Beggar Couple: ପରିବାର ଓ ସମାଜଠାରୁ ଦୂରେଇ ଦେଲା ରୋଗ: ୩୦ ବର୍ଷର ସହଚର୍ଯ୍ୟ ଜିଇବାର ଦେଇଛି ପ୍ରେରଣା

Advertisment

କୁଷ୍ଠ‌ରୋଗ ପରିବାର ଓ ସମାଜଠାରୁ ଦୂରେଇ ଦେବାପରେ ଜୀବନର ସାୟାହ୍ନରେ ଅସହାୟ ହୋଇପଡ଼ିଛନ୍ତି ବୃଦ୍ଧ ଦମ୍ପତି। ୩୦ ବର୍ଷର ସହଚର୍ଯ୍ୟ ଦେଇଚାଲିଛି ଜିଇବାର ପ୍ରେରଣା। ସାଥୀ ହୋଇ ବାଟ ଚାଲିବାକୁ ଭିଡ଼ିଛନ୍ତି ଅଣ୍ଟା।

କୁଷ୍ଠ‌ରୋଗ ପରିବାର ଓ ସମାଜଠାରୁ ଦୂରେଇ ଦେବାପରେ ଜୀବନର ସାୟାହ୍ନରେ ଅସହାୟ ହୋଇପଡ଼ିଛନ୍ତି ବୃଦ୍ଧ ଦମ୍ପତି। ୩୦ ବର୍ଷର ସହଚର୍ଯ୍ୟ ଦେଇଚାଲିଛି ଜିଇବାର ପ୍ରେରଣା। ସାଥୀ ହୋଇ ବାଟ ଚାଲିବାକୁ ଭିଡ଼ିଛନ୍ତି ଅଣ୍ଟା।

Untitled-5

rourkela beggar couple Photograph: (@sambad.in)

ରାଉରକେଲା (ରୀନା ରାମ୍ ଭୁ୍ୟାଁ): କୁଷ୍ଠ‌ରୋଗ ସେମାନଙ୍କୁ ପରିବାର, ସମାଜଠାରୁ ଦୂରେଇ ଦେଇଛି। ଜୀବନର ସାୟାହ୍ନରେ ଅସହାୟ ହୋଇପଡ଼ିଛନ୍ତି ଦମ୍ପତି। କିନ୍ତୁ ୩୦ ବର୍ଷର ସହଚର୍ଯ୍ୟ ସେମାନଙ୍କୁ ଜିଇବାର ପ୍ରେରଣା ଦେଇଚାଲିଛି। ଏମାନେ ହେଉଛନ୍ତି ସେକ୍ଟର-୬ର ବୃଦ୍ଧଦମ୍ପତି ପଞ୍ଚାନନ ସାହ ଓ ରଙ୍ଗ ସାହୁ।

 କୁଷ୍ଠ ରୋଗ ଛଡ଼ାଇ ନେଲା ହସଖୁସି

ଘରର ଅସ୍ବଚ୍ଛଳ ପରିସ୍ଥିତି ପାଇଁ ପଞ୍ଚାନନ ୧୦ମ ପରେ ଆଗକୁ ପଢ଼ିପାରିଲେ ନାହିଁ। ଏହାପରେ ବଲାଙ୍ଗୀରରେ ଗ୍ରାହକ ସମବାୟ ସମତିରେ କାମ ଆରମ୍ଭ କରିଥିଲେ। ସବୁକିଛି ଠିକ୍‌ଠାକ୍ ଚାଲିଥିବାବେଳେ କୁଷ୍ଠରୋଗରେ ପୀଡ଼ିତ ହେଲେ ସେ। କାମ କରି ନପାରିବାରୁ ଚାକିରି ଛାଡ଼ି ଘରକୁ ଫେରି ଆସିଲେ। ମାତ୍ର ଏତିକିରେ ଦୁଃଖ ସରିଲା ନାହିଁ। ପତ୍ନୀ ରଙ୍ଗ ବି ହେଲେ କୁଷ୍ଠରୋଗରେ ଆକ୍ରାନ୍ତ। ଏ ରୋଗ ପରେ ଲୋକଙ୍କ ଘୃଣାର ଶିକାର ଦମ୍ପତିଙ୍କୁ କାମ ମିଳିଲାନାହିଁ। ନିଜର ସନ୍ତାନସନ୍ତତି ନଥିବାବେଳେ ସେମାନଙ୍କ କଥା ବୁଝିବାକୁ କେହି ନଥିଲେ। ତେଣୁ ‘ଭୋକ ଯୋଗୁ ସେମାନଙ୍କୁ ଭିକ’ ମାଗିବାକୁ ପଡ଼ିିଲା।
ପ୍ରଥମେ ବାଡ଼ିଖଣ୍ଡେ ଧରି ଆଖପାଖ ସେକ୍ଟରରେ ଭିକ୍ଷା ମାଗୁଥିଲେ। ମାତ୍ର ବୟସ ବଢ଼ିବା ସହ ଚଲାବୁଲା କରିବା କଷ୍ଟକର ହୋଇପଡ଼ିଲା। ଶରୀର ଅବସ୍ଥା ବି ଭଲ ରହିଲାନାହିଁ। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ମିଳିଥିବା ତିନିଚକିଆ ସାଇକଲ ସେମାନଙ୍କ ଭରସା ପାଲଟିଛି।

ଅଧିକପଢ଼ନ୍ତୁ:ବଣ୍ଡି ବିଚ୍ ଆକ୍ରମଣର ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି, ୧୯୯୮ରେ ଛାତ୍ର ଭିସାରେ ଅଷ୍ଟ୍ରେଲିଆ ଯାଇଥିଲା ଆତଙ୍କବାଦୀ

ସାଥୀ ହୋଇ ବାଟ ଚାଲିବାକୁ  ଅଣ୍ଟା ଭିଡ଼ିଛୁ

ପଞ୍ଚାନନ କହନ୍ତି, ‘ଅସୁସ୍ଥ ବୁଢ଼ୀକୁ ଘରେ ଏକା ଛାଡ଼ିବାକୁ ସାହାସ ହେଉନି। ତେଣୁ ପ୍ରତିଦିନ ସକାଳେ ଆମେ ବୁଢ଼ାବୁଢ଼ୀ ଦୁହେଁ ସାଇକେଲରେ ଭିକ୍ଷା ପାଇଁ ବାହାରି ଯାଇଥାଉ। ଖରା ଓ ଶୀତଦିନେ ଆମେ ଯାହା ଯେମିତି ଚଳିଯାଉଛୁ। କିନ୍ତୁ ବର୍ଷା ସମୟରେ ନିଜର ଗୁଜରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼ୁଛି। ତଥାପି ପରସ୍ପରର ସାଥୀ ହୋଇବାଟ ଚାଲିବାକୁ ଭିଡ଼ିଛୁ ଅଣ୍ଟା।’

ଅଧିକପଢ଼ନ୍ତୁ:ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ ସେବା ସ୍ବାଭାବିକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe