ ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଓ ଆତଙ୍କବାଦୀ-ଅପରାଧୀଙ୍କୁ ନିପାତ କରିବା ପାଇଁ ନିରନ୍ତର କାମ କରୁଛି। ଇହା ସହିତ ଡିଜିପି ଇହା ମଧ୍ୟ କହିଛନ୍ତି ଯେ ଖୁବ୍ ଶୀଘ୍ର ସମଗ୍ର ଝାଡ଼ଖଣ୍ଡ ରାଜ୍ୟ ନକ୍ସଲ ମୁକ୍ତ ହେଇ ଯିବ। ଗତ ସପ୍ତାହରେ ସରଣ୍ଡା ଜଙ୍ଗଲରେ ଯେଉଁ ବାହାଦୂରୀ ସହିତ ଯବାନ ମାନେ ୧୭ ଜଣ ମାଓବାଦୀଙ୍କୁ ଇନ୍ କାଉଣ୍ଟର କରିଛନ୍ତି ତାହାର ପ୍ରସଂଶା ମଧ୍ୟ ସିଏ କରିଛନ୍ତି। ରାଜ୍ୟରେ ଅବଶେଷ ରହି ଯାଇଥିବା ମାଓବାଦୀଙ୍କୁ ଯଥା ଶୀଘ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପାଇଁ କହିଛନ୍ତି। ନଚେତ୍ ସେମାନଙ୍କର ଅବସ୍ଥା ମଧ୍ୟ ଭୟଙ୍କର ହେବ।
Follow Us