ରାଉରକେଲା: ୮୭ ବର୍ଷ ତଳେ ୨୫ ଏପ୍ରିଲ ୧୯୩୯ରେ ଦେଶର ଦ୍ବିତୀୟ ଜାଲିଆନାୱାଲାବାଗ୍ ଭାବେ ପରିଚିତ ସୁନ୍ଦରଗଡ଼ କୁଆରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଆମ୍କୋ ସିମ୍କୋ ଘଟଣା ମନେ ପକାଇଲେ ଲୋମ ଟାଙ୍କୁରି ଉଠେ। ଜନ୍ମଗତ ଅଧିକାର ଖୁଟିକାଟି (କର) ପ୍ରଥାକୁ ବିରୋଧ କରି ସହିଦ ହୋଇଥିଲେ ୪୯ ନିରୀହ ଆଦିବାସୀ। ଆମ୍କୋ ସିମ୍କୋରେ ଇଂରେଜମାନଙ୍କ ଆଖିବୁଜା ଗୁଳିଚାଳନାରେ ଟଳି ପଡ଼ିଥିଲେ ଜଣେ ପରେ ଜଣେ ନିରୀହ ବନବାସୀ। ରକ୍ତରେ ଭିଜିଥିଲା ଆମ୍କୋ ସିମ୍କୋ ପଡ଼ିଆ। ତେବେ ଏହି ଐତିହାସିକ ସ୍ମୃତିପୀଠ ଆଜି ବି ଅବହେଳିତ। ବହୁ ଦାବି ପରେ ରାଜ୍ୟ ପର୍ଯ୍ୟଟନ ତାଲିକାରେ ଯୋଡ଼ିହୋଇଛି ସତ, ହେଲେ ଯେତିକି ବିକାଶ ହେବା କଥା ହୋଇପାରିନି।
Even ordinary: ‘ସାଧାରଣ ଲୋକ ବି ସ୍ମରଣୀୟ ଘଟଣାକୁ ଲିପିବଦ୍ଧ କରି ରଖନ୍ତୁ’
ପ୍ରତିବର୍ଷ ଏପ୍ରିଲ୍ ୨୫ରେ ରାଜନେତା ଓ ଜିଲ୍ଲା ପ୍ରଶାସନ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପୀଠର ବିକାଶ କଥା ଚିନ୍ତା କରନ୍ତି। ପରବର୍ତ୍ତୀ ସମୟରେ ସମସ୍ତେ ଭୁଲିଯାଆନ୍ତି। ପର୍ଯ୍ୟଟନ ମାନ୍ୟତା ପାଇବା ପରେ ରାଜ୍ୟ ସରକାର ସ୍ମୃତିପୀଠର ବିକାଶ ପାଇଁ ୬୦ ଲକ୍ଷ ମଞ୍ଜୁର କଲେ। ସ୍ମୃତିଫଳକ, ପ୍ରବେଶ ଫାଟକ ସମେତ ଅନ୍ୟ କିଛି କାମ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ କେନ୍ଦ୍ର ପାଣ୍ଠିରୁ ୩ କୋଟି ୯୯ ଲକ୍ଷ ୫୭ ହଜାର, ରାଜ୍ୟ ପାଣ୍ଠିରୁ ୮୦ ଲକ୍ଷ ମଞ୍ଜୁର ହେଲା। ସହିଦ ସ୍ମୃତିପୀଠର ପାଚେରି, ସ୍ମୃତିସ୍ତମ୍ଭ, ଗେଷ୍ଟ ହାଉସ୍, ପ୍ରେକ୍ଷାଳୟ, ପାର୍କ ଆଦି ନିର୍ମାଣ ହେଲା। ସ୍ମତିପୀଠକୁ ଆକର୍ଷଣୀୟ କରିବା ଲାଗି କଲିକତାରୁ କାର୍ପେଟ୍ ଗ୍ରାସ୍ (ଘାସ) ଓ ଆନ୍ଧ୍ରପ୍ରଦେଶରୁ ସୁନ୍ଦର ଫୁଲଗଛ ଅଣାଯାଇଥିଲା। ଏପରି ଭାବେ ପାର୍କ ସୌନ୍ଦର୍ଯ୍ୟୀକରଣରେ ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଦେଲେ। ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣକୁ ଆଦୌ ଧ୍ୟାନ ଦିଆଗଲାନି। ପାର୍କଟି ମାତ୍ର କିଛି ଦିନରେ ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି। ୧୯୯୦ ଏପ୍ରିଲ ୨୫ରେ ପୂର୍ବତନ ସାଂସଦ ସ୍ବର୍ଗତା ଫ୍ରିଡା ଟପ୍ନୋଙ୍କ ଉପସ୍ଥିତିରେ ତତ୍କାଳୀନ ରାଜ୍ୟ ଆଦିବାସୀ ଉନ୍ନୟନ ବିଭାଗ ମନ୍ତ୍ରୀ ଗଜାଧର ମାଝୀ ଏଠାରେ ସହିଦ ସ୍ମୃତି ପାଠାଗାର ଉଦ୍ଘାଟନ କରିଥିଲେ। ତାହା ଏବେ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।
Even ordinary: ‘ସାଧାରଣ ଲୋକ ବି ସ୍ମରଣୀୟ ଘଟଣାକୁ ଲିପିବଦ୍ଧ କରି ରଖନ୍ତୁ’
ସୁନ୍ଦରଗଡ଼ ଜିଲ୍ଲାର ଖଣ୍ଡାଧାର, ମନ୍ଦିରା ଡ୍ୟାମ୍, ବେଦବ୍ୟାସ, ଦର୍ଜିଂ, ଘୋଘରଧାମ, ଦେଓଧର, ଛତ୍ରିହିଲ ଆଦି ୧୨ଟି ପର୍ଯ୍ୟଟନସ୍ଥଳକୁ ପ୍ରତିବର୍ଷ ୧୫ରୁ ୩୨ ହଜାର ପର୍ଯ୍ୟଟକ ବୁଲି ଆସୁଛନ୍ତି। ହେଲେ ଜିଲ୍ଲାର ଐତିହାସିକ ସହିଦ ସ୍ମୃତିପୀଠକୁ ବର୍ଷକୁ ମାତ୍ର ହାତଗଣତି ୩ରୁ ୪ ହଜାର ପର୍ଯ୍ୟଟକ ବୁଲି ଆସୁଛନ୍ତି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଅଧିକାରୀ ଏସ୍. ପଟ୍ଟନାୟକ କହିଛନ୍ତି, ପୀଠର ରକ୍ଷଣାବେକ୍ଷଣ ପାଇଁ ଖୁବ୍ଶୀଘ୍ର ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/26/untitled-7-2026-02-26-07-28-21.jpg)