Golghar Rourkela: ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟହେବାକୁ ବସିଛି ରାଉରକେଲାରେ ଥିବା ଜର୍ମାନୀ ସ୍ଥାପତ୍ୟକଳା

Advertisment

ଧୀରେଧୀରେ ରାଉରକେଲା ସହରରେ ଥିବା ପୁରୁଣା ଜର୍ମାନୀ ସ୍ଥାପତ୍ୟକଳାଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟହେବାକୁ ବସିଲାଣି। ଜବରଦଖଲ ଘର ଗୋଲଘରର ଶୋଭାକୁ ଢାଙ୍କି ପକାଇଲାଣି।

ଧୀରେଧୀରେ ରାଉରକେଲା ସହରରେ ଥିବା ପୁରୁଣା ଜର୍ମାନୀ ସ୍ଥାପତ୍ୟକଳାଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟହେବାକୁ ବସିଲାଣି। ଜବରଦଖଲ ଘର ଗୋଲଘରର ଶୋଭାକୁ ଢାଙ୍କି ପକାଇଲାଣି।

Untitled-6

rourkela golghar story Photograph: (@sambad.in)

ରାଉରକେଲା,: ରାଉରକେଲା ରାଜ୍ୟର ଶିଳ୍ପପ୍ରଧାନ ନଗରୀ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଛି। ଏଠାରେ ହାତଗଣତି କିଛିସ୍ଥାନରେ ଜର୍ମାନଙ୍କ ଜ୍ଞାନକୌଶଳ କିପରି ଥିଲା ତାହାର ପ୍ରମାଣ ଦେଖିବାକୁ ମିଳେ। ଏହାରି ମଧ୍ୟରେ ସେକ୍ଟର-୨ର ମ୍ୟାକ୍ସମୁଲାର୍ ଭବନ, ଇଣ୍ଡୋ-ଜର୍ମାନ କ୍ଲବ୍ ଓ ସେକ୍ଟର-୫ର ଗୋଲଘର ରହିଛି। ଷାଠିଏ ଦଶକରେ ହିନ୍ଦୁସ୍ଥାନ ଷ୍ଟିଲ୍ ଲିମିଟେଡ୍(ଏଚ୍ଏସ୍ଏଲ୍) ପକ୍ଷରୁ ଜର୍ମାନ ପରିବାରଙ୍କ ପାଇଁ ଏହି ଘର ନିର୍ମାଣ କରାଯାଇଥିଲା। ଆର୍‌ଏସ୍‌ପି ପ୍ରତିଷ୍ଠା ସମୟରେ କାମ କରିବାକୁ ଆସିଥିବା ଜର୍ମାନ ଯନ୍ତୀମାନେ ରାଉରକେଲାର ଜଳବାୟୁ ସହ୍ୟ କରିପାରୁନଥିଲେ। ସେମାନଙ୍କ ରହିବା ପାଇଁ ଜର୍ମାନୀଢାଞ୍ଚାରେ ସ୍ବତନ୍ତ୍ରଘର ତିଆରି ହୋଇଥିଲା, ଯାହାର ନାମ ରହିଲା ଗୋଲଘର। ଏହି ଘରଗୁଡ଼ିକରେ ଖରାଦିନେ ଥଣ୍ଡା ଓ ଥଣ୍ଡାଦିନେ ଗରମ ଅନୁଭୂତ ହୋଇଥାଏ। ଗୋଲାକାର ଆକୃତିର ଘରଗୁଡ଼ିକ ଖୁବସୁନ୍ଦର ଓ ମନଲାଖି ଥିଲା। ଯାହାକୁ ଦେଖିବା ପାଇଁ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଭିଡ଼ ଜମୁଥିଲା। ଧୀରେଧୀରେ ସହରରେ ଥିବା ପୁରୁଣା ଜର୍ମାନୀ ସ୍ଥାପତ୍ୟକଳା ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟହେବାକୁ ବସିଲାଣି। ଜବରଦଖଲ ଘର ଗୋଲଘରର ଶୋଭାକୁ ଢାଙ୍କି ପକାଇଲାଣି।

ଅଧିକପଢ଼ନ୍ତୁ:ଓଡ଼ିଶାର ତିନି କୋର୍ଟକୁ ଉଡ଼ାଇଦେବାକୁ ଇମେଲରେ ଧମକ, ପୁଲିସର ବ୍ୟାପକ ଯାଞ୍ଚ

 ଅସ୍ତିତ୍ତ୍ବ ହରାଇବାକୁ ବସିଲାଣି ଗୋଲଘର

ପରିଚୟ ଗୋପନ ରଖି ଗୋଲଘର ବାସିନ୍ଦାମାନେ କହିଛନ୍ତି, ‘ଏ ସ୍ଥାନ ଏବେ ଅସାମାଜିକ ଯୁବକ ଓ ଜବରଦଖଲକାରୀଙ୍କ କବଳରେ। ଘରଗୁଡ଼ିକ ବେଆଇନ ଭାବେ ବିକ୍ରି ଚାଲିଛି। ଗୋଲଘରଗୁଡ଼ିକ ୬ଲକ୍ଷ ଓ ବ୍ୟାରେକ୍‌ଗୁଡ଼ିକ ୩ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ସ୍ଥାନୀୟ ବସିନ୍ଦା ପ୍ରତିବାଦ କଲେ ଧମକଚମକ ଦେଇ ଚୁପ୍‌ କରାଇ ଦିଆଯାଉଛି। ତେଣୁ ଆଖି ସାମ୍ନାରେ ସବୁକିଛି ଦେଖି ବି ନିରବ ରହିବାକୁ ବାଧ୍ୟ ହେଉଛନ୍ତି ବାସିନ୍ଦା। ଏଠାରେ ନିଶ୍ଚିତ ଭାବେ ଏକ ଫାଣ୍ଡିର ଆବଶ୍ୟକତା ରହୁଛି। ଗୃହଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଜରାଜୀର୍ଣ୍ଣ ହୋଇଯିବା ପୂର୍ବରୁ ଏହାକୁ ସଂରକ୍ଷିତ ରଖିବା ସହ ଏକ ଦର୍ଶନୀୟ ସ୍ଥାନ କରିବାକୁ ଲୋକଙ୍କ ଦାବି ରହିଛି। ନିକଟରେ ଅନେକ ନେତା ଓ ବିଧାୟକ ଆସି ଏହି ସ୍ଥାନକୁ ପୁନଃନିର୍ମାଣ କରି ପର୍ଯ୍ୟଟନସ୍ଥଳୀ କରିବାକୁ ଉଦ୍ୟମ ଜାରି ରଖିଥିବା ନେଇ ପ୍ରତିଶ୍ରୁତି ଦେଇ ଯାଇଛନ୍ତି। ସେ ସବୁ ପ୍ରତିଶ୍ରୁତି କାମ ଆରମ୍ଭ ହେଲେ ଯାଇ ସତ ହେଲା ବୋଲି ଜାଣିବା।

ଅର୍ଚ୍ଚନା ଶତପଥୀ, ଆର୍‌ଏସ୍‌ପି ସଞ୍ଚାର ବିଭାଗ ମୁଖ୍ୟ: ‘ଏହାର ନବୀକରଣ ଲାଗି ଯୋଜନା ପ୍ରସ୍ତୁତି ଚାଲିଛି, କିନ୍ତୁ ଚୂଡ଼ାନ୍ତ ରୂପ ପାଇନାହିଁ।’
                                                                         

ଡ. ପ୍ରଭାତ ମଲ୍ଲିକ, ଐତିହାସିକ

‘ସହରକୁ ପ୍ରତିଦିନ ଅନେକ ପର୍ଯ୍ୟଟକଙ୍କ ଆଗମନ ହେଉଛି। ଏଠାରେ ଥିବା ଜର୍ମାନୀ ସ୍ଥାପତ୍ୟକଳା ନିଶ୍ଚିତ ଭାବେ ଆମ ପାଇଁ ଏକ ଐତିହ୍ୟ। ଏହାକୁ ବଞ୍ଚାଇ ରଖିବା ଜରୁରୀ। ଏ ସ୍ଥାନ ଯାହାର ସମ୍ପତ୍ତି ସେ ଯଦି ଏ ଦିଗରେ ଦୃଷ୍ଟିଦେବେ ଆଗାମୀଦିନରେ ଏକ ଭଲକାମ ହୋଇପାରିବ।’

ଅଧିକପଢ଼ନ୍ତୁ:ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କଲେ ସାମ୍ବାଦିକ-ସବ୍‌-ଇନ୍ସପେକ୍ଟର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe