ରାଉରକେଲା: ନୂଆ ରୂପ ନେବାକୁ ଯାଉଛି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଟିସ୍କୋ ପୋଖରୀ। ଏହାକୁ ସହରର ପ୍ରମୁଖ ପର୍ଯ୍ୟଟନସ୍ଥଳ କରିବାକୁ ଲକ୍ଷ୍ୟ ରଖିଛି ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଞ୍ଜୁରହୋଇଛି ୨୦ କୋଟି। ଖୁବ୍ ଶୀଘ୍ର ଟେଣ୍ଡର କରାଯିବ। ସୌନ୍ଦର୍ଯ୍ୟକରଣ କାମ କରୁଥିବା ଦକ୍ଷ ଠିକାସଂସ୍ଥାକୁ କାମ ଦିଆଯିବ ବୋଲି ଆର୍ଏମ୍ସି ପକ୍ଷରୁ କୁହାଯାଇଛି। ପର୍ଯ୍ୟକମାନଙ୍କ ମନୋରଞ୍ଜନ ପାଇଁ ଏଠାରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ରହିବ। ଏଥିସହ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବାକୁ ଝୁଲାପୋଲ ନିର୍ମାଣ ହେବାର ମଧ୍ୟ ଯୋଜନା ରହିଛି।
ନିର୍ମାଣ କାମ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି
କେବଳ ଏତିକି ନୁହେଁ, ଟିସ୍କୋ ପୋଖରୀଠୁ କିଛି ଦୂରରେ ବ୍ୟବସାୟୀମାନଙ୍କ ସୁବିଧା ପାଇଁ ନିର୍ମାଣ ହେବାକୁ ଯାଉଛି ବଜାର ପିଣ୍ଡି। ଦୁଇ ମହଲା ବିଶିଷ୍ଟ କୋଠାଘରେ ୪୫୦ରୁ ଅଧିକ ପିଣ୍ଡି ଉପଲବ୍ଧ ରହିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ନିର୍ମାଣ କାମ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ମାର୍କେଟ ନିର୍ମାଣ ହେବ କଳିଙ୍ଗ ବିହାର ପ୍ରମୁଖ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦୂର ହେବ। ରାସ୍ତା ପାର୍ଶ୍ବରେ ବସୁଥିବା ବ୍ୟବସାୟୀଙ୍କୁ ସ୍ଥାୟୀ ଦୋକାନ ମିଳିବ। ବଜାର ପିଣ୍ଡିରେ ଫୁଡ୍ଜୋନ୍ଠୁ ଆରମ୍ଭ କରି ବିଶୁଦ୍ଧ ପାନୀୟ ଜଳ ସୁବିଧା, ଶୌଚାଳୟ, ରାସ୍ତା ସହ ପୃଥକ ଭାବେ ଆମିଷ ବଜାର ନିର୍ମାଣ ହେବାକୁ ଯାଉଛି। କେବଳ ଦୁଇଟି ପ୍ରକଳ୍ପ ନୁହେଁ ବେଦବ୍ୟାସ ଦୟାନନ୍ଦ ନଗରରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ସକାଶେ ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଆର୍ଏମ୍ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରକଳ୍ପ ବାବଦରେ ପ୍ରାୟ ୧୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଅଟକଳ ରଖାଯାଇଛି।
ବିଶେଷ କରି ବର୍ଷାଦିନେ ଦେଖାଯାଉଥିବା ଜଳବନ୍ଦୀ ସମସ୍ୟାର ଦୂର କରିବାକୁ ଆର୍ଏମ୍ସି ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି। ସେମିତି ବାଲୁଘାଟ ବିସର୍ଜନ ପୋଖରୀକୁ ନଦୀକୂଳ ପ୍ରକଳ୍ପ ସହର ଆଉ ଏକ ପିକ୍ନିକ୍ ସ୍ପଷ୍ଟ ହେବାକୁ ଯାଉଛି। ସହର ବଣଭୋଜିସ୍ଥଳର ଅଭାବରୁ ଥିବାରୁ ଏହି ଅଞ୍ଚଳକୁ ବଣଭୋଜିସ୍ଥଳ ଭାବେ ତିଆରି ହେବାକୁ ଯାଉଛି। ବଣଭୋଜିସ୍ଥଳର ସୌନ୍ଦର୍ଯ୍ୟକରଣ ପାଇଁ ମିଆୱାକି ଭଳି ଆଧୁନିକ ପ୍ରଣାଳୀରେ ଚାରାରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯିବ। ଯେଉଁ ସହର ଓ ଏହାର ଆଖପାଖକୁ ଆସୁଥିବା ପର୍ଯ୍ୟଟକମାନେ ବଣଭୋଜିର ମଜା ଉଠାଇବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ। ଆସନ୍ତା ବର୍ଷେ ଦୁଇ ବର୍ଷ ମଧ୍ୟରେ ଏସବୁ ପ୍ରକଳ୍ପଗୁଡ଼ିକର କାମ କରିବାକୁ ଆର୍ଏମ୍ସି ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/03/08/untitled-2026-03-08-14-17-36.png)